Odisha news

ଏମକେସି ହାଇସ୍କୁଲରେ ସ୍ୱାଧିନତା ଅମୃତ ମହୋସ୍ଛବ ପାଇଁ ଶୋଭାଯାତ୍ରା

0

ବାରିପଦା : ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ସ୍ୱାଧୀନତାର ଅମୃତ ମହୋସôବ ତଥା “ହର୍ ଘର୍ ତ୍ରିରଙ୍ଗା” କାର୍ଯ୍ୟକ୍ରମ ପାଳନ ପରିପ୍ରେକ୍ଷୀରେ ଏକ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଶିକ୍ଷାକର୍ମ·ରୀ ତଥା ଛାତ୍ରଛାତ୍ରୀ ହାତରେ ତ୍ରିରଙ୍ଗା ପତାକା ଧରି ବିଭିନ୍ନ ଦେଶଭକ୍ତି ମୂଳକ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଗୋବିନ୍ଦଚନ୍ଦ୍ର ରାଉତଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଶିକ୍ଷକ ଅମିତାଭ ମିଶ୍ର, ଅମୂଲ୍ୟ କୁମ୍ଭକାର, ମନୋଜ କୁମାର ପରିଡା, ପ୍ରଦୀପ କୁମାର ଦଣ୍ଡପାଟ ଓ ଉପେନ୍ଦ୍ର ନାଥ ବେହେରା ପ୍ରମୁଖ ଭାରତବର୍ଷର କଷ୍ଟଲବ୍ଧ ସ୍ୱାଧୀନତାକୁ ମର୍ମେ ମର୍ମେ ଅନୁଭବ କରିବା ସହ ଦେଶମାତୃକା ସେବା ପାଇଁ ଶପଥ ନେବା ପାଇଁ ଆହ୍ୱାନ ଦେଇଥିଲେ । ଶିକ୍ଷୟିତ୍ରୀ ସୋନାଲି ପରିଡା, ଶିକ୍ଷକ ରାଜୀବ ଲୋଚନ ଜେନା ଓ ଅର୍ଜୁନ କୁମାର ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରି·ଳନାରେ ସହଯୋଗ କରିଥିଲେ ।

Leave A Reply