ଦିଲ୍ଲୀର ଜହାଙ୍ଗୀରପୁର ନିବାସୀ ତବରେଜ୍ ଖାନ୍ (୩୭)ଙ୍କ ପରିବାର ମାର୍ଚ୍ଚରେ କରୋନା ସଂକ୍ରମିତ ହୋଇଥିଲେ । ଦୁଇ- ତିନି ସପ୍ତାହ ମଧ୍ୟରେ ପୂରା ପରିବାରର କରୋନା ନେଗେଟିଭ୍ ରିପୋର୍ଟ ଆସିଲା । କରୋନାରୁ ଠିକ୍ ହେବା ପରେ ତବରେଜ୍ ୨୧ ଏପ୍ରିଲରେ ପ୍ରଥମ ଥର ପ୍ଲାଜ୍ମା ଡୋନେଟ୍ କଲେ । ସେବେଠୁ ଏପର୍ଯ୍ୟନ୍ତ ୬ ଥର ପ୍ଲାଜ୍ମା ଡୋନେଟ୍ କରିସାରିବା ପରେ ସାତ ଥରକୁ ପଡ଼ିଛି । ସେ କହିଛନ୍ତି ପ୍ଲାଜ୍ମା ଦାନ କରିବା ଯୋଗୁ ତାଙ୍କୁ ଶରୀରରେ କୌଣସି ପ୍ରଭାବ ପଡ଼ୁନାହିଁ । ମୁଁ ପ୍ଲାଜ୍ମା ଦାନ କରିବା ନିଷ୍ପତ୍ତି ନେଇଛି । କାରଣ ଦେଶର କୌଣସି କାମରେ ଆସିପାରିଲେ ନିଜକୁ ଭାଗ୍ୟବାନ୍ ମନେ କରିବି । ଜଣେ ନାଗରିକ ଭାବେ ଯଦି କୌଣସି ମେଡିକାଲ କାଉନସିଲ୍ ମୋ ଶରୀରର କୌଣସି ଅଂଶ ନେଇ ଯଦି ରିସର୍ଚ ବି କରିବାକୁ ଚାହାନ୍ତି, ସେଥିପାଇଁ ମୁଁ ପ୍ରସ୍ତୁତ ଅଛି ।
