Odisha news

ଜାଲ୍ ଦସ୍ତଖତ ଓ ଟିପରେ ଜମି ହଡ଼ପ ଘଟଣା, ଅଭିଯୋଗର ଏକବର୍ଷ ପରେ ବି ହେଉନି ତଦନ୍ତ

କୋଦଳା: (ସୁଶାନ୍ତ କୁମାର ପଟ୍ଟନାୟକ) : ଗଂଜାମ ଜିଲ୍ଲା କୋଦଳା ତହସିଲ ଅନ୍ତର୍ଗତ କେ ବରିଡ଼ା ରାଜସ୍ବ ସର୍କଲର ସାତକୁଟୁଣୀ ମୌଜା ପୁସ୍ତପୁର ଠାରେ ୩ ଏକର ୧୯୮ ଡିସିମିଲ ପଦର ଓ ବଗାୟତ ଯାଗାକୁ ଚଞ୍ଚକତା କରି ମାଲିକାନା ପରିବର୍ତ୍ତନ କରିବା ଏବଂ ତତକ୍ଷଣାତ ଉକ୍ତ ଯାଗାକୁ ଦୁଇଜଣଙ୍କୁ ବିକ୍ରି କରାଯାଇଥିବା ଘଟଣା ସରକାରୀ ନଥିପତ୍ରରୁ ଜଣାପଡିବା ପରେ ଏନେଇ ସ୍ଥାନୀୟ କୋଦଳା ତହସିଲଦାରଙ୍କ ସମେତ ଛତ୍ରପୁର ଉପ ଜିଲ୍ଲାପାଳ, ଗଂଜାମ ଜିଲ୍ଲାପାଳ, ରାଜସ୍ବ ସଚିବ, ରାଜସ୍ବ ମନ୍ତ୍ରୀ ଓ ଭିଜିଲାନ୍ସ ଆରକ୍ଷୀ ଅଧିକ୍ଷକଙ୍କୁ ଲିଖିତ ଅଭିଯୋଗ କରାଯାଇଥିଲା। ତେବେ ଅଭିଯୋଗକୁ ଏକ ବର୍ଷରୁ ଊର୍ଦ୍ଧ୍ବ ସମୟ ବିତିଯାଇଥିଲେ ମଧ୍ୟ ଏଯାବତ୍ କାହିଁକି ପ୍ରଶାସନ ନିରବଦ୍ରଷ୍ଟା ସାଜିଛି ତାକୁ ନେଇ ପ୍ରଶ୍ନ କରିଛନ୍ତି ଅଭିଯୋଗକାରୀ ।ସୂଚନା ଅନୁସାରେ ସାତକୁଟୁଣୀ ମୌଜା ପୁସ୍ତପୁର ଠାରେ ଥିବା ୨୪୦ ନମ୍ବର ପ୍ଲଟ୍ ଟି କିଶୋରୀ ମୋହନ ଘୋଷ ପି – କିଶୋରୀ ମୋହନ ଘୋଷକଂ ଦଖଲରେ ରହିଛି। ଏହି ପ୍ଲଟ୍ ପଟ୍ଟାଟି କିଶୋରୀଙ୍କ ସମେତ ଅନ୍ୟ ୧୦ ଜଣ ବ୍ଯକ୍ତି ସୁରେଖା ଘୋଷ, ଅନନ୍ତ ଘୋଷ, ପ୍ରଫୁଲ୍ଲ ଘୋଷ, ଚମ୍ପା ଘୋଷ, ଶ୍ଯାମ ସୁନ୍ଦର ଘୋଷ, ଶଶି ଭୂଷଣ ଘୋଷ, ଶ୍ରୀଧର ଘୋଷ, ବାହୁ ବ୍ରଜେନ୍ଦ୍ର ବିଷୋୟୀ, ନାରଣ ବେହେରା, ଶତୁରା ବେହେରା ଓ ବୃନ୍ଦାବନ ବେହେରାଙ୍କ ନାମରେ ରହିଛି। କିନ୍ତୁ କିଛି ଅସାଧୁ ବ୍ୟକ୍ତି ଓ ରାଜସ୍ବ ବିଭାଗର ଅସାଧୁ କର୍ମଚାରୀଙ୍କ ଉଦ୍ଯମରେ ଉକ୍ତ ପ୍ଲଟ୍ କୁ ମୃତ କିଶୋରୀ ମୋହନ ଘୋଷକଂ ବୋହୁ କମଳା ଘୋଷକଂ ନାମରେ ରେଜିଷ୍ଟ୍ରି କରାଯାଇ ପଟ୍ଟା କରାଯାଇଛି। ଏବଂ ଏହାପରେ ପୁଣି ଅନ୍ୟ ଦୁଇଜଣ ବ୍ଯକ୍ତି ସାଧନା ସାହୁ ଓ ନୂତନ ବେହେରାଙ୍କୁ ବିକ୍ରି କରାଯାଇଛି। ତଥ୍ଯ ପ୍ରମାଣ ସହ ଏଭଳି ଅଭିଯୋଗ ଆଣିଛନ୍ତି ଦଖଲକାରୀ ମୃତ କିଶୋରୀ ମୋହନଙ୍କ ତିନି ଝିଅ କନକଲତା ଘୋଷ, ହରସ ସାହୁ ଓ ଲାବଣ୍ୟ କର। