Odisha news

ୟୁଏସ୍‌ ଓପନ : କ୍ୱାର୍ଟର୍‌ରେ ମିନାଉର

0

ନୁ୍ୟୟର୍କ, ୮ା୯ (ଏଜେନ୍ସି) : ଅଷ୍ଟ୍ରେଲିଆର ପେସାଦାର ପୁରୁଷ ଟେନିସ ଖେଳାଳି ଆଲେକ୍ସ ଡି ମିନାଉର ପ୍ରଥମ ଥର ପାଇଁ ଗ୍ରାଣ୍ଡସ୍ଲାମ୍‌ ଟେନିସ ଟୁର୍ଣ୍ଣାମେଣ୍ଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ସୋମବାର ବିଳମ୍ବିତ ରାତିରେ ଅନୁଷ୍ଠିତ ୟୁଏସ୍‌ ଓପନ୍‌ ପୁରୁଷ ସିଙ୍ଗଲ୍ସ ପି୍ର-କ୍ୱାର୍ଟର୍‌ ଫାଇନାଲ୍‌ ମ୍ୟାଚ୍‌ରେ ୨୧ ବର୍ଷୀୟ ଆଲେକ୍ସ ୭-୬, ୬-୩, ୬-୨ ସେଟ୍‌ରେ କାନାଡ଼ାର ଭାସେକ୍‌ ପସ୍ପିସିଲଙ୍କୁ ହରାଇ ଥିଲେ । ଅଷ୍ଟ୍ରେଲିଆର ଅନ୍ୟତମ ମହିଳା ଖେଳାଳି ଆସ୍‌ଲେ ବର୍ଟି ୟୁଏସ୍‌ ଓପନ୍‌ରେ ଅଂଶଗ୍ରହଣ କରିନାହାନ୍ତି । ତାଙ୍କ ଅନୁପସ୍ଥିତିରେ ମିନାଉର୍‌ଙ୍କ ପ୍ରଦର୍ଶନ ଅଷ୍ଟ୍ରେଲିଆ ପାଇଁ ଟାଇଟଲ୍‌ ସମ୍ଭାବନା ସୃଷ୍ଟି କରିଛି । ସେମିଫାଇନାଲ୍‌ରେ ସ୍ଥାନ ପMା କରିବା ନିମନ୍ତେ ମିନାଉର ପ୍ରତିଯୋଗିତାର ଦ୍ୱିତୀୟ ସିଡେଡ୍‌ ଡୋମିନିକ୍‌ ଥିମ୍‌ଙ୍କୁ ଭେଟିବେ । ଥିମ୍‌ଙ୍କ ବିପକ୍ଷରେ ମ୍ୟାଚ୍‌ ଜିତିବା ମିନାଉରଙ୍କ ପାଇଁ ସହଜସାଧ୍ୟ ହେବ ନାହିଁ । ୨୦୧୮ରେ ମିନାଉର ୱିମ୍ବଲଡନ୍‌ର ମୁଖ୍ୟ ଡ୍ର’ର ସାମିଲ ହେବା ପାଇଁ ଯୋଗ୍ୟତା ପର୍ଯ୍ୟାୟର ତୃତୀୟ ରାଉଣ୍ଡ ପର୍ଯ୍ୟନ୍ତ ଯାଇଥିଲେ । ସେ ପ୍ରଥମ ଥର ପାଇଁ ଗ୍ରାଣ୍ଡସ୍ଲାମ୍‌ ପ୍ରତିଯୋଗିତାର ଶ୍ରେଷ୍ଠ ୮ରେ ପ୍ରବେଶ କରିଛନ୍ତି ।

Leave A Reply