Odisha news

ମୃତ ଡ୍ରାଇଭରଙ୍କ ପରିବାରକୁ ୧୦ ହଜାର ଟଙ୍କାର ଅର୍ଥିକ ସହାୟତା : ଭଲମନ୍ଦ ପଚାରିଲା ମୋଟର ଚାଳକ ସଂଘ , ଦୋଷି ବୁଲୁଛନ୍ତି ଧରା ନଗଲେ ଆନେ୍ଧାଳନ

0

ଫୁଲବାଣୀ ( ସନ୍ତୋଷ ମିଶ୍ର ) : ଆଜି ମୋଟର ଚାଳକ ସଂଘ କନ୍ଧମାଳ ପକ୍ଷରୁ କଇଁଝର କାଲିଖେତା ଗ୍ରାମର ମୃତ ଡ୍ରାଇଭର ଲକ୍ଷ୍ମୀନାରାୟଣ ସାହୁଙ୍କୁ ପରିବାରକୁ ଭେଟିବା ସହିତ ତାଙ୍କ ପରିବାରକୁ ସଂଘ ତରଫରୁ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବାସହିତ ସେମାନଙ୍କୁ କିଛି ଶୁଖିଲା ଖାଦ୍ୟ ମଧ୍ୟ ପ୍ରଦାନ କରାଯାଇଛି । ଏହାସହିତ ତାଙ୍କର ଶୋକସନ୍ତପ୍ତ ପରିବାରକୁ ସେମାନଙ୍କର ଭଲମନ୍ଦ ପଚାରି ବୁଝିଥିଲେ । ଆଜି ସଂଘର ଜିଲ୍ଲା ସଭାପତି ବାସବ କହଁରଙ୍କ ନେତୃତ୍ୱରେ ଜିଲ୍ଲା କୋଷାଧ୍ୟକ୍ଷ ନରେନ୍ଦ୍ର ନାୟକ,ସଂଘର ଟିକାବାଲି ବ୍ଳକ ସଭାପତି ରମାକାନ୍ତ ଦିଗାଲ,ବାଲିଗୁଡା ସଭାପତି ଅଭିରାମ ଦିଗାଲ,ଟିକାବାଲିର ଶ୍ରୀକାନ୍ତ ଭୋଈ,ଫିରିଙ୍ଗିଆର ଶମ୍ଭୁ ଦିଗାଲଙ୍କ ସମେତ ଜିଲ୍ଲାର ପ୍ରାୟ ୨୫ ଜଣ କର୍ମକର୍ତା ମାନେ ମୃତ ଲକ୍ଷ୍ମୀନାରାୟଣଙ୍କ ବାସଗୃହରେ ପହଂଚି ତାଙ୍କ ମା ଏବଂ ବାପାଙ୍କୁ ଭେଟି ଥିଲେ ।

ସେଠାତର ତାଙ୍କ ପରିବାର ସଦସ୍ୟ ମାନଙ୍କୁ ମଧ୍ୟ ଟିକାବାଲି ଥାନାରେ କିପରି ଅପରାଧିଙ୍କ ଗିରଫ ବାବଦରେ ପଚାରିଥିଲେ । ପରିବାର ଲୋକେ ଅପରାଧିମାନାେ ଖୋଲାଖୋଲି ଭାବରେ ବୁଲୁଥିବାବେଳେ ପୋଲିସ ବିଭାଗର ତଦନ୍ତ ଧିମା ପଡିଛି ବୋଲି କହିଥିବା ସୁଚନା ଦେଇଛନ୍ତି ଡ୍ରାଇଭର ସଂଘର ଜିଲ୍ଲା ସଭାପତି ବାସବ କହଁର । ତେବେ ପୋଲିସ ଜାଣିଶୁଣି ଏହି ମାମଲାର ତଦନ୍ତ ଧିମା କରୁଥିଲେ ସଂଘ ପକ୍ଷରୁ କିଛି କର୍ମକର୍ତା ଟିକାବାଲି ଥାନାକୁ ଯ୍ଧବ ସେଠାରେ ଥାନା ଅଧିକାରୀଙ୍କୁ ତଦନ୍ତର ବାବଦରେ ପଚାରି ବୁଝିବା ସହିତ କନ୍ଧମାଳ ଆରକ୍ଷୀ ଅଧିକ୍ଷକଙ୍କୁ ମଧ୍ୟ ଭେଟି ଏହି ସଂକ୍ରାନ୍ତରେ ଅବଗତ କରାଇବେ ବୋଲି ତାଙ୍କ ପରିବାରକୁ କହିଥିବା ସୁଚନା ଦେଇଛନ୍ତି ।

ଆବଶ୍ୟକ ହେଲେ କନ୍ଧମାଳ ଡ୍ରାଇଭର ସଂଘ ଏହି ଘଟଣାର ଅଭିଯୁକ୍ତ ମାନଙ୍କୁ ଧରିବା ଦାବୀରେ ଆନେ୍ଧାଳନକୁ ଓହ୍ଲାଇବେ ବୋଲି କହିଛନ୍ତି । ସୁଚନା ଯୋଗ୍ୟ ଗତ କିଛି ଦିନ ପୁର୍ବେ ଗାଡିକୁ ଭାଡାରେ ଆଣି କିଛି ଦୁବୃତ ଗାଡିର ଡ୍ରାଇଭରକୁ ଗତ୍ୟା କରିବା ସହିତ ଗାଡିଟି ନେଇ ଡ୍ରାଇଭରର ଶବକୁ ଫୁଲବାଣୀ ମଜୁରିବିଡାଠାରେ ଫୋପାଡି ଦେଇ ଚାଲି ଯାଇଥିଲେ । ପରେ ଟିକାବାଲି ଥାନା ପୋଲିସ ହତ୍ୟାକାରୀର ସହେଯାଗୀ କୁ ଗିରଫ କରି ତାକୁ କୋର୍ଟ ଚାଲାଣ କରିବା ସହିତ ଘଟଣାର ମୁଖ୍ୟ ଅଭୁିଯୁକ୍ତକୁ ଖୋଜୁଥିବା ନେଇ ସୁଚନା ଦେଇଥିଲା ।

Leave A Reply