Odisha news

ପ୍ରତୀକ୍ଷା ସୂଚୀରେ ଥିବା ଯାତ୍ରୀମାନଙ୍କ ସୁବିଧାପାଇଁ ୧୩ ଯୋଡ଼ା ବିଶେଷ ଟ୍ରେନରେ ଅତିରିକ୍ତ ବଗି ସଂଯୋଗ  

ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରୁ ବିଭିନ୍ନ ସ୍ଥାନକୁ ଚଳାଚଳ କରୁଥିବା ବିଶେଷ ଟ୍ରେନ ମାନଙ୍କରେ ଅତିରିକ୍ତ ବଗି ସଂଯୋଗ କରିବାପାଇଁ ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତ୍ତି ନିଆଯାଇଅଛି ଯାହାଦ୍ୱାରା ପ୍ରତୀକ୍ଷା ସୂଚୀରେ ଥିବା ଯାତ୍ରୀମାନଙ୍କୁ ସୁବିଧା ପ୍ରଦାନ କରାଯାଇ ପାରିବ  |   ନିମ୍ନଲିଖିତ ଅନୁଯାୟୀ  ଏପ୍ରିଲ ମାସ ପାଇଁ ୧୩ ଯୋଡ଼ା ବିଶେଷ ଟ୍ରେନ ରେ ସାମୟିକ ଭାବେ ଅତିରିକ୍ତ ବଗି ସଂଯୋଗ କରାଯାଉଅଛି  |

08449/08450 ପୁରୀ-ପାଟନା-ପୁରୀ ସ୍ପେଶାଲ ପୁରୀ ଠାରୁ 5 ରୁ 26 ଏପ୍ରିଲ, 2021 ମଧ୍ୟରେ ଏବଂ ପାଟନା ଠାରୁ 7 ରୁ 28 ଏପ୍ରିଲ, 2021 ମଧ୍ୟରେ ଏକ ଏସି -3 ଟାୟାର କୋଚ ଅସ୍ଥାୟୀ ଭାବେ ସଂଯୋଗ କରାଯିବ।

02859/02860 ପୁରୀ-ଚେନ୍ନାଇ ସେଣ୍ଟ୍ରାଲ୍-ପୁରୀ ସ୍ପେଶାଲ ପୁରୀ ଠାରୁ 4 ରୁ 25 ଏପ୍ରିଲ, 2021 ମଧ୍ୟରେ ଏବଂ ଚେନ୍ନାଇ ସେଣ୍ଟ୍ରାଲରୁ 5 ରୁ 26 ଏପ୍ରିଲ, 2021 ମଧ୍ୟରେ ଏକ ସ୍ଲିପର କ୍ଲାସ୍ କୋଚ୍ ସଂଯୋଗ କରାଯିବ।

08425/08426 ପୁରୀ-ଦୁର୍ଗ-ପୁରୀ ସ୍ପେଶାଲ ପୁରୀଠାରୁ 1 ରୁ 30 ଏପ୍ରିଲ, 2021 ମଧ୍ୟରେ ଏବଂ ଦୁର୍ଗରୁ 2 ଏପ୍ରିଲରୁ 1 ମଇ, 2021 ମଧ୍ୟରେ ଏକ ସ୍ଲିପର କ୍ଲାସ୍ କୋଚ୍ ସଂଯୋଗ କରାଯିବ |

02088/02087 ପୁରୀ-ହାଓଡ଼ା-ପୁରୀ ସ୍ପେଶାଲ ପୁରୀଠାରୁ 1 ରୁ 30 ଏପ୍ରିଲ, 2021 ମଧ୍ୟରେ ଏବଂ ହାଓଡ଼ା ଠାରୁ 2 ଏପ୍ରିଲରୁ 1 ମଇ, 2021 ମଧ୍ୟରେ ଗୋଟିଏ ଏସି ଚେୟାର କାର କୋଚ ସଂଯୋଗ କରାଯିବ।

02074/02073 ଭୁବନେଶ୍ୱର-ହାଓଡ଼ା-ଭୁବନେଶ୍ୱର ଜନ ଶତାବ୍ଦୀ ସ୍ପେଶାଲ୍ 1 ଏପ୍ରିଲରୁ 30 ଏପ୍ରିଲ, 2021 ମଧ୍ୟରେ ଉଭୟ ଦିଗରୁ ଏକ ଚେୟାର କାର୍ କୋଚ୍ ସଂଯୋଗ କରାଯିବ।

02857/02858 ବିଶାଖାପାଟନମ୍ -ମୁମ୍ବାଇ ଏଲଟିଟି-ବିଶାଖାପାଟନମ ବିଶେଷ ଟ୍ରେନ ବିଶାଖାପାଟନମ୍ ରୁ 4 ରୁ 25 ଏପ୍ରିଲ୍, 2021 ମଧ୍ୟରେ ଏବଂ ମୁମ୍ବାଇ ଏଲଟିଟି ରୁ 6 ରୁ 27 ଏପ୍ରିଲ୍, 2021 ମଧ୍ୟରେ ଏକ ସ୍ଲିପର୍ କ୍ଲାସ୍ କୋଚ୍ ସଂଯୋଗ କରାଯିବ |

