Odisha news

ବୃହତ୍ତମ କଣ୍ଟେନର ଜାହାଜ

0

ପୃଥିବୀର ବୃହତମ କଣ୍ଟେନର ଜାହାଜ (ଏକ ପ୍ରକାର ମାଲ୍‌ବାହୀ ଜାହାଜ) ଏଚ୍‌ଏମ୍‌ଏମ୍‌ ଅଲ୍‌ଜିକୈରସ ତା’ର ପ୍ରଥମ ଯାତ୍ରା ଆରମ୍ଭ କରି ଦକ୍ଷିଣ କୋରିଆ, ନେଦରଲାଣ୍ଡ୍ସ, ଜର୍ମାନୀ ଓ ବେଲ୍‌ଜିୟମ୍‌ ଦେଇ ସୋମବାର ୟୁକେରେ ପହଞ୍ଚି ଭାୟା ସିଙ୍ଗାପୁର ଚୀନ୍‌ ଅଭିମୁଖେ ଫେରିଯାଇଛି । ଦକ୍ଷିଣ କୋରିଆର ଜାହାଜ କମ୍ପାନୀ ହୁଣ୍ଡାଇ ମର୍ଚ୍ଚାଣ୍ଟ ମେରିନ୍‌ (ଏଚ୍‌ଏମ୍‌ଏମ୍‌) ଏହାର ମାଲିକ । ଏଚ୍‌ଏମ୍‌ଏମ୍‌ ଅଲ୍‌ଜିକୈରସକୁ ସ୍ୱାଗତ କରିବାକୁ ପୋର୍ଟ ଅଫ୍‌ ଲଣ୍ଡନରେ ୬ ମାସ ହେବ ପ୍ରସ୍ତୁତି ଚାଲିଥିଲା । ଏହା ଟାଇଟନିକ୍‌ ଜାହାଜ ଓ ଲଣ୍ଡନର ଶାର୍ଡ ଅଟ୍ଟାଳିକାଠାରୁ ବଡ଼ । ଏହାର ଲମ୍ବ ୧୩୧୨ ଫୁଟ (୪୦୦ ମିଟର), ପ୍ରସ୍ଥ ୨୦୦ ଫୁଟ (୬୧ ମିଟର) । ଟାଇଟନିକ୍‌ର ଲମ୍ବ ଓ ପ୍ରସ୍ଥ ଥିଲା ଯଥାକ୍ରମେ ୨୦୬ ମିଟର ଓ ୨୮ ମିଟର । ଏହା ୧୯୧୨ରେ ତା’ର ପ୍ରଥମ ଯାତ୍ରା କରି ବୁଡ଼ିଯାଇଥିଲା ।

Leave A Reply