ବେତନଟୀ : ମୟୂରଭଞ୍ଜ ଷ୍ଟେଟର ରାଜା ମହାରାଜାମାନଙ୍କ ଶାସନ କାଳରୁ ଆଜିକୁ ଏକ ଶହ ବର୍ଷରୁ ଉର୍ଦ୍ଧ ଶ୍ରୀ ଶ୍ରୀ ନୃସିଂହ ଜୀଉ ବିଜେ- ବେତନଟୀ ତହସିଲ ବଡ଼ଛୁରୁଣୀ ଗ୍ରାମର ଅମରା ମଠ ପ୍ରତିଷ୍ଠିତ ହୋଇ ସାଧୁମାନଙ୍କ ପକ୍ଷରୁ ପୂଜିତ ହୋଇଆସୁଥିଲେ । ପରବର୍ତ୍ତୀ ସମୟରେ କେଶରୀ ପୁର ମୌଜାର ନନ୍ଦ ଗୋସ୍ଵାମୀ ପରିବାର ପକ୍ଷରୁ ପୁରୁଷାନୁକ୍ରମିକ ଏହି ମଠର ମହନ୍ତ ଗାଦିରେ ଅଭିଷିକ୍ତ ହୋଇ ସେବାପୂଜା ସହିତ ନୀତିକାନ୍ତି ପର୍ବପର୍ବାଣୀ ଆଦି ସଂପାଦନ କରିଆସୁଥିଲେ । ରାଜଶାସନ ଅମଳରୁ ଏହି ମଠର ସେବାପୂଜା ନିମନ୍ତେ ଜମି ଖଞ୍ଜା ହୋଇ ଆସିଥିଲେ ବି ଜମି ଭୋଗ ଦଖଲ କରି ଆସୁଥିବା ପ୍ରଜାମାନେ ଜମିର ଆୟରୁ ଯାହା ମଠ ପରିଚାଳନା ପାଇଁ ପ୍ରଦାନ କରି ଆସୁଥିଲେ- ଟ୍ରଷ୍ଟ ପୂର୍ନଗଠିତ ଦେବୋତ୍ତର ବିଭାଗ ପକ୍ଷରୁ କରାନଯିବାରୁ ମଠର ସେବାପୂଜା, ରକ୍ଷଣା ବେକ୍ଷଣ କାର୍ଯ୍ୟ ହୋଇ ନ ପାରି ଅଚଳ ଅବସ୍ଥାରେ ପହଞ୍ଚିଥିବା ଯୋଗୁଁ ସେବାପୂଜାରେ ଗୁରୁତର ବ୍ୟାଘାତ ସୃଷ୍ଟି ହେଉଥିଲା। ଏନେଇ ମଠ ପରିଚାଳନା କମିଟିର କର୍ମକର୍ତ୍ତାଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ୫-ଟି ସଚିବଙ୍କ ଗସ୍ତ ପରେ ଏହି ପ୍ରାଚୀନ୍ନ ପୀଠର ପୁନରୁଦ୍ଧାର ପାଇଁ ଜିଲ୍ଲାରେ ଅନ୍ୟ ଅନୁଷ୍ଠାନମାନଙ୍କ ପାଇ ଯେଉଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା ଏବଂ ସେହି ତାଲିକାରେ ମଧ୍ୟ ଏହି ମଠର ପୁନରୁଦ୍ଧାର ପାଇଁ ଦଶଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଥିବା ହେତୁ ଗ୍ରାମବାସୀ, ଟ୍ରଷ୍ଟ ଏବଂ ସ୍ଥାନୀୟ ବିଶିଷ୍ଟ ବ୍ୟକ୍ତି ବିଶେଷ ତଥା ବ୍ଲକର ସମସ୍ତ ସାମ୍ବାଦିକଙ୍କ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି। ଏହି ଉପଲକ୍ଷେ ଗତକାଲି ଶ୍ରୀ ନୃସିଂହ ଚତୁର୍ଦ୍ଦଶୀ ଅବସରରେ ଏହି ମଠରେ ଆୟୋଜିତ ଏକ ଉତ୍ସବରେ ବ୍ଲକ ଅଧ୍ୟକ୍ଷା କୌଶଲ୍ୟା ମାଝୀ , ଯୁବନେତା ସୁଶାନ୍ତ କୁମାର ବଳା, ସୁନ୍ଦର ମୋହନ ମହାନ୍ତ, ବିଶ୍ଵନାଥ ହେମ୍ବ୍ରମ, ସରପଞ୍ଚ ମୀନତି ସିଂ ପ୍ରେସକ୍ଲବର ସମସ୍ତ ସଦସ୍ୟ ପ୍ରମୁଖଙ୍କ ସମେତ ସ୍ଥାନୀୟ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେବା ସହିତ ଏକ ପ୍ରବଚନ ସଭା, ପ୍ରସାଦ ବଣ୍ଟନ, ନାମ ସଂକୀର୍ତ୍ତନର ଆୟୋଜନ କରାଯାଇଥିଲା। ଟ୍ରଷ୍ଟ ପକ୍ଷରୁ ରମାକାନ୍ତ ଗୋଚ୍ଛାୟତ, ଗିରୀଶ ଚନ୍ଦ୍ର ବିଶ୍ଵାଳ,କମଳାକାନ୍ତ ମଳିକ, ବସନ୍ତ କୁମାର ଖୁଣ୍ଟିଆ, ମନୋରଞ୍ଜନ ଖଟୁଆ, ରମାକାନ୍ତ ଜେନା, ଉବେଶ ଚନ୍ଦ୍ର ବେହେରା, ତରଣୀ ସେନ ନାଏକ, ଦୀନବନ୍ଧୁ ନାୟକ, ହରିଶ୍ଚନ୍ଦ୍ର ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।