Odisha news

ଆଉଟ୍‌ସାଇଡର୍‌ ବନାମ ଇନ୍‌ସାଇଡର୍‌

0

ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟାରେ ବଲିଉଡ୍‌ରେ ନିପୋଟିଜମ୍‌ ଚର୍ଚ୍ଚା ଜୋର୍‌ ଧରିଛି । ଅଭିନେତ୍ରୀ କଙ୍ଗନା ରନୌତ ଆରମ୍ଭରୁ ନିପୋଟିଜମ୍‌ ବିରୋଧରେ ସ୍ୱର ଉଠାଇଛନ୍ତି । ଏଥର ସେ ପୁଣି ଥରେ
ଚର୍ଚ୍ଚାକୁ ଆସିଛନ୍ତି । ଟିମ୍‌ କଙ୍ଗନା ରନୌତଙ୍କ ଟ୍ୱିଟର୍‌ ହ୍ୟାଣ୍ଡେଲ୍‌ରୁ ସାରା ଅଲୀ ଖାନ୍‌, ସୋନମ କପୁର, ସୋନାକ୍ଷୀ ସିହ୍ନା ଓ ଆଲିୟା ଭଟ୍ଟଙ୍କ କିଛି ପୁରୁଣା ଫଟୋ ରିଟ୍ୱିଟ୍‌ କରାଯାଇଛି । ଏଥିସହ କରଣ ଜୋହରଙ୍କୁ ଟାର୍ଗେଟ କରି କହିଛନ୍ତି, କରଣ କହୁଛନ୍ତି, ଆଉଟ୍‌ସାଇଡର୍‌ ଗୁଡ୍‌ ଲୁକିଙ୍ଗ୍‌ନୁହନ୍ତି । ତାଙ୍କ ପାଇଁ ରିୟାଲିଟି ଚେକ୍‌ । ଜଣେ ଟ୍ୱିଟର୍‌ ୟୁଜର୍‌ଙ୍କ ଦ୍ୱାରା ପୋଷ୍ଟ କରାଯାଇଥିବା ଷ୍ଟାର୍‌ କିଡ୍‌ଙ୍କ ପୁରୁଣା ଫଟୋରେ କଙ୍ଗନା କହିଛନ୍ତି, କିଛି ଲୋକ ଏହାକୁ ବଡି ଶେମିଂ କହିବେ । ଏପରି ନୁହେଁ । ଏହା କରଣଙ୍କ ଭଳି ମୁଭି ମାଫିଆଙ୍କ ପାଇଁ ରିୟାଲିଟି ଚେକ୍‌ । ବଲିଉଡ୍‌ରେ ‘ଇନ୍‌ସାଇଡର୍‌’ ଓ ‘ଆଉଟ୍‌ସାଇଡର୍‌’ ଉପରେ ବୟାନବାଜି ହେଉଛି । ଟ୍ୱିଟର୍‌ରେ କରଣ ଜୋହର, ସଲମାନ ଖାନ୍‌ଙ୍କ ସମେତ ଷ୍ଟାର୍‌କିଡ୍‌ଙ୍କୂ ଟ୍ରୋଲ୍‌ କରାଯାଉଛି । ଷ୍ଟାରକିଡ୍‌ଙ୍କୁ ଫେଭର୍‌ କରିବା ପାଇଁ ସୁଶାନ୍ତଙ୍କଠାରୁ ଅନେକ ଫିଲ୍ମ ଛଡ଼ାଇ ନିଆଯାଇଥିବା ଚର୍ଚ୍ଚା ହେଉଛି ।

Leave A Reply