Odisha news

ତାଲାବନ୍ଦରେ ଅଚାନକ ବଢ଼ିଲା ୧୦୦ କେଜି ଓଜନ

0

ଉହାନ୍:   ଚୀନ୍‌ର ଉହାନ୍‌ ସହରରୁ ଏକ ଚମକେଇ ଦେବା ଭଳି ଘଟଣା ସାମ୍ନାକୁ ଆସିଛି । ୨୬ ବର୍ଷୀୟ ଯୁବକ ଜୋଉଙ୍କ ଓଜନ ଅଚାନକ ୧୦୦ କେଜି ବଢ଼ିଯାଇଛି। ଏବେ ସେ ହୋଇଛନ୍ତି ଉହାନ୍‌ର ସବୁଠୁ ଓଜନିଆ ବ୍ୟକ୍ତି । ୫ ମାସ ହେବ ଘରେ ତାଲାବନ୍ଦରେ ଥିଲେ । ହଠାତ୍‌ ଓଜନ ବୃଦ୍ଧି ହେବାରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଭାବେ ବିଗିଡି ଯାଇଛି । ଜୁନ୍‌ ପ୍ରାରମ୍ଭରୁ ସେ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି । ବହୁ ବର୍ଷ ହେବ ସେ ଓଜନ କମ୍‌ କରିବା ପାଇଁ ଅନେକ କିଛି କରୁଥିଲେ ହେଁ ସେଥିରେ ସଫଳ ହୋଇପାରି ନାହାନ୍ତି । ୨୦୧୯ରେ ତାଙ୍କ ଓଜନ ୧୭୭ କିଲୋ ଥିବା ବେଳେ ଏବେ ବଢ଼ି ୨୦୮ରେ ପହଞ୍ଚିଛି । ଅତ୍ୟଧିକ ଓଜନ କାରଣରୁ ସେ ଚଲାବୁଲା କରିପାରୁ ନାହାନ୍ତି । କରୋନା କାଳରେ ଭୟଭୀତ ହୋଇ ଠିକ୍‌ ସମୟରେ ଚିକିତ୍ସା ନ କରିବାରୁ ସ୍ୱାସ୍ଥ୍ୟ ଅଧିକ ଖରାପ ହୋଇଥିବା ତାଙ୍କ ପରିବାର ଲୋକ କହିଛନ୍ତି । ଜୋଉ ଉହାନ୍‌ର ଏକ କାଫେରେ କାମ କରନ୍ତି ।

Leave A Reply