Odisha news

ଭଦ୍ରକ : କ୍ୱାରେଣ୍ଟାଇନ ସେଣ୍ଟର ବୁଲିଲେ ଏମ୍‍ସ ରେପିଡ୍‍ ରେସ୍‍ପନ୍‍ସ ଟିମ୍‍ ,କଣ୍ଟେନମେଣ୍ଟ ଜୋନ ପରିଦର୍ଶନ

0

ଭଦ୍ରକ,୦୨ ।୦୫:ଏବେ ମହାମାରୀ କରୋନା ସଂକ୍ରମଣରେ ଭଦ୍ରକ ଜିଲ୍ଲା ରେଡ୍‍ ଜୋନ୍‍ । ଆଉ ଜିଲ୍ଲାର କନଟ୍ରାକଫ ଟେସିଂକୁ ସର୍ବାଧିକ ଗୁରୁତ୍ୱ ଦେବା ଦେବା ସହ ପଞ୍ଚାୟତମାନଙ୍କରେ ଖୋଲାଯାଇଥିବା କ୍ୱାରେଣ୍ଟାଇନ ଗୁଡିକର ସୁବିଧା ଉପଲବ୍ଧ ପାଇଁ କୋବିଡ୍‍ ୧୯ ପାଇଁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ଦୁଇ ବରିଷ୍ଠ ପ୍ରଶାସକ ଗୁରୁତ୍ୱ ଦେଇଛନ୍ତି । ସ୍ଥାନୀୟ ସଂସ୍କୃତି ଭବନରେ ଗତ ୧ତାରିଖ ଭଦ୍ରକ ଗସ୍ତରେ ଆସିଥିବା ପର୍ଯ୍ୟବେକ୍ଷକ ମଧୁସୂଦନ ପାଢୀ(ବାଣିଜ୍ୟ-ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ) ଓ ରତ୍ନାକର ରାଉତ(ପଶୁସମ୍ପଦ ବିଭାଗ ନିର୍ଦ୍ଦେଶକ)ରେଡ୍‍ଜୋନ୍‍ ପାଲଟିଥିବା ଜିଲ୍ଲାର କରୋନା ସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ । ଏହି ବୈଠକରେ ଜିଲ୍ଳାପାଳ ଡ.ଜ୍ଞାନ ଦାସ, ଏଡିଏମ୍‍(ସାଧାରଣ) ଶ୍ୟାମଭକ୍ତ ମିଶ୍ର, ଏଡିମ୍‍(ରାଜସ୍ୱ) ଅରୁଣ ମହାପାତ୍ର, ଡିଆରଡିଏର ପିଡି ମଧୁସୂଦନ ପାଢୀ, ଉପଜିଲ୍ଲପାଳ ପୀତାମ୍ବର ସାମଲ, ଅତିରିକ୍ତ ପିଡି ରାଜେନ୍ଦ୍ର ପଣ୍ଡାଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।

ଜିଲ୍ଲାର କଣ୍ଟେନମେଣ୍ଟ ଜୋନ୍‍ ଗୁଡିକର ପରିଚାଳନା, କ୍ୱାରେଣ୍ଟାଇନରେ ରହୁଥିବା ଲୋକଙ୍କ ଖାଦ୍ୟପେୟ, ପାନୀୟ ଜଳ, ନିରବଚ୍ଛିନ୍ନ ବିଜୁଳି ସେବା ବ୍ୟବସ୍ଥା ସମ୍ପର୍କରେ ପର୍ଯ୍ୟବେକ୍ଷକଦ୍ୱୟ ସମୀକ୍ଷା କରିବା ସହ କ୍ୱାରେଣ୍ଟାଇନ ଗୁଡିକର ଟଏଲେଟ ବ୍ୟବସ୍ଥାର ପରିମଳ ଓ ସ୍ୱଚ୍ଛତା ପ୍ରତି ଅଧିକ ଗୁରୁତ୍ୱ ଦେଇଥିଲେ । ରାଜ୍ୟ ତଥା ରାଜ୍ୟ ବାହରୁ ଫେରୁଥିବା ବ୍ୟକ୍ତି, ଶ୍ରମିକମାନଙ୍କର ପଞ୍ଜିକରଣ ସମ୍ପର୍କରେ ଆଲୋଚନା କରିଥିଲେ । ସେହିପରି ଗର୍ଭବତୀ ମହିଳାମାନେ ଯେପରି ସଠିକ୍‍ ସ୍ୱାସ୍ଥ୍ୟ ସେବା ପାଇ ପାରିବେ ସେଥିପାଇଁ ପରାମର୍ଶ ଦେଇଥିଲେ । ସେହିପରି ଜିଲ୍ଲାରେ ଅଧିକ ଶ୍ରମଦିବସ ସୃଷ୍ଟି କରି ସାମାଜିକ ଦୂରତ୍ୱ ରକ୍ଷା କରି କାମ ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନକୁ କହିଥିଲେ । ବ୍ଲକ, ଆର୍‍ ଆଣ୍ଡ ବି, ଆର୍‍.ଡି, ବିଭାଗରେ ବନ୍ଦ ରହିଥିବା କାର୍ଯ୍ୟସବୁ ସ୍ଥାନୀୟ ଶ୍ରମିକଙ୍କୁ ନେଇ ସାମାଜିକ ଦୂରତ୍ୱ ରକ୍ଷା କରି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଳାର ନାମମାତ୍ର ଚାଷୀ, କ୍ଷୁଦ୍ର ଚାଷୀ ଯେପରି ତୁରନ୍ତ ଋଣ ପାଇ ପାରିବ ସେଦିଗରେ ଧ୍ୟାନ ଦେବାକୁ ଲିଡ ବ୍ୟାଙ୍କ, ନାବାର୍ଡର ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଏଥିରେ ଅଧିକରୁ ଅଧିକ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ସାମଲି କରିବାକୁ ମତ ପ୍ରଦାନ କରିଥିଲେ ।

