Odisha news

୧୫୦ତମ ଆଇପିଏଲ୍‌ ମ୍ୟାଚ୍‌ ଖେଳିଲେ ପୋଲାର୍ଡ

0

ଆବୁଧାବୀ,୨୩ା୯(ଏଜେନ୍ସି): ମୁମ୍ବାଇ ଇଣ୍ଡିଆନ୍ସ ଅଲ୍‌ରାଉଣ୍ଡର କିରନ ପୋଲାର୍ଡ ବୁଧବାର କ୍ୟାରିୟରର ୧୫୦ତମ ଆଇପିଏଲ୍‌ ମ୍ୟାଚ୍‌ ଖେଳିଛନ୍ତି । ବୁଧବାର କୋଲକାତା ନାଇଟ୍‌ରାଇଡର୍ସକୁ ଭେଟିଥିଲା ମୁମ୍ବାଇ ଇଣ୍ଡିଆନ୍ସ । ଏହି ମ୍ୟାଚ୍‌ରେ ପୋଲାର୍ଡ ପଡିଆରେ ପାଦ ଦେବା କ୍ଷଣୀ ସାଥି ଖେଳାଳିମାନେ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ । ସେ ପ୍ରଥମ ବିଦେଶୀ ଖେଳାଳି ଭାବେ ଆଇପିଏଲ୍‌ରେ ୧୫୦ ମ୍ୟାଚ୍‌ ପୂରଣ କରିଛନ୍ତି । ଏହି ମ୍ୟାଚ୍‌କୁ ସ୍ମରଣୀୟ କରିବା ପାଇଁ ଜର୍ସିର ପଛ ପଟେ ୧୫୦ ପୋଲାର୍ଡ ଲେଖାଥିବା ଟି-ସାର୍ଟ ପିନ୍ଧି ସେ ପଡ଼ିଆକୁ ଆସିଥିଲେ । ପୋଲାର୍ଡଙ୍କ
ଏହି ଫଟୋ ଟ୍ୱିଟରରେ ମୁମ୍ବାଇ ଇଣ୍ଡିଆନ୍ସ ଅପ୍‌ଲୋଡ କରିଛି । ୨୦୧୦ରେ ପୋଲାର୍ଡ ମୁମ୍ବାଇ ଇଣ୍ଡିଆନ୍ସ ଦଳରେେ ଯ । ଗ େ ଦ ଇ ଥ ି େ ଲ । ସେବେଠାରୁ ସେ ମୁମ୍ବାଇ ଇଣ୍ଡିଆନ୍ସର ନିୟମିତ ସଦସ୍ୟ ଅଛନ୍ତି । ସେ ଆଇପିଏଲ୍‌ରେ ୨୭୭୩ ରନ୍‌ କରିଥିବା ବେଳେ ଏଥିରେ ୧୪ଟି ଅର୍ଦ୍ଧଶତକ ରହିଛି । ଏତଦ୍‌ଭିନ୍ନ ସେ ୫୬ ୱିକେଟ୍‌ ମଧ୍ୟ ନେଇଛନ୍ତି । ଆଇପିଏଲ୍‌ର ପଞ୍ଚମ ମ୍ୟାଚ୍‌ରେ କୋଲକାତା ନାଇଟ ରାଇଡର୍ସ ଫିଲïିଂ ନିଷ୍ପତ୍ତି ନେଇଥିଲା । ଶେଖ ଜାଏଦ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରିଥିଲା ।

Leave A Reply