Odisha news

୭ ଇଞ୍ଚର ଶିଶୁର ଜନ୍ମ

0

ଲଣ୍ଡନରେ ଜନ୍ମ ହୋଇଥିବା ଓଲିଭର୍‌ କ୍ୟାଶ୍‌ ଲୋଥର ରୟାନ ଜନ୍ମ ସମୟରେ ୭ ଇଞ୍ଚ ହୋଇଥିବା ବେଳେ ଜୀବନର ଲଢ଼େଇ ଜିତି ସାରିଛି । ସେ ମାତ୍ର ୫ ମାସରେ ମାତୃଗର୍ଭରୁ ଜନ୍ମ ନେଇଛି । ଡାକ୍ତରଙ୍କ ବିଶ୍ୱାସ ଥିଲା ସେ ବଞ୍ଚିବ ନାହିଁ । ବଞ୍ଚିବାର ମାତ୍ର ୩% ସମ୍ଭାବନା ଥିଲା । ହେଲେ ଦୁଇଟି ସର୍ଜରି ପରେ ମୃତୁ୍ୟକୁ ହରାଇ ଦେଲା । ୨୯ ବର୍ଷୀୟ ଇଥନ ରୟାନ ଓ ୨୪ ବର୍ଷୀୟା ଫ୍ରାନ୍ସିସ୍‌ ପୁଅକୁ ଲିଟିଲ୍‌ ଫାଇଟର୍‌ କହିଛନ୍ତି । ସେ ଜନ୍ମ ହେବାର ୯ ମାସ ପରେ ବାପା-ମା’ ତାକୁ
ଧରିଥିଲେ । ଇଥନ କହିଛନ୍ତି, ମୋ ପୁଅକୁ ନେଇ ମୁଁ ଗର୍ବିିତ । ସେ ମୃତୁ୍ୟକୁ ହରାଇ ବାହାଦୁରୀର ପରିଚୟ ଦେଇଛି ।

Govt
Leave A Reply