■ ରେଳବାଇ ସାଇଡିଙ୍ଗ ଗୁଡିକରେ ପ୍ରଦୂଷଣ ନିୟନ୍ତ୍ରଣ ପଦକ୍ଷେପ |
√ ■ ସ୍ୱୟଂଚାଳିତ କୋଚ୍ ଧୋଇବା ପ୍ଲାଣ୍ଟ |
√ ■ ଏଫଲୁଏଣ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟ |
√ ■ ଯୋଡି ଝୁଲା ଡଷ୍ଟବିନ |
√ ■ ସ୍ୱେରେଜ୍ ଏବଂ ଜଳ ବିଶୋଧନ କାରଖାନା |
√ ■ ବର୍ଷା ଜଳ ସଂରକ୍ଷଣ ପ୍ରଣାଳୀ |
√ ■ କଠିନ ବର୍ଜ୍ୟବସ୍ତୁ ପରିଚାଳନା ପଦକ୍ଷେପ |
√ ■ ପ୍ଲାଷ୍ଟିକ୍ ବୋତଲ କ୍ରସିଂ ମେସିନ୍ |
√ ■ ସାନିଟାରୀ ପ୍ୟାଡ୍ ଭେଣ୍ଡିଙ୍ଗ ମେସିନ |
√ ■ ସୌରଶକ୍ତିରୁ ବିଦ୍ୟୁତ୍ ଉତ୍ପାଦନପ୍ରଣାଳୀ |
√ ■ ସବୁଜ ବିକାଶ ଏବଂ ସବୁଜ ପଦକ୍ଷେପ |
√ ■ ବର୍ଜ୍ୟବସ୍ତୁରୁ ଉର୍ଜା/ଶକ୍ତି ଉତ୍ପାଦନ ପ୍ରଣାଳୀ |
ପୂର୍ବତଟ ରେଳପଥ ପରିବେଶ ପ୍ରଦୂଷଣକୁ ଦୃଷ୍ଟିରେ ରଖି ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି | ପ୍ରଦୂଷଣ ନିୟନ୍ତ୍ରଣ କରିବା ପାଇଁ ସମଗ୍ର ଭାରତୀୟ ରେଳ, ବିଶେଷ ଭାବରେ ପୂର୍ବ ତଟ ରେଳପଥ ବିଭିନ୍ନ କାର୍ଯ୍ୟକଳାପ ପ୍ରତି ଦୃଷ୍ଟିଦେଇଥିବା ବେଳେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଠାରୁ ପ୍ରାରମ୍ଭ କରି ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ଏବଂ ପ୍ରଦୂଷଣମୁକ୍ତ ପରିବେଶ ସୁନିଶ୍ଚିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଇ ଆସୁଅଛି |
ଭାରତୀୟ ରେଳ ଦୁନିଆର ସବୁଠୁ ବଡ ସବୁଜ ରେଳ ହେବା ପାଇଁ ମିଶନ୍ ମୋଡରେ କାର୍ଯ୍ୟ କରୁଛି ଏବଂ 2030 ପୂର୍ବରୁ ଏକ “ନେଟ୍ ଜିରୋ କାର୍ବନ ନିର୍ଗମନକାରୀ” ହେବାକୁ ଯାଉଛି। ରେଳବାଇ ଏକ ପରିବେଶ ଅନୁକୂଳ, ଦକ୍ଷ, ବ୍ୟୟବହୁଳ, ସମୟାନୁବର୍ତ୍ତୀ ହେବାପାଇଁ ଏକ ସାମଗ୍ରିକ ଦୃଷ୍ଟିକୋଣ ଦ୍ୱାରା ପରିଚାଳିତ ଏବଂ ନୂତନ ଭାରତର ବୃଦ୍ଧିପାଉଥିବା ଆବଶ୍ୟକତାକୁ ପୂରଣ କରିବା ପାଇଁ ଉଭୟ ଯାତ୍ରୀ ଓ ପଣ୍ୟ ପରିବହନର ଚାହିଦା ପୁରାଣ କରିଆସୁଅଛି | ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ତଥା ସ୍ଵଛ ପରିବେଶ ପାଇଁ ରେଳବାଇ ଉଭୟ ବୃହତ ଓ କ୍ଷୁଦ୍ର ଯୋଜନା ଗୁଡିକ ପ୍ରତି ଦୃଷ୍ଟିଦେଇ କାର୍ଯ୍ୟ ସମ୍ପାଦନ କରୁଅଛି | ଏହି କାର୍ଯ୍ୟ ଗୁଡିକ ମଧ୍ୟରୁ ବିଦ୍ୟୁତିକରଣ, ଦିନକୁ ଦିନ ଜଳ ଏବଂ କାଗଜ ସଂରକ୍ଷଣ ଠାରୁ ଆରମ୍ଭ କରି ରେଳବାଇ ଟ୍ରାକରେ ପଶୁମାନଙ୍କୁ ଆଘାତରୁ ରକ୍ଷା କରିବା ପର୍ଯ୍ୟନ୍ତ ପରିବେଶକୁ ସାହାଯ୍ୟ କରିବାକୁ ନିଜକୁ ପ୍ରସ୍ତୁତ କରିଅଛି | ନିମ୍ନଲିଖିତ ପଦକ୍ଷେପଗୁଡିକ ଦର୍ଶାଏ ଯେ ଭାରତୀୟ ରେଳବାଇ କିପରି ଏହାର ଦୈନନ୍ଦିନ କାର୍ଯ୍ୟରେ ପରିବେଶ ସଂରକ୍ଷଣ ଗ୍ରହଣ କରିଛି:
ଟ୍ରେନରେ ବାୟୋ-ଟଏଲେଟ୍ ଯୋଗାଇବା, ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ ପ୍ଲାଷ୍ଟିକ୍ ବୋତଲ କ୍ରସିଂ ମେସିନ୍ ଯୋଗାଇବା, ଟ୍ରେନ୍ ଏବଂ ଷ୍ଟେସନ୍ ପରିସରରେ ନିୟମିତ ପରିଷ୍କାର ଅଭିଯାନ ବ୍ୟତୀତ ଆହୁରି ଅନେକ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ ଗୁଡିକ ପ୍ରତି ଧ୍ୟାନ ଦେଇ ପୂର୍ବତଟ ରେଳପଥ ବର୍ତ୍ତମାନ ଇକୋସିଷ୍ଟମ ପୁନରୁଦ୍ଧାର ପାଇଁ ଏହାର କାର୍ଯ୍ୟଧାରାକୁ ଆହୁରି ଉନ୍ନତ କରିବାକୁ ପ୍ରସ୍ତୁତ ହେଉଛି।
ପୂର୍ବ ତଟ ରେଳପଥ ଦ୍ୱାରା ନିଆଯାଇଥିବା ପଦକ୍ଷେପଗୁଡ଼ିକ ନିମ୍ନଲିଖିତ…
ରେଳବାଇ ସାଇଡିଙ୍ଗ ଗୁଡିକରେ ପ୍ରଦୂଷଣ ନିୟନ୍ତ୍ରଣ ପଦକ୍ଷେପ:
ପୂର୍ବ ତଟ ରେଳପଥ ଏହାର ପରିସୀମା ମଧ୍ୟରେଥିବା ବିଭିନ୍ନ ରେଳ ସାଇଡିଙ୍ଗ ଗୁଡିକରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଉପଯୁକ୍ତ ପଦକ୍ଷେପ ନେଇଛି। ପର୍ଜନପୁର, ଗୋଆଲଡିହ, ଦୈତାରୀ, ନୟାଗଡ଼, ରାଜଆଠଗଡ଼, ନିର୍ଗୁଣ୍ଡି ଏବଂ ସୁକିନ୍ଦା ଇତ୍ୟାଦି ଷ୍ଟେସନ ସାଇଡିଙ୍ଗ ମାନଙ୍କରେ ଧୂଳି ସମସ୍ୟା ଏଡ଼ାଇବାପାଇଁ ବିହିତ ପଦକ୍ଷେପ ସହିତ ଡ୍ରେନେଜ୍ ପ୍ରଣାଳୀ, ଏଫଲୁଏଣ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ, ସାଇଡିଙ୍ଗ ଚାରିକଡେ ପ୍ରାଚୀର ନିର୍ମାଣ ଏବଂ ଜଳ ସିଞ୍ଚନ ବ୍ୟବସ୍ଥା ମନ କରାଯାଉଅଛି |
ସ୍ୱୟଂଚାଳିତ କୋଚ୍ ଧୋଇବା ପ୍ଲାଣ୍ଟ:
