ଭୁବନେଶ୍ୱର,୧୪ା୧:ଯୁକ୍ତ୨ ପିଲାଙ୍କ ପାଇଁ କଠୋର ହେଲେ ରାଜ୍ୟ ସରକାର । ଏଣିକି ଯୁକ୍ତ- ୨ ପିଲାଙ୍କୁ ଦ୍ୱିତୀୟ ବର୍ଷରେ ପଢିବା ପାଇଁ ପାସ କରିବାକୁ ପଡିବ ପ୍ରଥମ ବର୍ଷର ପରୀକ୍ଷା । ଶିକ୍ଷାର ସଂସ୍କାର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଛି ଏଭଳି ପଦକ୍ଷେପ । ଏଣିକି ଯୁକ୍ତ ୨ ପ୍ରଥମ ବର୍ଷର ପିଲାଙ୍କୁ ଦେବାକୁ ପଡିବ ପରୀକ୍ଷା । ପ୍ରଥମ ବର୍ଷର ପରୀକ୍ଷାରେ ୩୩% ପ୍ରତିଶତ ନମ୍ବର ନ ରଖିଲେ ଦ୍ୱିତୀୟ ବର୍ଷକୁ ଉନ୍ନୀତ ହୋଇପାରିବେ ନାହିଁ ପ୍ରଥମ ବର୍ଷର ଛାତ୍ର ଛାତ୍ରୀ ।ଦ୍ୱିତୀୟ ବର୍ଷ ଢାଞ୍ଚାରେ ହେବ ପ୍ରଥମ ବର୍ଷର ପରୀକ୍ଷା । ପରୀକ୍ଷା ପାସ ହେବା ପ୍ରଥମ ବର୍ଷର ଛାତ୍ର ଛାତ୍ରୀଙ୍କୁ ଦୁଇଟି ସୁଯୋଗ ଦେବା ପାଇଁ ନିଷ୍ପତ୍ତି ହୋଇଛି । ପ୍ରଥମ ପରୀକ୍ଷା ଫେବୃଆରୀ ୧୫ରୁ ଆରମ୍ଭ ହୋଇ ୨୯ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଦ୍ୱିତୀୟ ପରୀକ୍ଷାଟି ମେ ଶେଷ ସପ୍ତାହରେ ହେବ ବୋଲି ଜଣା ପଡିଛି । ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି ।