Odisha news

ରାଜସ୍ଥାନ ରୟାଲ୍ସ ଫିଲïିଂ କୋଚଙ୍କୁ କରୋନା

0

ନୂଆଦିଲ୍ଲୀ,୧୨ା୮(ଏଜେନ୍ସି): ଆଇପିଏଲର ଅନ୍ୟତମ ଫ୍ରାଞ୍ଚାଇଜ୍‌ ରାଜସ୍ଥାନ ରୟାଲ୍ସର ଫିଲïିଂ କୋଚ୍‌ ତଥା ପୂର୍ବତନ ରାଜସ୍ଥାନ ୱିକେଟ୍‌କିପର ଦିଶାନ୍ତ ଜାଗନିକଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଜ୍‌ ଆସିଛି । ବୁଧବାର ଏନେଇ ଫ୍ରାଞ୍ଚାଇଜ୍‌ ପକ୍ଷରୁ ଏକ ବିବୃତ୍ତିରେ ସ୍ପଷ୍ଟ କରାଯାଇଛି । ସେ ଏବେ ଘରୋଇ ସହର ଉଦୟପୁରର ଏକ ହସ୍ପିଟାଲରେ ୧୪ ଦିନିଆ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି । ଆସନ୍ତା ସପ୍ତାହରେ ରାଜସ୍ଥାନ ରୟାଲ୍ସର ଖେଳାଳି ଏବଂ ସପୋର୍ଟିଂ ଷ୍ଟାଫ୍‌ଙ୍କୁ ମୁମ୍ବାଇରେ ଏକତ୍ରୀତ ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଇଠୁ ଆଇପିଏଲ୍‌ରେ ଭାଗ ନେବା ପାଇଁ ୟୁଏଇ ଗସ୍ତ କରିବେ । ଦିଶାନ୍ତ ୧୪ ଦିନିଆ କ୍ୱାରାଣ୍ଟାଇନ୍‌ରେ ରହିବା ପରେ ଆହୁରି ଦୁଇଥର ତାଙ୍କର କରୋନା ଟେଷ୍ଟ କରାଯିବ । ବିସିସିଆଇ ପ୍ରୋଟୋକଲ ଅନୁଯାଇ ଏସବୁ ହେବ ବୋଲି ସୂଚନା ଦିଆଯାଇଛି । ଯଦି ଉଭୟଥର ପରୀକ୍ଷା ରିପୋର୍ଟ ନେଗେଟିଭ୍‌ ଆସେ, ତେବେ ତାଙ୍କୁ ୟୁଏଇ ଯିବା ପାଇଁ ଅନୁମତି ମିଳିବ । ୟୁଏଇରେ ପହଞ୍ଚିବା ପରେ ସେ ୬ ଦିନ ଆଇସୋଲେସନ୍‌ରେ ରହିବେ । ୩ଥର କରୋନା ଟେଷ୍ଟ ହେବ । ଏସବୁରେ ସେ ଉତୀର୍ଣ୍ଣ ହେଲେ ତାଙ୍କୁ ଦଳ ସହ ଯୋଗଦେବାକୁ ଅନୁମତି ମିଳିବ । ଦିଶାନ୍ତ ୨୦୧୧ରୁ ୨୦୧୪ ପର୍ଯ୍ୟନ୍ତ ରାଜସ୍ଥାନ ରୟାଲ୍ସ ପାଇଁ ସେହିଭଳି ୨୦୧୩ରେ ଚାମ୍ପିଅନ୍‌ସିପ୍‌ ଲିଗ୍‌ ଟି-୨୦ ମିଶାଇ ମୋଟ୍‌ ୨୭ଟି ମ୍ୟାଚ୍‌ ଖେଳିଥିଲେ । ସେହିଭଳି ୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ ସେ ବିବିସିଆଇ ସମସ୍ତ ଘରୋଇ ପ୍ରତିଯୋଗିତା ଗୁଡିକରେ ରାଜସ୍ଥାନ ପାଇଁ ଖେଳିଥିଲେ । ଏତଦ୍‌ଭିନ୍ନ ୨୦୨୦-୨୧ ଘରୋଇ ସିଜନ୍‌ ନିମନ୍ତେ ତାଙ୍କୁ ପୁଡୁଚେରୀର ଫିଲïିଂ କୋଚ୍‌ ମନୋନିତ କରାଯାଇଥିଲା ।

Leave A Reply