ଟ୍ରେନ ଗୁଡିକୁ ଖୁବ କାମ ଜଳ ଦ୍ୱାରା ଧୋଇବା ସହିତ ସ୍ୱଳ୍ପ ବ୍ୟୟ ଦ୍ୱାରା ସମ୍ପୁର୍ଣ୍ଣ କୋଚକୁ ପରିସ୍କାର କରିବା ପାଇଁ ପୁରୀ ଏବଂ ବିଶାଖାପାଟନମ୍ କୋଚିଂ ଡିପୋରେ ଅଟୋମେଟିକ୍ କୋଚ୍ ୱାଶିଂ ପ୍ଲାଣ୍ଟ ଯୋଗାଇ ଦିଆଯାଇଛି | ଅଟୋମେଟିକ୍ କୋଚ୍ ୱାଶିଂ ପ୍ଲାଣ୍ଟ ଏକ ଇଫ୍ଲୁଏଣ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟ ସହିତ ସଜ୍ଜିତ ହୋଇଛି ଯେଉଁଠାରେ ବ୍ୟବହୃତ ଜଳର ପୁନଃ ଉପଯୋଗୀ କରାଯାଏ ଏବଂ ଏଥିରୁ ନିଷ୍କାସିତ ଜଳ ପରିବେଶ ନିୟମକୁ ପୂରଣ କରେ | ମନୁଷ୍ୟକୃତ ଧୋଇବା ତୁଳନାରେ ଏହି ପ୍ଲାଣ୍ଟ କମ୍ ଜଳ ବ୍ୟବହାର କରେ ଯାହାଦ୍ୱାରା ପ୍ରତିବର୍ଷ ବିପୁଳ ନିୟୁତ ଲିଟର ମଧୁର ଜଳ ସଞ୍ଚୟ ହୁଏ |
ଏଫଲୁଏଣ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟ –
ପୁରୀ, ଭୁବନେଶ୍ୱର, ବିଶାଖାପାଟନମ୍ ଠାରେ ଅବସ୍ଥିତ କୋଚିଂ ଡିପୋରେ ଏବଂ ମଞ୍ଚେଶ୍ୱର ରେଳବାଇ ସଵାରୀ ଡବା ମରାମତି କାରଖାନା ସହିତ ଖୋର୍ଦ୍ଧା ରୋଡ଼, ସମ୍ବଲପୁର, ୱାଲଟିୟର ରେଳମଣ୍ଡଳ ସ୍ଥିତ ଚିକିତ୍ସାଳୟ ଓ ମୁଖ୍ୟାଳୟ ଭୁବନେଶ୍ୱରରେ ଥିବା ରେଳବାଇ ଚିକିତ୍ସାଳୟ ମାନଙ୍କରେ ଏଫଲୁଏଣ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ କରାଯିବା ସହିତ ରେଳପଥ ପରିସୀମା ମଧ୍ୟରେ ଆହୁରି ଅନେକ ସ୍ଥାନରେ ବ୍ୟବହୃତ ଜଳକୁ ପୁନଃ ପ୍ରକ୍ରିୟାକରଣ କରାଯାଇ ଏହାକୁ ଉପଯୋଗୀ କରାଇବା ପାଇଁ ଏହି ପ୍ଲାଣ୍ଟ ସହାୟକ ହୋଇପାରିଛି ଯାହାଦ୍ୱାରା ମୂଲ୍ୟବାନ ଜଳ ସଂରକ୍ଷଣ ହୋଇପାରୁଛି |
ଯୋଡି ଝୁଲା ଡଷ୍ଟବିନ –
ସ୍ଵଛ ଭାରତ ଅଭିଯାନର ଏକ ଅଂଶ ଭାବରେ ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରେ ଥିବା ବିଭିନ୍ନ ରେଳ ଷ୍ଟେସନ ଓ କାର୍ଯ୍ୟାଳୟ ମାନଙ୍କରେ ଝୁଲି ରହୁଥିବା ଯୋଡି ଡଷ୍ଟବିନ ବ୍ୟବସ୍ଥା କରାଯାଇଅଛି ଯାହାକି ପରିଚ୍ଛନ୍ନତା ମାତ୍ରାକୁ ବୃଦ୍ଧି କରାଇ ପାରୁଛି |
ସ୍ୱେରେଜ୍ ଏବଂ ଜଳ ବିଶୋଧନ କାରଖାନା |
ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ବିଭିନ୍ନ ସ୍ଥାନରେ ନଅଟି ସ୍ୱେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ (STP) ସ୍ଥାପନ କରାଯାଇଛି | ମଞ୍ଚେଶ୍ୱରର ସେଣ୍ଟ୍ରାଲ ହସ୍ପିଟାଲରେ ଏବଂ ସମ୍ବଲପୁରର ଡିଭିଜନାଲ ରେଳ ହସ୍ପିଟାଲରେ ପ୍ରତ୍ୟେକ ଠାରେ ଗୋଟିଏ ଲେଖା ସହିତ ବିଶାଖାପାଟନମ୍, ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ହସ୍ପିଟାଲରେ ଦୁଇଟି ଲେଖା ଏବଂ ବିଶାଖାପାଟନମ୍ ରେଳ ଷ୍ଟେସନରେ 2 ଟି ସ୍ୱେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ବ୍ୟବସ୍ଥା କରାଯାଇଅଛି | ବିଜୟନଗରମ ଏବଂ ସମ୍ବଲପୁର ରେଳ ଷ୍ଟେସନରେ ସ୍ୱେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟଗୁଡିକ ଶୀଘ୍ର କାର୍ଯ୍ୟ ଶେଷ ହେଉଛି | ରେଳ ମନ୍ତ୍ରଣାଳୟ ଦ୍ୱାରା ଆଉ ଛଅଟି ସ୍ୱେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ଅନୁମୋଦନ ହୋଇଛି ଏବଂ ଯଥା ଶୀଘ୍ର ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ଏହାକୁ ନିର୍ମାଣ କରାଯିବ | ସେହିଭଳି ରେଳ କୁଞ୍ଜରେ ଗୋଟିଏ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ସମେତ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଅନେକ ସ୍ଥାନରେ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ଯୋଗାଇ ଦିଆଯାଇଛି |
ବର୍ଷା ଜଳ ସଂରକ୍ଷଣ ପ୍ରଣାଳୀ –
ଭୂତଳ ଜଳ ସ୍ତରର ଉନ୍ନତି ପାଇଁ ଗତ 04 ବର୍ଷ ମଧ୍ୟରେ ସମଗ୍ର ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ପ୍ରାୟ 100 ରୁ ଅଧିକ ସ୍ଥାନରେ ବର୍ଷା ଜଳ ଅମଳ ପାଇଁ ବ୍ୟବସ୍ଥାନ କରାଯାଇଅଛି | ଏହି ପ୍ରକ୍ରିୟା ରେଳପଥର ବିଭିନ୍ନ ଆବାସିକ ଅଂଚଳ, କାର୍ଯ୍ୟାଳୟ ଓ ଷ୍ଟେସନ ମାନଙ୍କରେ ଉପଲବ୍ଧ କରାଯିବାର ବ୍ୟବସ୍ଥା କରାଯାଉଅଛି |
କଠିନ ବର୍ଜ୍ୟବସ୍ତୁ ପରିଚାଳନା ପଦକ୍ଷେପ ଓ କମ୍ପୋଷ୍ଟ ପ୍ଲାଣ୍ଟ |
