ନୂଆଦିଲ୍ଲୀ୧୪ା୧: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ)ର ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତି ପାଇଲେ ମାଇକେଲ ଦେବବ୍ରତ ପାତ୍ର । ଏ ନେଇ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଯୁକ୍ତି ସଂକ୍ରାନ୍ତୀୟ ବିଜ୍ଞପ୍ତି ପତ୍ର ପ୍ରକାଶ ପାଇଛି । ଏହା ପୂର୍ବରୁ
ଶ୍ରୀ ପାତ୍ର ମନିଟାରୀ ପଲିସି ବିଭାଗର କାର୍ଯ୍ୟର୍ନିବାହୀ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ସମ୍ପାଦନା କରୁଥିଲେ । ଶ୍ରୀ ପାତ୍ର ଜଣେ ଏମପିସି ଭାବେ ପରିଚିତ ।