ଅଧିକ ଗ୍ରୀଷ୍ମ ପ୍ରବାହର ଆଶା ଥିବାରୁ କ୍ୱାରେଣ୍ଟାଇନ ସେଣ୍ଟର, ଆଇସୋଲେସନ ସେଣ୍ଟର, କୋବିଡ଼ କେୟାର ହସ୍‍ପିଟାଲ ଆଦି କେନ୍ଦ୍ରରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଉପରେ ସଚିବ ଗୁରୁତ୍ୱ ଦେଇଥିଲେ । ପରେ ଶ୍ରୀ ପାଢୀ ଏବଂ ଶ୍ରୀ ରାଉତ ଜିଲ୍ଲାର କଣ୍ଟେନମେଣ୍ଟ ଜୋନ ଅଞ୍ଚଳକୁ ଯାଇ ସେଠାକାର ସ୍ଥିତି ନୀରିକ୍ଷଣ କରିଥିଲେ । ଅନ୍ୟପକ୍ଷରେ ଗତକାଲି ଏମ୍‍ସରୁ ରେପିଡ ରେସ୍‍ପନ୍‍ସ ଟିମ୍‍ର ଏକ ୪ଜଣିଆ ଡାକ୍ତରୀ ଦଳ ଭଦ୍ରକ ଜିଲ୍ଲା ଗସ୍ତରେ ଆସି ଜିଲ୍ଲାପାଳଙ୍କ ସହ ଜିଲ୍ଲାର କରୋନା ସଂକ୍ରମଣ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ ।

ଏହି ପ୍ରତିନିଧି ଦଳରେ ମହାମାରୀ ବିଶେଷଜ୍ଞ ପ୍ରଫେସର ଡାକ୍ତର ବିନୋଦ ପାତ୍ର, ଡାକ୍ତର ଜୟୀରଂଜନ, ବରିଷ୍ଠ ମେଡିସିନ ବିଶେଷଜ୍ଞ ଡାକ୍ତର ଦେବାନନ୍ଦ ସାହୁ, ବରିଷ୍ଠ କମ୍ୟìନିଟି ଡାକ୍ତର ଦୀନେଶ ପ୍ରସାଦ ସାହୁ ଉପସ୍ଥିତ ଥିଲେ । ଅନୁଷ୍ଠିତ ଆଲୋଚନା ବୈଠକରେ ଜିଲ୍ଳାପାଳ ଜ୍ଞାନ ଦାସ, ସିଡିଏମଓ ଆର୍ଯ୍ୟ ମିଶ୍ର, ଡିପିଏମ୍‍ ସରିତା ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ । ବିଶେଷ କରି ସାମାଜିକ ଦୂରତା ବଜାୟ ରଖିବା ଓ କ୍ୱାରେଣ୍ଟାଇନରେ ଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟବସ୍ଥାର ସଠିକ୍‍ ପରିଚାଳନା ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ । ଏମସ୍‍ର ଏହି ୪ଜଣିଆ ପ୍ରତିନିଧି କେକେତ କ୍ୱାରେଣ୍ଟାଇନ ସେଣ୍ଟର ବୁଲି ସ୍ଥିତି ନୀରିକ୍ଷଣ କରିଥିଲେ

Leave A Reply