Odisha news

ରାତି ଅଧରେ ଘରେ ପଶି ପୋଲିସ୍ର ଗୁଣ୍ଡାରାଜ : ବୃଦ୍ଧବୃଦ୍ଧାଙ୍କୁ ମାଡ , ନ୍ୟାୟ ପାଇଁ ଏସ୍ପିଙ୍କ ନିକଟରେ ଅଭିଯୋଗ

0

ଗୋପ,୧୨/୮ ସୀମା ଟପୁଛି ପୋଲିସ୍ର ବର୍ବରତା । ରକ୍ଷକ ସାଜିଛି ଭକ୍ଷକ । ବିନା ସର୍ଚ୍ଚ ୱାରେଣ୍ଟରେ ଘରେ ପଶି ବୃଦ୍ଧ ବୃଦ୍ଧାଙ୍କୁ ପୋଲିସ୍ ମାଡ଼ ମାରୁଥିବାବେଳେ ମହିଳାଙ୍କୁ ପୁରୁଷ ପୋଲିସ୍ର ଅତ୍ୟାଚାର ଦିନକୁ ଦିନ ବଢ଼ିବାରେ ଲାଗିଥିବାବେଳେ ଗୋପ ଥାନା ଅଧିନ ଏରବଙ୍ଗ ଗ୍ରାମର ଜୈନିକ ବ୍ୟକ୍ତିଙ୍କ ଘରେ ପଶି ଯୁବତୀଙ୍କ ଡ଼୍ରେସ୍ ଚିରିଥିବା ଓ ବୃଦ୍ଧବୃଦ୍ଧାଙ୍କୁ ମାଡ଼ ମାରିଥିବା ନେଇ ପୁରୀ ଏସ୍ପି ଓ ନିମାପଡ଼ା ଏସ୍ଡ଼ିପିଓଙ୍କ ନିକଟରେ ଅଭିଯୋଗ ହୋଇଛି । ପ୍ରକାଶ ଯେ, ମଙ୍ଗଳବାର ବିଳମ୍ଭିତ ରାତିରେ ଗୋପ ଥାନା ଅଧିନ ଏରବଙ୍ଗ ଗ୍ରାମର ଜଟାଧାରୀ ସ୍ୱାଇଁଙ୍କ ଘର ନିକଟରେ ୭ ରୁ ୮ ଜଣ ପୋଲିସ୍ କର୍ମଚାରୀ ପହଞ୍ଚô କବାଟ ବାଡ଼େଇଥିଲେ ।

ପରେ ଜଟାଧାରୀଙ୍କ ସ୍ତ୍ରୀ କୁନିଲତା କବାଟ ଖୋଲିବା ସହ ଘରକୁ କ’ଣ ପାଇଁ ଆସିଛ ବୋଲି ପ୍ରଶ୍ନ କରିଥିଲେ । ମାତ୍ର ଆସିଥିବା ପୋଲିସ୍ କର୍ମଚାରୀମାନେ ତୁମ ଘରେ ଆସାମୀ ଲୁଚି ରହିଛନ୍ତି ବୋଲି କହିବା ସହ କୁନିଲତାଙ୍କୁ ଶକ୍ତ ଧକ୍କା ପକାଇଥିଲେ । ପରେ କୁନିଲତା ଘରେ ପଡ଼ି ଆହାତ ହୋଇଛନ୍ତି । ପାଟି ଶୁଣି ଜଟାଧାରୀ ପହଞ୍ଚôବା ପରେ ଜୈନିକ ପୁଲିସ କର୍ମଚାରୀ ଜଟାଧାରୀଙ୍କୁ ମଧ୍ୟ ମାଡ଼ ମାରିଥିବା ଅଭିଯୋଗ ପତ୍ରରେ ଦର୍ଶାଇଥିବାବେଳେ ତାଙ୍କ ପନôୀଙ୍କୁ ବିଧା ଗୋଇଠା ମାରିଥିବା ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି । ଉକ୍ତ କର୍ମଚାରୀମାନେ ଘରେ ପଶି ଜିନିଷ ପତ୍ର ଫିଙ୍ଗା ଫୋପଡ଼ା କରିବା ସହ ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରିବା ସମୟରେ ଶୋଇଥିବା ଛୋଟ ନାତୁଣୀକୁ ବାଡିରେ କେଞ୍ଚô ତୁମ ଘରେ କିଏ କିଏ ରହୁଛି ବୋଲି ପୋଲିସ୍ କର୍ମଚାରୀମାନେ ପ୍ରଶ୍ନ କରିଥିଲେ । ମାତ୍ର ପୋଲିସ୍କୁ ଦେଖି ସେମାନେ କାନ୍ଦିବା ସମୟରେ ଜୈନିକ ୧୭ ବର୍ଷର ଯୁବତୀଙ୍କୁ ଟଣା ଓଟରା କରି ଗାଡ଼ିକୁ ଭିଡ଼ି ଆଣିଥିବାବେଳେ ଏହାକୁ ବଡ଼ ଓ ବୋହୂ ବାରଣ କରିଥିଲେ ।

ପରେ ତୁମ ନାମରେ କେଶ୍ ଠୁଙ୍କିଦେବୁ ଓ ଆବଶ୍ୟକ ପଡ଼ିଲେ ତୁମ ସମସ୍ତଙ୍କୁ ଉଠାଇନେବୁ କହି ଧମକ ଦେଇ ଚାଲି ଆସିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ଗୋପ ଥାନା ଅଧିନ ରେଢ଼ୁଆ ଗ୍ରାମରେ ସାମାନ୍ୟ ଘଟଣାକୁ କେନ୍ଦ୍ର କରି ପୋଲିସ୍କୁ ଗ୍ରାମବାସୀମାନେ ଅଟକ ରଖିବା ଘଟଣାରେ ପୋଲିସ୍ ପ୍ରତିଶୋଧ ପରାୟଣ ହୋଇ ବିଭିନ୍ନ ସ୍ଥାନରେ ରାତି ଅଧିଆ ଚଢ଼ାଉ କରୁଥିବାବେଳେ ପୋଲିସ୍ର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ସାଧାରଣରେ ନାପସନ୍ଦ କରାଯାଇଛି । ତେବେ ରେଢ଼ୁଆ ଗ୍ରାମରେ ପୂର୍ବରୁ ୧୯ ଜଣ ମହିଳା ସମେତ ୨୮ ଜଣଙ୍କୁ ଗିରଫ କରାଯାଇଥିବାବେଳେ ମଙ୍ଗଳବାର ବିଳମ୍ଭିତ ରାତିରେ ୫ରୁ ଉଦ୍ଧ୍ୱର୍ ସ୍ଥାନରେ ଚଢ଼ାଉ କରାଯାଇଥିଲା । ତେବେ ଓରୁଆଳି ଗ୍ରାମରୁ ଜୈନିକ ଦମ୍ପତ୍ତିଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଥିବାବେଳେ ଏ ସଂପର୍କରେ କୌଣସି ପ୍ରତିକ୍ରିୟା ଦେବାକୁ ଗୋପ ଥାନାଧିକାରୀ ସୁଧୀର କୁମାର ସାହୁ କହିଛନ୍ତି । ଏ ସଂପର୍କରେ ନିମାପଡ଼ା ଏସ୍ଡ଼ିପିଓ ପ୍ରଦୀପ ଦଳାଇଙ୍କୁ ପଚାରିବାରେ ସେ କୁହନ୍ତି, ଅଭିଯୋଗ ଉପରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Leave A Reply