କଠିନ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ପୂର୍ବତଟ ରେଳପଥ ବିଭିନ୍ନ ସ୍ଥାନରେ ବିଶେଷ ପଦକ୍ଷେପମାନ ଗ୍ରହଣ କରିଅଛି | ସମ୍ବଲପୁର, ବିଶାଖାପାଟନମ୍, ବିଜୟନଗରମ୍, ଶ୍ରୀକାକୁଲମ୍ ଏବଂ ରାୟାଗଡା ରେଳ ଷ୍ଟେସନରେ ବିଭିନ୍ନ ସ୍ଥାନରେ କମ୍ପୋଷ୍ଟ ପ୍ଲାଣ୍ଟ ବ୍ୟବସ୍ଥା ଉପଲବ୍ଧ କରାଇ ଅଛି | ବିଭିନ୍ନ ସ୍ଥାନରେ କମ୍ପୋଷ୍ଟ ପ୍ଲାଣ୍ଟ ସ୍ଥାପନ ପାଇଁ ଆହୁରି ନଅଟି ପ୍ଲାଣ୍ଟ ପାଇଁ ପ୍ରକ୍ରିୟା କରାଯାଇଅଛି | ଏଗୁଡିକ ବ୍ୟତୀତ ପୁରୀ, କଟକ ଏବଂ ଭୁବନେଶ୍ୱରର କୋଚିଂ ଡିପୋରେ ବାୟୋ ଗ୍ୟାସ୍ ପ୍ଲାଣ୍ଟର ଯୋଗାଣ ସହିତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଏବଂ ଷ୍ଟେସନଗୁଡିକ ଠାରେ ମଧ୍ୟ କମ୍ପୋଷ୍ଟ ପ୍ଲାଣ୍ଟ ଯୋଗାଇ ଦିଆଯାଇଛି | ବର୍ଜ୍ୟବସ୍ତୁକୁ ପୃଥକ କରିବା ଏବଂ ଏହାର ‘ଯୁକ୍ତିଯୁକ୍ତ ନିଷ୍କାସନକୁ ସୁନିଶ୍ଚିତ କରିବା ପାଇଁ ସିମାଞ୍ଚଳମ, ବିଶାଖାପାଟନମ୍, ବିଜୟଗରମ୍, ରାୟାଗଡା ଷ୍ଟେସନରେ ଏମଆରଏଫ୍ ଏବଂ ଭର୍ମି କମ୍ପୋଷ୍ଟ ସୁବିଧା ଯୋଗାଇ ଦିଆଯାଇଛି | ପ୍ରଦୂଷଣ ପଦକ୍ଷେପଗୁଡ଼ିକର ଏକ ଅଂଶ ଭାବରେ ବିଭିନ୍ନ ଷ୍ଟେସନରେ ଗ୍ରୀନ୍ ବିନ୍ସ ଏବଂ ବାୟୋ-ଗ୍ୟାସ୍ ପ୍ଲାଣ୍ଟ ମଧ୍ୟ ଯୋଗାଇ ଦିଆଯାଇଛି
ପ୍ଲାଷ୍ଟିକ୍ ବୋତଲ କ୍ରସିଂ ମେସିନ୍ –
ପ୍ଲାଷ୍ଟିକ ବ୍ୟାଗ ବ୍ୟବହାରକୁ ଆଧୁନିକ ଜୀବନରେ ମାନବ ସମ୍ମୁଖୀନ ହେଉଥିବା ଏକ ପ୍ରମୁଖ ପ୍ରସଙ୍ଗ ଭାବରେ ବିବେଚନା କରାଯାଏ | ପ୍ଲାଷ୍ଟିକ୍ ବ୍ୟାଗ ମାନବ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ | ପ୍ଲାଷ୍ଟିକ ବ୍ୟାଗରୁ କିଛି ରାସାୟନିକ ପଦାର୍ଥ ଶରୀରରେ ହରମୋନର ସାଧାରଣ କାର୍ଯ୍ୟକୁ ବାଧା ଦେଇଥାଏ, ରାସାୟନିକ ପଦାର୍ଥ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ ଏବଂ ଏହା କର୍କଟ କିମ୍ବା ଅନ୍ୟାନ୍ୟ ପ୍ରମୁଖ ରୋଗର ବିକାଶ କରିଥାଏ | ରେଳ ଷ୍ଟେସନରେ 50% ତଳେ ପ୍ଲାଷ୍ଟିକ୍ ନିଷେଧ କରାଯାଇଛି | ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଥିବା ସମସ୍ତ 20 ଟି ପ୍ରମୁଖ ଷ୍ଟେସନରେ ପ୍ଲାଷ୍ଟିକ୍ ବୋତଲ କ୍ରସିଂମେସିନ୍ ଯୋଗାଇ ଦିଆଯାଇଛି | ଷ୍ଟେସନରେ ପ୍ଲାଷ୍ଟିକ୍ ବୋତଲ କ୍ରସିଂ ମେସିନ୍ ସ୍ଥାପନ ଏହି ଉଦ୍ଦେଶ୍ୟ ପାଇଁ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି | ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ଉତ୍ପାଦନ ଏବଂ ଏହାର ପରିବେଶ ଅନୁକୂଳ ନିଷ୍କାସନ ପାଇଁ ପଦକ୍ଷେପ ମଧ୍ୟ ନିଆଯାଇଛି |
ସାନିଟାରୀ ପ୍ୟାଡ୍ ଭେଣ୍ଡିଙ୍ଗ ମେସିନ |
ମହିଳା ଯାତ୍ରୀଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଷ୍ଟେସନ ମାନଙ୍କରେ ସ୍ୱୟଂଚାଳିତ ସାନିଟାରୀ ନାପକିନ୍ ଭେଣ୍ଡିଂ ମେସିନ୍ ଯୋଗାଇ ଦିଆଯାଇଛି | ଯାତ୍ରୀମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ପୂର୍ବ ତଟ ରେଳପଥ ଏହାର ପରିସୀମା ମଧ୍ୟରୁ ଉତ୍ପନ୍ନ ଗୁରୁତ୍ୱପୂର୍ଣ୍ଣ ଟ୍ରେନରେ ଏହି ସୁବିଧା ଯୋଗାଇ ଦେଇଛି। ପରିମଳ ଏବଂ ସ୍ୱଚ୍ଛତା ପାଇଁ ଏହି ପଦକ୍ଷେପପୂର୍ବ ତଟ ରେଳପଥର ଏକ ଅଂଶ ଅଟେ |
ସୌରଶକ୍ତିରୁ ବିଦ୍ୟୁତ୍ ଉତ୍ପାଦନପ୍ରଣାଳୀ –
କାର୍ବନ ନିର୍ଗମନକୁ ହ୍ରାସ କରି ଦୀର୍ଘକାଳୀନ ଶକ୍ତି ସୁରକ୍ଷା ଏବଂ ପରିବେଶ ସୁରକ୍ଷା ପାଇଁ ପୂର୍ବତଟ ରେଳପଥ ସୌରଶକ୍ତି ଉପରେ ଧ୍ୟାନ ଦେଉଛି | ବିଭିନ୍ନ କୋଠା, ରେଳ ଷ୍ଟେସନ ଏବଂ ମଞ୍ଚେଶ୍ୱର ରେଳଡ଼ବା ମରାମତି କର୍ମଶାଳାରେ ସୋଲାର ପ୍ଲାଣ୍ଟ ବ୍ୟବସ୍ଥା କରାଯାଇଅଛି | ସର୍ବାଧିକ ପରିମାଣରେ ଟ୍ରାକ୍ସନ୍ ଲୋଡ୍ ପୂରଣ ପାଇଁ ନବୀକରଣ ଶକ୍ତି ଉତ୍ପାଦନ ବୃଦ୍ଧି ପାଇଁ “ଜମି ଭିତ୍ତିକ ସୋଲାର PV ସ୍ଥାପନ” ସ୍ଥାପନ ପାଇଁ ପୂର୍ବତଟ ରେଳପଥ ଜମି ଚିହ୍ନଟ କରିଛି | ଥରେ ଏହି ସୋଲାର କାରଖାନାଗୁଡ଼ିକ କାର୍ଯ୍ୟକ୍ଷମ ହେବା ପରେପୂର୍ବତଟ ରେଳପଥରେ 100MWp ସ୍ଥାପିତସୌର ଶକ୍ତି ରହିବ ଯାହା ଦ୍ୱାରା ବାର୍ଷିକ 96000 ଟନ୍ କାର୍ବନ ନିର୍ଗମନ ହ୍ରାସ ପାଇବ | ପୂର୍ବତଟ ରେଳପଥ ପ୍ରାଧିକରଣ ମଧ୍ୟରେ ଥିବା ରନିଙ୍ଗ ରୁମ ମାନଙ୍କରେ ସୌରଶକ୍ତି ଦ୍ୱାରା ପରିଚାଳିତ ୱାଟର ହିଟର ଯୋଗାଇ ଦିଆଯାଇଥିବା ବେଳେ ସମସ୍ତ ଷ୍ଟେସନରେ ଶକ୍ତି ଦକ୍ଷତା ଆଲୋକ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି |
