ପୃଥିବୀପୃଷ୍ଠରେ ମହଜୁଦ ସବୁଠୁ ମୂଲ୍ୟବାନ୍ ସାମଗ୍ରୀ ମଧ୍ୟରୁ ‘ଆଫ୍ରିକୀ ବ୍ଲାକ୍ଉଡ୍’ ଅନ୍ୟତମ । ଏହି କାଠ କେଜି ୭ ଲକ୍ଷ ଟଙ୍କା । ଏହା ବାସ୍ତବିକ୍ ଦୁର୍ଲଭ କାଠ । ଆଫି୍ରକୀୟ ବ୍ଲାକ୍ଉଡ୍ ଗଛର ଉଚ୍ଚତା ପ୍ରାୟ ୨୫- ୪୦ ଫୁଟ । ମଧ୍ୟ ଓ ଦକ୍ଷିଣ ଆଫ୍ରିକାର ୨୬ଟି ଦେଶରେ ବ୍ଲାକ୍ଉଡ୍ ଦେଖିବାକୁ ମିଳେ । ଏହା ସାଧାରଣତଃ ଶୁଷ୍କ ଇଲାକାରେ ବଢ଼ିଥାଏ । ବ୍ଲାକ୍ଉଡ୍ ଗଛ ପୂର୍ଣ୍ଣାଙ୍ଗ ହେବାକୁ ଲାଗେ ପ୍ରାୟ ୬୦ ବର୍ଷ । ସାହାନାଇ, ବଂଶୀ ଓ ଗିଟାର୍ ଭଳି ବାଦ୍ୟଯନ୍ତ୍ର ତିଆରିରେ ଏହି କାଠm ବ୍ୟବହାର ହୋଇଥାଏ ।