Odisha news

ଜୀବିତ ଅବସ୍ଥାରେ ମହିଳା କରାଇଲେ ନିଜର ଅନ୍ତିମ ସଂସ୍କାର : ଖର୍ଚ କଲେ ୭୫ ହଜାର ଟଙ୍କା

ନୂଆଦିଲ୍ଲୀ : ଚିଲିର ଜଣେ ମହିଳା କରୋନା ସମୟରେ ଘଟୁଥିବା ମୃତ୍ୟୁକୁ ନେଇ ଅଟେ ପ୍ରଭାବିତ ହୋଇ ଗଲେ ଯେ ନିଜର ନକଲି ଅନ୍ତିମ ସଂସ୍କାର ମଧ୍ୟ କରାଇ ନେଲେ l ଏହି ବିଷୟରେ ମହିଳା ଜଣଙ୍କ ନିଜ ବନ୍ଧୁ ମମାନଙ୍କୁ ଡାକି ସବୁକଥା ଜଣାଇଥିଲେ l ସେ ନିଜର ଅନ୍ତିମ ସଂସ୍କାର ପାଇଁ ୭୧୦ ପାଉଣ୍ଡ ଯାହା ଭାରତୀୟ ମୁଦ୍ରାରେ ୭୫ ହଜାର ତାଙ୍କ ଖର୍ଚ କରିଦେଲେ l ୫୯ ବର୍ଷୀୟା ମାୟରା ସେଣ୍ଟିଆଗୋ ସହରରେ ରହୁଛନ୍ତି l ସେ ଗତ କିଛି ମାସ ହେଲା କରୋନାକୁ ଦେଖି ଭୟ ପାଇଯାଇଛନ୍ତି କାରଣ ଲୋକ ମାନଙ୍କର ପ୍ରତେକ ଦିନ ହେଉଥିବା ମୃତ୍ୟୁ ତାଙ୍କୁ ଅଟେ ମାତ୍ରାରେ ପ୍ରଭାବିତ କରିଥିଲା ଯେ ସେ ନିଜର ଅନ୍ତିମ ସଂସ୍କାର ବିଷୟରେ ଭାବିବାକୁ ଲାଗିଥିଲେ l

ସେ ନିଜର ଅନ୍ତିମ ସଂସ୍କାରର ରିୟଲସେଲ କରିବେ ବୋଲି ଚିନ୍ତା କଲେ l ମିଳିଥିବା ସୂଚନା ଅନୁସାରେ ମାୟରା ଏହି ଅନ୍ତିମ ସଂସ୍କାର ସମୟରେ କିଛି ସମୟ ପାଇଁ ଗୋଟିଏ କଫିନ ଭିତରେ ସୋଇ ରହିଥିଲେ l ସେ ଏହି କଫିନଟିକୁ ଗୋଟିଏ ଦିନ ପାଇଁ ଭଡାରେ ଆଣିଥିଲେ l ଏହି ସମୟରେ ଉପସ୍ଥିତ ଥିବା ତାଙ୍କର ପରିବାର ସଦସ୍ୟ ଓ ସାଥି ମାନେ ନକଲି ଲୁହ ବୁହାଇବାକୁ ଆରମ୍ଭ କଲେ l

ମାୟରା ଗୋଟିଏ ଧଳା ରଙ୍ଗର ପୋଷାକ ପିନ୍ଧିଥିଲେ ,ମୁଣ୍ଡରେ ଫୁଲର ମକୁଟ ଥିଲା ଓ ନାକ ଭିତରେ ତୁଳା ଦେଇଥିଲେ ଯେଭଳି ମୃତ ବ୍ୟକ୍ତି ମାନେ ଦିଅନ୍ତି l ସେ ସେହି ସମସ୍ତ ବ୍ୟବସ୍ତା କରିଥିଲେ ଯାହା ପଶ୍ଚିମ ଦେଶରେ ଜଣଙ୍କ ମୃତ୍ୟୁ କାର୍ଯ୍ୟରେ କରାଯାଏ l ସେ କହିଛନ୍ତି ବର୍ତ୍ତମାନ ତାଙ୍କ ମନରେ ନିଜର ଅନ୍ତିମ ସଂସ୍କାରକୁ ନେଇ କୌଣସି ଅବସୋସ ନାହିଁ କାରଣ ସେ ନିଜ ଜୀବନରେ ସବୁକିଛି ଦେଖିଦେଲେ l କରୋନା ମହାମାରୀ କାରଣରୁ ସେ ଅନେକ ଦିନରୁ ସେ ଏହି ନିଷ୍ପତି ନେଇଥିଲେ l

Comments are closed.