Odisha news

ଏଲ୍‍ଇଡି ମାସ୍କ କରୋନା

0

ଯୋଗୁଁ ଏବେ ସମସ୍ତଙ୍କ ମୁହଁରେ ମାସ୍କ । ମାସ୍କ ପିନ୍ଧି କଥାବାର୍ତ୍ତା କରିବା ସମୟରେ କିଏ ହସୁଛି ଆଉ କିଏ ହସୁନି କିଛି ଜଣାପଡୁ ନାହିଁ । ତେବେ ଏ ସମସ୍ୟାର ସମାଧାନ କରିଛନ୍ତି ଆମେରିକୀୟ ଗେମ୍‍ ଡିଜାଇନର୍‍ ଓ ପ୍ରୋଗ୍ରାମର ଟ୍ରେଲର ଗ୍ଲେୟଲ । ସେ ଏକ ଏଲିଇଡି ମାସ୍କ ତିଆରି କରିଛନ୍ତି ଯାହାକୁ
ଲଗାଇ କଥା ହେଲେ ଲାଇଟ୍‍ ଜଳିଥାଏ । ସାମ୍ନାରେ ଥିବା ଲୋକ କେତେବେଳେ କଥା ହେଉଛି ବା ଚୁପ୍‍ ରହୁଛି, ଲାଇଟ୍‍ରୁ ଜଣାପଡ଼େ । ହସିବା ସମୟରେ ମାସ୍କ ଆଗରେ ସ୍ମାଇଲି ସିମ୍ବଲ୍‍ ଆସିଥାଏ । କପଡ଼ା ମାସ୍କରେ ୧୬ଟି ଏଲଇଡି ଲାଗିଛି । ସେ କହିଛନ୍ତି, ଅନଲାଇନ୍‍ରେ ଏପରି ମାସ୍କ ସର୍ଚ୍ଚ କଲି, ନ ମିଳିବାରୁ ନିଜେ ତିଆରି କଲି । ମାସ୍କ ତିଆରି ପାଇଁ ମାସେ ସମୟ ଲାଗିଥିଲା । ସଫା କରିବା ସମୟରେ ଏଲଇଡି ଲାଇଟ୍‍ ପ୍ୟାନେଲ୍‍କୁ ଖୋଲିହେବ । ଏଥିରେ ୯ ଭୋଲଫର ବ୍ୟାଟେରି ଲାଗିଛି । ମାସ୍କର ଦାମ୍‍ ପ୍ରାୟ ୩୮୦୦ ଟଙ୍କା ।

Leave A Reply