ଆଠଗଡ ୨୬/୦୬/୨୩ ସୋମବାର ଆଠଗଡ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ବିଡ଼ିଓ ପ୍ରଦୀପ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଆଠଗଡ଼ ବ୍ଲକ ରେ ଚତୁର୍ଥ ପର୍ଯ୍ୟାୟ ରେ ହେବାକୁ ଥିବା ୯ ଟି ବିଦ୍ୟାଳୟର ରୂପାନ୍ତିକରଣର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମନ୍ତ୍ରୀଙ୍କ ପ୍ରତିନିଧି ରଞ୍ଜନ ଆଚାର୍ଯ୍ୟ , ବ୍ଲକ ଶିକ୍ଷାଧିକାରୀ ବିଜୟଲକ୍ଷ୍ମୀ ସାମଲ , ଜିଲ୍ଲା ପରିଷଦ ସଦସ୍ୟ ବଳଭଦ୍ର ବାଘ , ମିନତୀ ଗାଗରାଇ , ଶାନ୍ତିଲତା ବେହେରା , ୯ ଟି ପଞାୟତର ସରପଞ୍ଚ ,ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନେ ଉପସ୍ଥିତ ଥିଲେ। ୫ ଟି ରୂପାନ୍ତିକରଣର ମୂଳ ଲକ୍ଷ୍ୟ ବିଷୟରେ ବିଡ଼ିଓ ସୂଚନା ଦେଇଥିଲେ। ଆଗାମୀ ନଭେମ୍ବର ମାସ ଶେଷ ସୁଦ୍ଧା କାର୍ଯ୍ୟ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ଜଣାପଡିଛି। ଏହି ବିଦ୍ୟାଳୟ ଗୁଡିକ ହେଲା କନ୍ଦରପୁର ବିଦ୍ୟାପୀଠ। ଜମେଶ୍ବର ବିଦ୍ୟାପୀଠ , , ଦୋରଡର ଉତ୍କଳମଣି ବିଦ୍ୟାପୀଠ , ଗୋବରାର ଗୋବରା ବିଦ୍ୟାପୀଠ , ମହାକାଳବସ୍ତର ମହାକାଳବସ୍ତ ବିଦ୍ୟାପୀଠ , ତରଡିଙ୍ଗ ର ଶ୍ରୀ ଶ୍ରୀ କପିଳେଶ୍ୱର ମହାଦେବ ବିଦ୍ୟାପୀଠ , ଖୁଣ୍ଟକଟାର ଗୋପବନ୍ଧୁ ବାଳିକା ଉଚ୍ଚ ବିଦ୍ୟାଳୟ , ପଞ୍ଚାୟତ ହାଇସ୍କୁଲ ଧୁରୁଷିଆ ଓ ପଞ୍ଚାୟତ ହାଇସ୍କୁଲ ଘଣ୍ଟିଖାଲ।