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଉକ୍ତ ପଟ୍ଟାରେ ୧୧ ଜଣ ବ୍ଯକ୍ତିଙ୍କ ନାମ ରହିଥିବା ବେଳେ ସେଥିମଧ୍ୟରୁ ସାତ ଜଣ ବ୍ଯକ୍ତି ମୃତ୍ଯୁ ବରଣ କରି ସାରିଛନ୍ତି ଏବଂ ୪ ଜଣ ଜୀବିତ ଅଛନ୍ତି। ଏମାନଙ୍କ ଉତ୍ତରାଧିକାରୀ ଭାବେ ପୁଅଝିଅ ସଂଖ୍ୟା ହେଉଛି ୩୮ ଜଣ। ଏହି ୩୮ ଜଣଙ୍କ ମଧ୍ୟରୁ ସୁବାସ ଘୋଷ, ପୁରୁଷୋତ୍ତମ ବେହେରା ଓ ଜଗନ୍ନାଥ ବେହେରା ମୃତ୍ୟୁ ବରଣ କରିଥିବା ବେଳେ ସେମାନଙ୍କୁ ଜୀବିତ ଅଛନ୍ତି ବୋଲି ଦର୍ଶାଇ ରେକର୍ଡରେ ଫଲସ୍ ଦସ୍ତଖତ ଓ ଟିପ ନିଆଯାଇଛି। ଖାଲି ସେତିକି ନୁହେଁ, ପଟ୍ଟାରେ ଥିବା ବ୍ଯକ୍ତି ବିଶେଷଙ୍କର ଉତ୍ତରାଧିକାରୀ ମାନଙ୍କ ମଧ୍ୟରୁ କୈଳାସ ବେହେରା, ଶଶି ଭୂଷଣ ଘୋଷ, ଚୈତନ୍ୟ ଘୋଷ, ଅନନ୍ତରାମ ଘୋଷ, ପ୍ରଫୁଲ୍ଲ ଘୋଷ ଓ ଯୁତି ବେହେରାଙ୍କ ବିନା ଉପସ୍ଥିତିରେ ସେମାନଙ୍କ ଜାଲ୍ ଦସ୍ତଖତ କରାଯାଇଛି। ଦଖଲକାରୀଙ୍କ ପୁତ୍ର ଜଗନ୍ନାଥ ଘୋଷ ମୃତ୍ୟୁ ବରଣ କରିଥିବା ବେଳେ ତାଙ୍କର ତିନି ଝିଅ ନୂତନ, ବସନ୍ତ ଓ ଉର୍ବଶୀ ବଞ୍ଚିଥାଇ ମଧ୍ୟ କୌଣସି ଝିଅ ନାହାନ୍ତି ବୋଲି ଦର୍ଶାଯାଇଛି ।ଜଗନ୍ନାଥ ଘୋଷକଂ ଦତ୍ତପୁତ୍ର ସୁଶାନ୍ତ ଘୋଷ ଯାହାକଂ ନାମରେ ଜଗନ୍ନାଥ ରେଜିଷ୍ଟ୍ରେସନ୍ କରାଇଛନ୍ତି। କିନ୍ତୁ ସୁଶାନ୍ତଙ୍କ ଅଗୋଚରରେ ଚଞ୍ଚକତା କରି କମଳା ଘୋଷକଂ ନାମରେ ପଟ୍ଟା କରାଯାଇଛି ।ତେବେ ଏଭଳି ସଂଗୀନ ଜମି ଜାଲିଆତି ଘଟଣା ଅଭିଯୋଗ ପରେ ବି କାହିଁକି ତଦନ୍ତ ହେଉନି ବୋଲି ପ୍ରଶ୍ନ କରିଛନ୍ତି ମୂଳ ଦଖଲକାରୀ। ଘଟଣାକୁ ନେଇ ସୁଶାନ୍ତ ଘୋଷ ସିଭିଲ୍ କେଶ୍ ମଧ୍ୟ ଫାଇଲ୍ କରିଛନ୍ତି। କେଶ୍ ନମ୍ବର ୩୫ /୨୦୨୦ ରେ ମୋକଦ୍ଦମା ରୁଜୁ ହୋଇଥିବାରୁ ଉକ୍ତ ଜମିକୁ କୌଣସି ବ୍ଯକ୍ତି ନ କିଣିବାକୁ ନିବେଦନ କରିଛନ୍ତି ସୁଶାନ୍ତ। ତେବେ ଏଭଳି ସଂଗୀନ ଠକେଇ ଘଟଣାର ନିରପେକ୍ଷ ତଦନ୍ତ ହେଲେ ବହୁ ଅଧିକାରୀ ଓ ମାଫିଆଙ୍କ କାରନାମା ଖୁଲାସା ହେବ ବୋଲି କହିଛନ୍ତି ସ୍ଥାନୀୟ ଲୋକେ।

Comments are closed.