Odisha news

ଆପଣଙ୍କ ପସନ୍ଦ ଯୋଗ୍ୟ ରଙ୍ଗରେ ଲୁଚିଛି ଆପଣଙ୍କ ବ୍ୟକ୍ତିତ୍ୱ

ସବୁ ମଣିଷଙ୍କର କୌଣସି ନା କୌଣସି ପସନ୍ଦ ଯୋଗ୍ୟ ରଙ୍ଗ ଥାଏ l ଆମେ ପ୍ରାୟତଃ ଆମର ପସନ୍ଦ ଯୋଗ୍ୟ ରଙ୍ଗ ହିସାବରେ ପୋଷାକ ପିନ୍ଧି ଥାଉ l କିନ୍ତୁ ଜ୍ୟୋତିଷ ଶାସ୍ତ୍ର ହିସାବରେ ଆମ ପ୍ରିୟ ରଙ୍ଗକୁ ନେଇ ମଧ୍ୟ ଆମର ବ୍ୟକ୍ତିତ୍ୱ ବିଷୟରେ ଜାଣି ହେବ l ଯାହା ଆମର ଗୁଣ ଓ ବ୍ୟକ୍ତିତ୍ୱ କୁ ପରିପ୍ରକାଶ କରିଥାଏ l

* ନାଲି ରଙ୍ଗ – ନାଲି ରଙ୍ଗ ସାଧାରଣତଃ ବିପଦର ସଂକେତ ହୋଇଥାଏ l ଯଦି କୌଣସି ବ୍ୟକ୍ତି ନାଲିରଙ୍ଗ କୁ ପସନ୍ଦ କରନ୍ତି ତେବେ ସେ ବାହ୍ୟ ଦୁନିଆ କୁ ବେଶୀ ପସନ୍ଦ କରନ୍ତି l ଏହି ରଙ୍ଗକୁ ପସନ୍ଦ କରୁଥିବା ବ୍ୟକ୍ତି ଖୁବ ସହଜରେ ସମସ୍ତଙ୍କ ସହିତ ସମ୍ପର୍କ ସ୍ଥାପନ କରି ପାରନ୍ତି l ଏମାନେ ସବୁବେଳେ ରାଜକୀୟ ଭାବରେ ଜୀବନ ବିତାଇବାକୁ ପସନ୍ଦ କରି ଥାଆନ୍ତି l

*ଗୋଲାପୀ ରଙ୍ଗ – ଏହି ରଙ୍ଗକୁ ପସନ୍ଦ କରୁଥିବା ବ୍ୟକ୍ତି ଙ୍କ ବ୍ୟକ୍ତିତ୍ୱ ଖୁବ ଆକର୍ଷଣୀୟ ହୋଇଥାଏ l ସ୍ୱଭାବରେ ଭାବୁକ ହେବା ସହ ସର୍ବଦା ଜୀବନରେ ସନ୍ତୁଳନ ରଖିବାକୁ ପସନ୍ଦ କରନ୍ତି l

* ନୀଳ ରଙ୍ଗ – ଏହି ରଙ୍ଗକୁ ପସନ୍ଦ କରୁଥିବା ବ୍ୟକ୍ତି ଙ୍କ ବ୍ୟକ୍ତିତ୍ୱ ଖୁବ ସଚୋଟ ହୋଇ ଥାଆନ୍ତି l ଏମାନେ ଯେ କୌଣସି କଠିନ ପରିସ୍ଥିତିରେ ନିଜ ବନ୍ଧୁ ଓ ପ୍ରିୟ ଜନଙ୍କ ସହିତ ରୁହନ୍ତି l ସ୍ୱଭାବରେ ଖୁବ ସମ୍ବେଦନଶୀଳ ଅଟନ୍ତି l

* ସବୁଜ ରଙ୍ଗ – ଏହି ରଙ୍ଗକୁ ପସନ୍ଦ କରୁଥିବା ବ୍ୟକ୍ତି ଜୀବନରେ ଖୁବ ଉତ୍ସାହୀ ହୋଇ ଥାଆନ୍ତି l ଏମାନେ ଖୁବ ସାମାଜିକ ,ସ୍ନେହୀ ଓ ସଚୋଟ ହୋଇ ଥାଆନ୍ତି l

* ଧଳା ରଙ୍ଗ – ଧଳା ରଙ୍ଗକୁ ପସନ୍ଦ କରୁଥିବା ବ୍ୟକ୍ତିଙ୍କୁ ସବୁ କିଛି ଠିକ ଥିବା ଆବଶ୍ୟକ l ଏହି ରଙ୍ଗକୁ ପସନ୍ଦ କରୁଥିବା ବ୍ୟକ୍ତି ରାଗି ଲୋକଙ୍କୁ ଖୁବ ସହଜରେ ଶାନ୍ତ କରି ପାରନ୍ତି l ଏମାନେ ଖୁବ ଦୟାଳୁ ଅଟନ୍ତି l

* ହଳଦିଆ ରଙ୍ଗ – ଏହି ରଙ୍ଗକୁ ପସନ୍ଦ କରୁଥିବା ବ୍ୟକ୍ତି ସ୍ୱଭାବରେ ଖୁବ ରୋମାଞ୍ଚକ ହୋଇ ଥାଆନ୍ତି l ଏମାନଙ୍କ ସହିତ ସମସ୍ତେ ବନ୍ଧୁତା କରିବାକୁ ପସନ୍ଦ କରି ଥାଆନ୍ତି l

* ବାଇଗଣୀ ରଙ୍ଗ – ଏହି ରଙ୍ଗକୁ ପସନ୍ଦ କରୁଥିବା ବ୍ୟକ୍ତି ସବୁବେଳେ ଅନ୍ୟର ବିଚାରକୁ ଖୁବ ଗୁରୁତ୍ୱ ଦେଇ ଥାଆନ୍ତି l ଏମାନେ ସବୁବେଳେ ନିଜର ସ୍ୱତନ୍ତ୍ରତା ପସନ୍ଦ କରନ୍ତି ଯାହା ତାଙ୍କୁ ଅନ୍ୟ ମାନଙ୍କ ନିକଟରୁ ଅଲଗା କରିଥାଏ l

* କଳା ରଙ୍ଗ – ଏହି ରଙ୍ଗକୁ ପସନ୍ଦ କରୁଥିବା ବ୍ୟକ୍ତି ସମସ୍ତ କାର୍ଯ୍ୟରେ ଖୁବ କୁଶଳ ଅଟନ୍ତି l ଏମାନେ ନିଜର ବ୍ୟକ୍ତିତ୍ୱ ପ୍ରତି ଖୁବ ସାବଧାନ ଅଟନ୍ତି l ସେଥିପାଇଁ ସମସ୍ତ କାର୍ଯ୍ୟ ଭାବିଚିନ୍ତି କରନ୍ତି l

Comments are closed.