ଢେଙ୍କାନାଳ ୧୯ା୬:ଢେଙ୍କାନାଳ ଜିଲ୍ଲା ଓକିଲ ସଂଘ ତରଫରୁ ଲଦାଖର ଗଲୱାନ ଘାଟିରେ ଦେଶ ମାତୃକାର ସେବାରେ ନିୟୋଜିତ ୨୦ ଭାରତୀୟ ଜବାନ୍ ଚୀନ୍ ସେନାଙ୍କ ବର୍ବରୋଚିତ ଆକ୍ରମଣରେ ସହୀଦ୍ ହୋଇଥିବାରୁ ତା’ର ପ୍ରତିବାଦରେ ଢେଙ୍କାନାଳ ଜିଲ୍ଲା ସିଭିଲ୍ କୋର୍ଟ ସାମ୍ନାରେ ଭିକ୍ଷୋବ ପ୍ରଦର୍ଶନ ସହ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଅଛି । ଢେଙ୍କାନାଳ ଜିଲ୍ଲା ଓକିଲ ସଂଘର ଅନ୍ତରୀଣ କମିଟିର ଅଧ୍ୟକ୍ଷ ଶ୍ରୀ ଓମ୍ ପ୍ରକାଶ ଶରଣଙ୍କ ଅଧ୍ୟକ୍ଷତାରେ ଅପରାହ୍ନ ୧ ଘଟିକା ସମୟରେ ଏହି ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ପ୍ରଥମେ ସହୀଦ ଜବାନଙ୍କ ଉଦେ୍ଦଶ୍ୟରେ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଦେଶର ସାର୍ବଭୌମ୍ୟତା ପ୍ରତି ଚୀନ୍ ତରଫରୁ ବିପଦ ଦେଖାଦେଇଥିବା ଓ ଭାରତୀୟ ସୈନିକ ମାନଙ୍କ ଉପରେ ବର୍ବରୋଚିତ ଆକ୍ରମଣର ଗଭୀର ନିନ୍ଦା କରାଯାଇଥିଲା । ଏହାପରେ ଚୀନ୍ର ରାଷ୍ଟ୍ରପତି ଜିନ୍ପିଙ୍ଗ୍ଙ୍କ କୁଶପୁତଳିକା ଦାହ କରାଯାଇଥିଲା । ଜିନ୍ପିଙ୍ଗ୍ ମୁର୍ଦାବାଦ୍, ଚାଇନା ଡାଉନ୍ ଡାଉନ୍ କହିବା ସହିତ ଭାରତ ମାତା କୀ ଜୟ, ସହୀଦ୍ ଜବାନ୍ ଅମର ରହେ ଇତ୍ୟାଦି ଶ୍ଲୋଗାନ୍ ଦିଆଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲ୍ଲା ଓକିଲ ସଂଘର ଅନ୍ତରୀଣ ସଭ୍ୟ ବରିଷ୍ଠ ଆଇନ୍ଜୀବି ଦୀପକ ପ୍ରସାଦ ପଟ୍ଟନାୟକ, ଶିବସାଇ ମହାପାତ୍ର, ପ୍ରଦୀପ୍ତ କୁମାର ତ୍ରିପାଠୀ, ଜୟନ୍ତ କୁମାର ମିଶ୍ର, ସୁଶାନ୍ତ ପାଣିଗ୍ରାହୀ, ଅକ୍ଷୟ କୁମାର ଭୋଇ, ବରିଷ୍ଠ ଆଇନ୍ଜୀବି ଦୀପ୍ତିଶ ପ୍ରସାଦ ପଟ୍ଟନାୟକ, ସୁବୋଧ ମହାନ୍ତି, ପୂର୍ବତନ ସଭାପତି ସଞ୍ଜୟ କୁମାର ମିଶ୍ର, ପୂର୍ବତନ ସଂପାଦକ ଟଙ୍କଧର ବେହେରା, ପ୍ରମିଳା ମହାପାତ୍ର, ନବ କିଶୋର ଗୁରୁ, ନବ କିଶୋର ସାହୁ, ସୁଭାଶିନୀ ମହାକୁଡ, ଗୋପାଳ ଚନ୍ଦ୍ର ପାତ୍ର, ଦିତିକୃଷ୍ଣ ବରାଳ, ଦୁର୍ଗାପ୍ରସାଦ ପଣ୍ଡା, ଅବନୀ ବଲ୍ଲଭ ରାଉତ, ପ୍ରକାଶ କୁମାର ଦାସ, ପ୍ରଶାନ୍ତ ରାଉତ, ପ୍ରେମାନନ୍ଦ ବିହାରୀ, ମାତୃ ପ୍ରସାଦ ନନ୍ଦ, ପି.ସି. ନାଥ, ସୁମିତ୍ରା ମିଶ୍ର ଓ ମାନସ ରଞ୍ଜନ ନାୟକଙ୍କ ସମେତ ଶତାଧିକ ଆଇନ୍ଜୀବି ଏହି ପ୍ରତିବାଦ ସଭରେ ଅଂଶଗ୍ରହଣ କରିଥିଲେ ।