08501/08502 ବିଶାଖାପାଟଣା-ଗାନ୍ଧୀଧାମ-ବିଶାଖାପାଟଣା ବିଶେଷ ଟ୍ରେନ ବିଶାଖାପାଟଣା ଠାରୁ ଏପ୍ରିଲ ପହିଲା ଠାରୁ ୨୯ ତାରିଖ ମଧ୍ୟରେ ଏବଂ ଗାନ୍ଧୀଧାମ ଠାରୁ ଏପ୍ରିଲ ୪ ତାରିଖ ଠାରୁ ମଇ ୨ ତାରିଖ ମଧ୍ୟରେ ଗୋଟିଏ ସ୍ଲିପର କ୍ଲାସ କୋଚ ସଂଯୋଗ କରାଯିବ |

02831/02832 ବିଶାଖାପାଟଣା-ଲିଙ୍ଗମପଲ୍ଲୀ-ବିଶାଖାପାଟଣା ବିଶେଷ ଟ୍ରେନ ବିଶାଖାପାଟଣା ଠାରୁ ଏପ୍ରିଲ ପହିଲା ଠାରୁ ୩୦ ତାରିଖ ମଧ୍ୟରେ ଏବଂ ଲିଙ୍ଗମପଲ୍ଲୀ ଠାରୁ ଏପ୍ରିଲ ୨ ତାରିଖ ଠାରୁ ମଇ ପହିଲା ମଧ୍ୟରେ ଗୋଟିଏ ଚେୟାର୍ କାର୍ କୋଚ୍ ସଂଯୋଗ କରାଯିବ।

08311/08312 ସମ୍ବଲପୁର-ମାଣ୍ଡୁଅଡିହ-ସମ୍ବଲପୁର ସ୍ପେଶାଲ ସମ୍ବଲପୁର ଠାରୁ 4 ରୁ 28 ଏପ୍ରିଲ ମଧ୍ୟରେ ଏବଂ ମାଣ୍ଡୁଆଡିହରୁ 5 ରୁ 29 ଏପ୍ରିଲ, 2021 ମଧ୍ୟରେ ଏକ ଏସି ୩ ଟାୟାର କୋଚ ସଂଯୋଗ କରାଯିବ।

08306/08305 ସମ୍ବଲପୁର-ହାଓଡ଼ା-ସମ୍ବଲପୁର ସ୍ପେଶାଲ ସମ୍ବଲପୁର ଠାରୁ 2 ରୁ 30 ଏପ୍ରିଲ ମଧ୍ୟରେ ଏବଂ ହାଓଡ଼ାରୁ 3 ଏପ୍ରିଲରୁ 1 ମଇ 2021 ମଧ୍ୟରେ ଗୋଟିଏ ଏସି 3 ଟାୟାର କୋଚ ସଂଯୋଗ କରାଯିବ।

08301/08302  ସମ୍ବଲପୁର-ରାୟାଗଡା-ସମ୍ବଲପୁର ବିଶେଷ ଟ୍ରେନ ଉଭୟ ପାର୍ଶ୍ୱରୁ ଏପ୍ରିଲ ପହିଲା ଠାରୁ 30 ତାରିଖ ମଧ୍ୟରେ ଦୁଇଟି ଦ୍ୱିତୀୟ ଶ୍ରେଣୀ ସିଟିଙ୍ଗ ଏବଂ ଗୋଟିଏ ଚେୟାର କାର୍ କୋଚ୍ ସଂଯୋଗ କରାଯିବ |

02085/02086 ସମ୍ବଲପୁର-ନାନ୍ଦେଡ-ସମ୍ବଲପୁର ବିଶେଷ ଟ୍ରେନ ସମ୍ବଲପୁର ଠାରୁ 2 ରୁ 30 ଏପ୍ରିଲ ମଧ୍ୟରେ ଏବଂ ନାନ୍ଦେଡରୁ 3 ଏପ୍ରିଲରୁ 1 ମଇ ମଧ୍ୟରେ ଗୋଟିଏ ଏସି 3 ଟାୟାର୍ କୋଚ୍ ସଂଯୋଗ କରାଯିବ।

08561/08562 ବିଶାଖାପାଟନମ୍-କାଚେଗୁଡା-ବିଶାଖାପାଟନମ୍ ସ୍ପେଶାଲ୍ ବିଶାଖାପାଟନମ୍ରୁ 5 ରୁ 30 ଏପ୍ରିଲ, 2021 ମଧ୍ୟରେ ଏବଂ କାଚେଗୁଡା ଠାରୁ 6 ଏପ୍ରିଲରୁ 1 ମଇ, 2021 ମଧ୍ୟରେ ଏକ ଏସି ୩ ଟାୟାର କୋଚ୍ ସଂଯୋଗ କରାଯିବ |

Comments are closed.