Odisha news

5T ବିଦ୍ୟାଳୟର ବ୍ଳକ୍ ସ୍ତରୀୟ ସମୀକ୍ଷା ବୈଠକ

0

ବେଲଗୁଣ୍ଠା,26/09, ଆଜି ଅପରାହ୍ଣରେ ବେଲଗୁଣ୍ଠା ବ୍ଳକ୍ ରେ ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ 5T ବିଦ୍ୟାଳୟ ଭାବେ ରୂପାନ୍ତରିତ ହୋଇଥିବା 14 ଟି ବିଦ୍ୟାଳୟ ସମ୍ପର୍କରେ ଏକ ବ୍ଳକ୍ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି I ବେଲଗୁଣ୍ଠା ଗୋଷ୍ଠୀ ଊନ୍ନୟନ ଅଧିକାରୀ ରୋଶନ୍ ଶତପଥିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରା, ସହକାରୀ ନିର୍ବାହି ଯନ୍ତ୍ରୀ ଗିରିଧାରୀ ବେହେରାଙ୍କ ସମେତ 13 ଟି 5T ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ ପ୍ରଧାନ ଶିକ୍ଷୟିତ୍ରୀ ଏବଂ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀ ଏବଂ ବ୍ଳକ୍ ଅନ୍ୟ ବିଭାଗୀୟ କର୍ମଚାରୀମାନେ ଉପସ୍ଥିତ ରହି ବିଦ୍ୟାଳୟ ଗୁଡିକର କାର୍ଯ୍ୟକ୍ରମର ଅଗ୍ରଗତି ଏବଂ ସମସ୍ୟା ସମ୍ପର୍କରେ ସମୀକ୍ଷା କରିଥିଲେ I ଏହି ପ୍ରରିପ୍ରେକ୍ଷୀରେ ଯେଉଁ ବିଦ୍ୟାଳୟରେ ଅଦ୍ୟାବଧି 5T କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ହୋଇପାରିନି ଆଗାମୀ 15 ଦିନ ମଧ୍ୟରେ କାର୍ଯ୍ୟକ୍ରମର ସମାପ୍ତ ପାଇଁ ବିଡ଼ିଓ ଶ୍ରୀ ଶତପଥି ସମ୍ପୃକ୍ତ ବିଦ୍ୟାଳୟ ମୁଖ୍ୟ ଏବଂ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ I କୌଣସି ବିଦ୍ୟାଳୟରେ ଅନୁଦାନଜନିତ ସମସ୍ୟା ରହିଥିଲେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିଜେ ସମ୍ପୃକ୍ତ ବିଦ୍ୟାଳୟକୁ ପରିଦର୍ଶନ କରି କାର୍ଯ୍ୟର ମାନ ଯାଞ୍ଚ୍ କରିବା ସହିତ ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ,ବିଦ୍ୟାଳୟ ପରିଚାଳନା ସମିତି ଏବଂ କନିଷ୍ଠ ଯନ୍ତ୍ରୀଙ୍କ ସହ ନିର୍ମାଣ କାର୍ଯ୍ୟର ସମୀକ୍ଷା କରି ଜିଲ୍ଳାପାଳଙ୍କୁ ଅବଗତ କରାଯିବ ବୋଲି ପ୍ରକାଶ କରିଥିଲେ ବିଡିଓ ଶ୍ରୀ ଶତପଥି I ଏହା ସହ ସେ ସ୍ମାର୍ଟ ଶ୍ରେଣୀ ଗୃହ, ଲ୍ୟାବରୋଟରୀ, ଇ-ଲାଇବ୍ରେରି ସମ୍ପର୍କରେ ସମୀକ୍ଷା କରିବା ସହିତ ପାନୀୟ ଜଳ ସମସ୍ୟା ରହିଥିବା ବିଦ୍ୟାଳୟ ଗୁଡିକରେ ସମସ୍ୟାର ସମାଧାନ ପାଇଁ ଗ୍ରାମ୍ୟଜଳଯୋଗାଣ ବିଭାଗ ସହ ଆଲୋଚନା କରାଯିବ ବୋଲି ପ୍ରକାଶ କରିଥିଲେ I ଆଜିର ସମୀକ୍ଷା ବୈଠକରେ ବିଡ଼ିଓ ଶ୍ରୀ ଶତପଥି ବିଦ୍ୟାଳୟ ଗୁଡ଼ିକର ପରିମଳ ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରିଥିଲେ I

Nalco
Leave A Reply