Odisha news

ସୟା ସରପଞ୍ଚଙ୍କୁ ନିଲମ୍ବିତ କଲା ବିଜେପି

ତିହିଡି,୨୪/୦୩:ତିହିଡି ବ୍ଲକ ଅଧିନ ସୟା ପଞ୍ଚାୟତର ସରପଞ୍ଚ କବିତା ମଳିକଙ୍କୁ ବିଜେପିରୁ ନିଲମ୍ବିତ କରାଯାଇଛି । ଦଳର ସାହାଡା ସୁନ୍ଦରୀ ମଣ୍ଡଳର ସଭାପତି ପ୍ରଦୀପ କୁମାର ବଳ ବୁଧବାର ଏକ ପ୍ରେସ ବିବୃତ୍ତିରେ ସୂଚନା ଦେଇଛନ୍ତି । ସରପଞ୍ଚ ଶ୍ରୀମତୀ ମଳିକଙ୍କ ଦଳ ବିରୋଧୀ ଓ ମନୋମୁଖୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ପୂର୍ବରୁ ବହୁବାର ତାଙ୍କୁ ତାଗଦ କରାଯାଇଥିଲେ ମଧ୍ୟ ତାଙ୍କ କାର୍ଯ୍ୟରେ ପରିବର୍ତ୍ତନ ନହେବାରୁ ଦଳରୁ ନିଲମ୍ବିତ କରାଯାଇଥିବା ସଭାପତି ବଳ ଦର୍ଶାଇଛନ୍ତି । ଏ ସଂପର୍କରେ ସରପଞ୍ଚଶ୍ରୀମତୀ ମଳିକଙ୍କୁ ପଚାରିବାରୁ ଦଳ ତାଙ୍କୁ କୌଣସି କାର୍ଯ୍ୟରେ ସହଯୋଗ କରୁନଥିଲା । ତେଣୁ ସେ ଦଳରୁ ଓହରି ଯାଇଥିଲେ ବୋଲି କହିଛନ୍ତି ।

Comments are closed.