ତିହିଡି,୦୪/୦୬: ପ୍ରାକ୍ତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କୁ ତିହିଡି ବିଜେପି ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏହି ଉପଲକ୍ଷେ ଗୁରୁବାର ଦିନ ସନ୍ଧ୍ୟାରେ ତିହିଡି ଟାଉନହଲ ଠାରେ ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ଉପସଭାପତି ରଘୁନାଥ ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଥିଲା ।
ଏଥିରେ ଧାମନଗର ବିଧାୟକ ତଥା ରାଜ୍ୟ ବିଧାନସଭାର ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଯୋଗ ଦେଇ ସ୍ୱର୍ଗତ ରାଉତରାୟ ଜଣେ ଦକ୍ଷ ଓ ପରିପକ୍ୱ ରାଜନେତା ଥିଲେ ବୋଲି କହିବା ସହ ବାସୁଦେବପୁର ନିର୍ବାଚନମଣ୍ଡଳୀର ସର୍ବାଙ୍ଗୀନ ବିକାଶ ଦିଗରେ ତାଙ୍କ ଅବଦାନ ଅବିସ୍ମରଣୀୟ ହୋଇ ରହିବ ବୋଲି କହିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଶୁକଦେବ ମଳିକ, ଜିଲ୍ଲା ବିଜେପି ସଂପାଦକ ଶଶିକାନ୍ତ ବିଶ୍ୱାଳ, ସାହାଡାସୁନ୍ଦରୀ ମଣ୍ଡଳ ସଭାପତି ପ୍ରଦୀପ ବଳ, ବରିଷ୍ଠ ନେତା ଦୁର୍ଗାଚରଣ ନାୟକ, ମାନସ ରଞ୍ଜନ ନାୟକ, ରାଜକିଶୋର ନାୟକ, ସୀତାକାନ୍ତ ନାୟକ, ସରୋଜ ନାୟକ, ମନୋଜ ପାଣିଗ୍ରାହୀ, ପଦ୍ମଲୋଚନ ଦାସ, ଦାନବୀର ବାରିକ, ଜୟପ୍ରକାଶ ପତି, କାଳନ୍ଦୀ ଜେନା, ଶରତ ମଳିକ, ପାର୍ଥସାରଥୀ ଦାସ, କେଶବ ବେହେରା, ତପୁନ ପାଣି ଓ ବସନ୍ତ ଓଝା ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ରାଉତରାୟଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
Comments are closed.