ପୃଥିବୀର ପ୍ରଥମ ଦେଶ ସ୍କଟଲାଣ୍ଡ୍ ଯିଏ କି ମହିଳାଙ୍କୁ ମାଗଣାରେ ସାନିଟାର ପ୍ୟାଡ୍ ପ୍ରଦାନ କରିବ । ଏହାକୁ ସ୍କଟିଶ୍ ସଂସଦ ମଧ୍ୟ ମଞ୍ଜୁରି ଦେଇଛି । ଏ ଯୋଜନା ମୁତାବକ କମୁ୍ୟନିଟି ସେଣ୍ଟର୍, ୟୁଥ୍ କ୍ଲବ୍ ଓ ଔଷଧ ଦୋକାନରେ ଟାମ୍ପୋନ୍ ଓ ସାନିଟାରି ପ୍ୟାଡ୍ ଉପଲବ୍ଧ ହେବ । ଏ ବାବଦରେ ବର୍ଷକୁ ସରକାର ଖର୍ଚ୍ଚ କରିବେ ପ୍ରାୟ ୨୨୩ କୋଟି ୧୫ ଲକ୍ଷ ଟଙ୍କା । ପିରିୟଡ୍ ପ୍ରଡକଫସ୍ (ଫ୍ରି ପ୍ରୋଭିଜନ୍) ସ୍କଟ୍ଲାଣ୍ଡ୍ ବିଲ୍ ସପକ୍ଷରେ ୧୧୨ଟି ଭୋଟ୍ ଆସିବାରୁ ପ୍ରଥମ ପର୍ଯ୍ୟାୟରେ ବିଲ୍ ପାସ୍ ହୋଇଯାଇଛି । ଏବେ ଏହା ଦ୍ୱିତୀୟ ପର୍ଯ୍ୟାୟକୁ ଯିବ ଯେଉଁଠି ସ୍କଟିଶ ସଂସଦର ସଦସ୍ୟ ସଂଶୋଧନ ପ୍ରସ୍ତାବ ଆଣିପାରିବେ । ଏ ବିଲ୍ ଆଗତ କରିଥିବା ମୋନିକା ଲେନନ୍ ସଂସଦ ବିତର୍କରେ କହିଥିଲେ ଯଦି ବିଲ୍ ପାସ୍ ହୁଏ ସ୍କଟଲାଣ୍ଡ୍ର ପଦକ୍ଷେପ ହେବ ଏକ ମାଇଲଖୁଣ୍ଟ । ଏ ବିଲ୍ ଲୋକଙ୍କୁ ବାର୍ତ୍ତା ଦେବ ଯେ ସଂସଦ ଲିଙ୍ଗ-ସମାନତାକୁ କେତେ ମାତ୍ରାରେ ଗୁରୁତ୍ୱ ଦିଏ । ୨୦୧୮ରେ ସ୍କଟଲାଣ୍ଡ୍ ସ୍କୁଲ୍, କଲେଜ ଓ ବିଶ୍ୱବିଦ୍ୟାଳୟରେ ମାଗଣା ସାନିଟାରି ପ୍ରଡକଫ ଦେଇ ପୃଥିବୀର ପ୍ରଥମ ଦେଶ ହୋଇଥିଲା ।