Odisha news

ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷାର କୃତି ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

0

ଭୁୁବନେଶ୍ୱର, ୧୯ ଅଗଷ୍ଟ – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷାର କୃତି ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ ଯୁକ୍ତଦୁଇ ବାଣିଜ୍ୟ ପରୀକ୍ଷାର କୃତି ଛାତ୍ରଛାତ୍ରୀଙ୍କୁ ମୋର ଶୁଭେଚ୍ଛା । ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟ ପ୍ରଶଂସା କରୁଛି । ଦୃଢ଼ ନିଷ୍ଠା ଓ ଉଦ୍ୟମ ବଳରେ ସଫଳତା ସୁନିଶ୍ଚିତ ହୁଏ । ପରୀକ୍ଷାର ଫଳାଫଳ ନିର୍ବିଶେଷରେ ସର୍ବଦା ଆଗକୁ ବଢିବାର ଇଚ୍ଛା ନେଇ ଉଦ୍ୟମ ଜାରି ରଖନ୍ତୁ । ସମସ୍ତଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି ।

Leave A Reply