Odisha news

ଗଧକ୍ଷୀର ଲିଟରକୁ ୭ ହଜାର ଟଙ୍କା

0

ଦେଶରେ ପ୍ରଥମ ଥର ପାଇଁ ବି୍ରକି ହେବ ଗଧକ୍ଷୀର । ଗାଈ ତଥା ମଇଁଷି ଡାଏରି ଫାର୍ମ ଥିବା ବେଳେ ଖୁବ୍‌ ଶୀଘ୍ର ହରିଆଣା ହିସାରରେ ଖୋଲିବ ଗଧକ୍ଷୀର ଡାଏରୀ ଫାର୍ମ । କ୍ଷୀର ମୂଲ୍ୟ ଲିଟର ପ୍ରତି ୭ ହଜାର ଟଙ୍କା ରଖାଯିବ । ଏବେ ଦଶଟି ହଲାରୀ ପ୍ରଜାତିର ଗଧଙ୍କ ବ୍ରିଡିଂ ଚାଲିଛି । ଗଧ କ୍ଷୀର ମଣିଷ ଶରୀର ପାଇଁ ଉପକାରୀ ଓ ଏହା ଇମୁ୍ୟନ ସିଷ୍ଟମ୍‌କୁ ଠିକ୍‌ ରଖେ । ଏହା କ୍ୟାନ୍‌ସର୍‌, ମେଦବହୁଳତା, ଆଲର୍ଜି ଭଳି ରୋଗ ସହ ଲଢ଼େ । ବେଳେ ବେଳେ ଗାଈ ତଥା ମଇଁଷି କ୍ଷୀର ଛୋଟ ପିଲାଙ୍କ ଠାରେ ଆଲର୍ଜି ସୃଷ୍ଟି କରିଥାଏ । କିନ୍ତୁ ଗଧ କ୍ଷୀରରେ ସେପରି ହୁଏ ନାହିଁ । ଏ କ୍ଷୀରରେ ସାବୁନ୍‌, ଲିପ୍‌ ବାମ୍‌, ବଡି ଲୋଶନ ଭଳି ଅନେକ ବିୟୁଟି ପ୍ରଡକଫ ମଧ୍ୟ ତିଆରି କରାଯାଏ ।

Nalco
Leave A Reply