Odisha news

ବାହାର ରାଜ୍ୟରୁ ଆସିଥିବା ଶ୍ରମିକକୁ ନେଇ ଉତ୍ତେଜନା

0
ପାରାଦ୍ୱୀପ : ବାହାର ରାଜ୍ୟର ଶ୍ରମିକକୁ ନେଇ ପାରାଦ୍ୱୀପର ଅଠରବାଙ୍କୀ ମେଡିକାଲରେ ଉତ୍ତେଜନା ଝାଡ଼ଖଣ୍ଡ ରାଜ୍ୟରୁ ଆସିଥିବା ୪୧ ଜଣ ଶ୍ରମିକକୁ ସ୍ଥାନୀୟ ପାରାଦ୍ୱୀପ ଯୁବକ ସଙ୍ଘର ସଦସ୍ୟମାନେ ବିରୋଧ କରିଛନ୍ତି ସେମାନେ ପାରାଦ୍ୱୀପ ତୈଳ ବିଶ୍ଵଧନାଗରରେ କାର୍ଯ୍ୟରତ ଠିକା ସଂସ୍ଥା ଏଲ. ଆଣ୍ଡ ଟି କମ୍ପାନୀର ଶ୍ରମିକ ଭାବେ କାମ କରିବା ପାଇଁ ଆସିଥିଲେ l ସେମାନଙ୍କର କହିବା କଥା ଦୀର୍ଘ ଦିନ ଧରି ପାରାଦ୍ୱୀପ ଏକ କୋଭିଡି ୧୯  ମୁକ୍ତ ସହର ରହିଥିବା ବେଳେ ସେହି ଏଲ. ଆଣ୍ଡ. ଟି କମ୍ପାନୀର ବାହାର ରାଜ୍ୟରୁ ଆସିଥିବା ଜଣେ ଇଞ୍ଜିନିଅର ତିନି ଦିନ ତଳେ କରୋନା ପଜେଟିଭି ହୋଇଛନ୍ତି. ପୁଣି ସେହି କମ୍ପାନୀ ଏତେ ସଂଖ୍ୟାରେ ବାହାର ରାଜ୍ୟର ଲୋକ ମାନଙ୍କୁ ଅଣିଥିବାରୁ କରୋନା ସଂକ୍ରମିତ ହେବାର ଆଶଙ୍କା ରହିଛି ସେହି ଭଳି ପାରାଦ୍ୱୀପ ଓ ଏହାର ଆଖ ପାଖ ଅଂଚଳରେ ବିଭିନ୍ନ ରାଜ୍ୟରୁ ପେରିଥିବା ପ୍ରଭାସୀ ଓଡ଼ିଆ ଯୁବକମାନେ କାମ ନପାଇ ବେକାର ହୋଇ ବସି ରହିଛନ୍ତି l ହେଲେ ସେମାନଙ୍କୁ କାର୍ଯ୍ୟରେ ନିୟୋଜିତ ନକରି କେଉଁ ସ୍ୱାର୍ଥରେ ବାହାର ରାଜ୍ୟର ଶ୍ରମିକମାନଙ୍କୁ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ଅଣାଯାଇଛି l ଅନ୍ୟପଟେ ଶ୍ରମିକମାନଙ୍କୁ କୋଭିଡି ଟେଷ୍ଟ କରିବା ପାଇଁ ମେଡିକାଲ ଅଣାଯାଇଛି ଏସମ୍ପର୍କରେ ସ୍ଥାନୀୟ ପ୍ରଶାସନ ଅଧିକାରୀଙ୍କ ସହ ପରାମର୍ଶ  କରାଯାଇଛି ବୋଲି ସେମାନଙ୍କୁ ନେଇ ଆସିଥିବା ଏଲ. ଆଣ୍ଡ. ଟି କମ୍ପାନୀର ଜଣେ ଅଧିକାରୀ ସଫେଇ ଦେଇଛନ୍ତି l
Leave A Reply