Odisha news

ମୁସଲିମ୍‌ ଦେଶର ସୁଉଚ୍ଚ ବିଷ୍ଣୁମୂର୍ତ୍ତି

0

ଇଣ୍ଡୋନେଶିଆ : ଇଣ୍ଡୋନେଶିଆରେ ପ୍ରାୟ ୧୨୨ ଫୁଟ ଲମ୍ବ ଓ ୬୪ ଫୁଟ ଚଉଡ଼ାର ଏକ ବିଷ୍ଣୁମୂର୍ତ୍ତି ରହିଛି । ତମ୍ବା ଓ ପିତଳରେ ମୂର୍ତ୍ତି ନିର୍ମାଣ କରାଯାଇଛି । ନିର୍ମାଣ ପାଇଁ ୨୬ ବର୍ଷ ଲାଗିଥିଲା । ୨୦୧୮ରେ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା । କୁହାଯାଏ ୧୯୭୯ରେ ଇଣ୍ଡୋନେଶିଆରେ ରହୁଥିବା ଶିଳ୍ପୀ ବªା ନୁ୍ୟୟନ୍‌ ମୁଆର୍ତା ଏକ ବିଶାଳ ମୂର୍ତ୍ତି ତିଆରିର ସ୍ୱପ୍ନ ଦେଖିଥିଲେ । ମୂର୍ତ୍ତି ସଂରଚନା ପାଇଁ ଅର୍ଥ କେଉଁଠୁ ଆସିବ, ଏ ଚିନ୍ତାରେ ଅନେକ ବର୍ଷ ବିତିଗଲା । ଶେଷରେ ୧୯୯୪ରେ କାମ ଆରମ୍ଭ ହେଲା । ଆର୍ଥିକ ସଙ୍କଟ ଯୋଗୁ ୨୦୦୭ରୁ ୨୦୧୩ ପର୍ଯ୍ୟନ୍ତ କାମ ବନ୍ଦ ରହିଥିଲା । ବାଲି ଦ୍ୱୀପର ଉଙ୍ଗାସନଠାରେ ଥିବା ଏହି ବିଶାଳ ମୂର୍ତ୍ତିର ଶିଳ୍ପୀ ବªାଙ୍କୁ ଭାରତରେ ସମ୍ମାନିତ କରାଯାଇଥିଲା ।

Leave A Reply