Odisha news

ପୋଲସରା : ସୁରାଟ ରୁ ଫେରିଲେ ୫୬ ଜଣ , ସଂଘରୋଦ୍ଧ ଗୃହରେ ରଖାଗଲା।

0
ପୋଲସରା ୦୨/୦୫/୨୦୨୦: ଆଜି ଗୁଜରାଟ ର ସୁରାଟ ସହର ରୁ ୫୬ ଜଣ ଶ୍ରମିକ ନିଜେ ଗାଡ଼ି ଭଡ଼ା କରି ଏଠାକୁ ଫେରି ଆସିଛନ୍ତି। ଏ ସମ୍ପର୍କରେ ସୂଚନା ପାଇବା କ୍ଷଣି ସ୍ଥାନୀୟ ତହସିଲଦାର ସୁକାନ୍ତ କୁମାର ମିଶ୍ର , ଗୋଷ୍ଠୀ ଉନ୍ନୟନ ଶମ୍ଭୁନାଥ ନନ୍ଦି ଏବଂ ସେକେଣ୍ଡ ଅଫିସର ବିୟୁଟି ମହାନ୍ତି ପ୍ରମୁଖ ପହଞ୍ଚି ସମସ୍ତ ଙ୍କୁ ସଂଗରୋଦ୍ଧ ଗୂହ ରେ ରହିବା ବ୍ୟବସ୍ଥା କରିଛନ୍ତି।
ପ୍ରାପ୍ତ ସୂଚନା ଅନୁଯାୟୀ ପୋଲସରା ବ୍ଳକ ର କଳମ୍ବ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପାଟଣା ସାହିର ୪୯ ଜଣ , ଘୋଡାପଲାଣ ପଞ୍ଚାୟତ ଅନ୍ତର୍ଗତ ଘୋଡାପଲାଣ ଗ୍ରାମର ଦୁଇଜଣ ଏବଂ କରାତଳି ଗ୍ରାମର ଜଣେ , ଖଣ୍ଡୁରୁ ପଞ୍ଚାୟତ ର ଖଣ୍ଡୁରୁ ଗ୍ରାମର ଦୁଇଜଣ ଏବଂ କବିସୂର୍ଯ୍ୟନଗର ବ୍ଳକ ଅନ୍ତର୍ଗତ ଏ ବରିଡା ଗ୍ରାମର ଜଣେ ଓ ବାଉଁସିଆ ଗ୍ରାମର ଜଣେ ଏମିତି ୫୬ ଜଣ ଏପ୍ରିଲ ୩୦ ତାରିଖ ଦିନ ନିଜେ ଗାଡ଼ି ଭଡା କରି ବାହାରି ଥିଲେ। ସେମାନଙ୍କ ମଧ୍ୟରେ ୫୨ ଜଣ ପୁରୁଷ ଥିବା ବେଳେ ଦୁଇ ଜଣ ମହିଳା ଏବଂ ଦୁଇ ଜଣ ଶିଶୁ ଅଛନ୍ତି।
ସୁରାଟ ରୁ ଆସୁଥିବା ଗାଡି ଆଜି ଅପରାହ୍ନ ୩ ଘଣ୍ଟ ସମୟରେ ପହଞ୍ଚିବ ସୂଚନା ପାଇ ତହସିଲଦାର , ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଥାନା ସେକେଣ୍ଡ ଅଫିସର ବିୟୁଟି ମହାନ୍ତି ଯାଇ ସେମାନଙ୍କ ମଧ୍ୟରୁ ୪୨ ଜଣ ଙ୍କୁ କଳମ୍ବ ପାଟଣା କୋଠ ଘରେ , ୧୦ ଜଣ ଙ୍କୁ କଳମ୍ବ ପାଟଣା ପ୍ରାଥମିକ ବିଦ୍ୟାଳୟରେ ଏବଂ ଦୁଇ ଜଣ ମହିଳା ଓ ଦୁଇ ଜଣ ଶିଶୁ ଙ୍କୁ ଅଙ୍ଗନବାଡି କେନ୍ଦ୍ର ରେ ରହିବା ବ୍ୟବସ୍ଥା କରିଛନ୍ତି। ଆଜି ଫେରିଥିବା ଶ୍ରମିକ ମାନେ  ସୁରାଟ ସୁତାକଳ ରେ କାମ କରୁଥିଲେ। ମହାମାରୀ କରୋନା ବ୍ୟାପିବା ଆଶଙ୍କା ରେ ମାର୍ଚ୍ଚ ମାସ ୨୫ ତାରିଖ ଠାରୁ ତାଲାବନ୍ଦି ହୋଇଯିବା ଯୋଗୁଁ ସୁତାକଳ ଗୁଡିକ ବନ୍ଦ ହୋଇଯିବା ଦ୍ଵାରା ଏମାନେ କାମ ନପାଇ ବଡ କଷ୍ଟରେ ଚଳୁଥଗଲେ ।
ଶେଷରେ ନିରୁପାୟ ହୋଇ ଜଣଙ୍କ ପିଛା ୩୫୦୦ ଟଙ୍କା ଲେଖାଏଁ ଟିକଟ ବିନିମୟରେ ଗାଡି ଭଡା କରି ଆଜି ଫେରିଛନ୍ତି। ସୂଚନାଯୋଗ୍ୟ ଯେ ବ୍ରହ୍ମପୁର ଠାରୁ ସୁରାଟ କୁ ରେଳ ଗାଡିରେ ଜଣଙ୍କ ପିଛା ଟିକଟ ମୂଲ୍ୟ ୬୭୫ ଟଙ୍କା ରହିଛି। ଏଣୁ ରାଜ୍ୟ ସରକାର ଏହି ଗରିବ ଶ୍ରମିକ ମାନଙ୍କ ଯାତାୟତ ଖର୍ଚ୍ଚ ଭରଣା କରିବା ପାଇଁ  ନିର୍ମାଣ ଶ୍ରମିକ ନେତା ଗଣପତି ସାହୁ ଦାବି କରିଛନ୍ତି।
Govt
Leave A Reply