ସବୁଜ ବିକାଶ ଏବଂ ସବୁଜ ପଦକ୍ଷେପ |
ସବୁଜ ବିକାଶ ପାଇଁ ଏକ ମିଶନରେ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ ଥିବା ଆବାସିକ ତଥା ବିଭିନ୍ନ ପ୍ରତିଷ୍ଠାନ ଗୁଡିକର ଖାଲି ସ୍ଥାନ ମାନଙ୍କରେ ଚାରା ରୋପଣ ପାଇଁ ପଦକ୍ଷେପ ନେଇଛି ଏବଂ ଖାଲି ଜମିରେ ବୃକ୍ଷ ରୋପଣ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଅଛି | ରେଳପଥର ବିଭିନ୍ନ ପ୍ରତିଷ୍ଠାନ ଏବଂ ଷ୍ଟେସନଗୁଡିକ ISO ସାର୍ଟିଫିକେଟ୍ ହାସଲ କରିଛନ୍ତି | ଭୁବନେଶ୍ୱରରେ ମଞ୍ଚେଶ୍ୱର ରେଳ ଡ଼ବା ମରାମତି କାରଖାନା ଏବଂ 20 ରୁ ଅଧିକ ରେଳ ଷ୍ଟେସନ ପରିବେଶ ପରିଚାଳନା ବ୍ୟବସ୍ଥା ପାଇଁ ISO ପ୍ରମାଣପତ୍ର ଗ୍ରହଣ କରିଛନ୍ତି | ଏକ ସ୍ୱଚ୍ଛ ଏବଂ ସବୁଜ ପରିବେଶରେ ଯାତ୍ରୀମାନଙ୍କୁ ସୁବିଧା ଯୋଗାଇବା ପାଇଁ ଷ୍ଟେସନକୁ ଏହି ସାର୍ଟିଫିକେଟ୍ ଦିଆଯାଇଛି |
ବର୍ଜ୍ୟବସ୍ତୁରୁ ଉର୍ଜା/ଶକ୍ତି ଉତ୍ପାଦନ ପ୍ରଣାଳୀ –
ସ୍ଵଛ ଭାରତ ଅଭିଯାନ ଉଦ୍ୟମରେ ପୂର୍ବ ତଟ ରେଳପଥ ମଞ୍ଚେଶ୍ୱର ରେଳ ଡ଼ବା ମରାମତି କାରଖାନାରେ ବର୍ଜ୍ୟବସ୍ତୁରୁ ଶକ୍ତି ଉତ୍ପାଦନ ପାଇଁ ଏକ ପ୍ଲାଣ୍ଟ ପ୍ରତିଷ୍ଠା କରିଛି | ରେଳଗାଡି ମରାମତି କର୍ମଶାଳାରେ ସୃଷ୍ଟି ହୋଇଥିବା ଅନେକ ଅଣ-ଲୌହଯୁକ୍ତ ସ୍କ୍ରାପ୍ ଦ୍ୱାରା ହାଇଡ୍ରୋକାର୍ବନ୍ ତରଳ ଇନ୍ଧନ, ଗ୍ୟାସ୍, ଅଙ୍ଗାରକାମ୍ଳ ଏବଂ ଜଳରେ ପରିଣତ କରେ | ବର୍ଜ୍ୟବସ୍ତୁରୁ ଉର୍ଜା/ଶକ୍ତି ଉତ୍ପାଦନ ପ୍ରଣାଳୀ ଭାରତୀୟ ରେଳବାଇରେ ପ୍ରଥମ ଏବଂ ଭାରତରେ ତୃତୀୟ ଅଟେ |
ପରିବେଶର ସୁରକ୍ଷା ନିମନ୍ତେ ସ୍କ୍ରାପ୍ ଅପସାରଣ କ୍ଷେତ୍ରରେ ପୂର୍ବ ତଟ ରେଳପଥର ଅଗ୍ରଣୀ ଭୂମିକା ଗ୍ରହଣ କରିଛି | ରେଳ ଯାତ୍ରୀ ଓ ରେଳ ବ୍ୟବହାରକାରୀ ମାନଙ୍କୁ ସର୍ବୋଚ୍ଚ ଶ୍ରେଣୀର ଚତୁପାର୍ଶ୍ଵର ଉନ୍ନତ ମଧ୍ୟରେ ସେବା ଯୋଗାଇଦେବା ନିମନ୍ତେ ଏହି ରେଳପଥ ବଦ୍ଧପରିକର | ଜୁନ୍ 5 ରେ ବିଶ୍ୱ ପରିବେଶ ଦିବସ ଅବସରରେ ପୂର୍ବତଟ ରେଳପଥ ପ୍ରଦୂଷଣ ମୁକ୍ତ ପରିବହନ ପାଇଁ ପ୍ରତିବଦ୍ଧତାକୁ ଦୋହରାଇଛି |
Comments are closed.