Odisha news

ଶିକ୍ଷକ ବଳଭଦ୍ର ପାଇକ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ବୋରିଗୁମ୍ମା (କେ.ସାକିଲି ଦୋରା)-ବୋରିଗୁମ୍ମା ବ୍ଲକ ଗୁମୁଡା ପଞ୍ଚାୟତ ଅଧିନ କେନ୍ଦୁଗୁଡା କ୍ଲଷ୍ଟର ଠାରେ ଶିକ୍ଷକ ବଳଭଦ୍ର ପାଇକ ଙ୍କୁ  ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ମୁଖ୍ୟ ଅତିଥି ଭାବେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ର ସଭାପତି ବିଜୟ କୁମାର ଷଡ଼ଙ୍ଗୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କୁମୁଲି କ୍ଲଷ୍ଟର ର ସଭାପତି ସୁରେନ୍ଦ୍ର କୁମାର ତ୍ରିପାଠୀ, କେନ୍ଦୁଗୁଡା ସି ଆର ସି ସି ତ୍ରିଲୋଚନ ପାଇକ ଯୋଗ ଦେଇଥିଲେ।
ବିଦାୟ କାଳୀନ ଉତ୍ସବରେ ବିଦାୟୀ ଶିକ୍ଷକ ବଳଭଦ୍ର ପାଇକ ଙ୍କୁ ସାଲ  ଓ ଫୁଲ ତୋଡା ଦେଇ ସମ୍ମାନିତ କରିଥିଲେ।ଶିକ୍ଷକ ବଳଭଦ୍ର ପାଇକ ପ୍ରଥମେ କୁନ୍ଦୁରା ବ୍ଲକ ର ଘାଣ୍ଟିଆଗୁଡା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା ଆରମ୍ଭ କରିଥିଲେ। ଦୀର୍ଘ ୪୧ ବର୍ଷ ର ଚାକିରୀ କାଳରେ ରେ ବୋରିଗୁମ୍ମା ବ୍ଲକ ର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକତା କରି ବେଶ ସୁନାମ ଅର୍ଜନ କରିଥିଲେ।ଛାତ୍ରଛାତ୍ରୀ ଙ୍କ ପ୍ରିୟ ଶିକ୍ଷକ ହେବା ସହ ଅଭିଭାବକ ଗହଣରେ ରେ ବେଶ ପ୍ରଶଂସା ପାଇଛନ୍ତି।
ସେ ଜାନୁୟାରୀ ,୩୧ତାରିଖରେ ଶିକ୍ଷକ ରୁ ଅବସର ଗ୍ରହଣ କରିଥିଲେ।କେନ୍ଦୁଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ୧୦ ବର୍ଷ ରୁ ଉର୍ଦ୍ଧ୍ବ ଶିକ୍ଷକ ରହିଆସିଥିଲେ। ଅନ୍ୟ ମାନଙ୍କୁ ମଧ୍ୟରେ ଏସ ଏମ ସି ସଭାପତି ମେଘନାଦ ମୁଦୁଲି, କେନ୍ଦୁଗୁଡା କ୍ଲଷ୍ଟର ର ପ୍ରଧାନ ଶିକ୍ଷକ ଦୈତାରୀ ପ୍ରଧାନ, ଦିବାକର ହାଲବା, ପ୍ରଶାନ୍ତ କୁମାର ପ୍ରଧାନ ,କୈଳାସ ଚନ୍ଦ୍ର ନାୟକ,ମନୋଜ କୁମାର ପଣ୍ଡା, ସୁରେନ୍ଦ୍ର ଶତପଥୀ, ସୀମାଞ୍ଚଳ ପଣ୍ଡା, ବିଘନେଶ୍ୱର ଷଡ଼ଙ୍ଗୀ, ବେଣୁ ମାଧବ ଷଡ଼ଙ୍ଗୀ ଓ ସହକାରୀ ଶିକ୍ଷକ ଧନପତି ମୁଦୁଲି ଏବଂ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ।

Comments are closed.