Odisha news

ମହାଭାରତର ରୋଚକ କଥା : କିଏ ଥିଲେ ଶ୍ରୀଖଣ୍ଡୀ ଓ ଶ୍ରୀଖଣ୍ଡୀ କାହିଁକି ପୁନରଜନ୍ମ ନେଇଥିଲା ?

ମହାଭାରତ ଯୁଦ୍ଧ ସବୁଠୁ ବିନାଶ କାରି ଯୁଦ୍ଧ ମାନଙ୍କ ଭିତରୁ ଗୋଟିଏ ବୋଲି ଧରାଯାଏ l ଏହି ଯୁଦ୍ଧରେ କୌରବ ମାନଙ୍କର ସବୁକିଛି ନଷ୍ଟ ହୋଇଯାଇଥିଲା l ଧୃତରାଷ୍ଟ୍ର ଓ ଗାନ୍ଧାରୀଙ୍କର ୧୦୦ ଟି ପୁତ୍ରଙ୍କୁ ପ୍ରାଣ ହରାଇବାକୁ ପଡିଥିଲା l ମହାଭାରତ ଯୁଦ୍ଧ ୧୮ ଦିନ ଚାଲିଥିଲା l ମହାଭାରତ ଯୁଦ୍ଧରେ ଯେତେବେଳେ କୌରବ ସେନା ପାଣ୍ଡବ ସେନାଙ୍କ ଉପରେ ଭାରି ପଡ଼ିବାକୁ ଲାଗିଲେ ,ପାଣ୍ଡବ ମାନେ ହାରିଯିବାର ଆଶଙ୍କା ଅନୁଭବ କଲେ କାରଣ ପିତାମହଃ ଭୀଷ୍ମ ପାଣ୍ଡବ ସେନାଙ୍କ ଉପରେ ଲଗାତାର ଭାରି ପଡୁଥିଲେ l

ଶ୍ରୀ କୃଷ୍ଣଙ୍କ ମନରେ ସେତେବେଲେ ଗୋଟିଏ କଥା ଆସିଲା ସେ ପିତାମହଃ ଭୀଷ୍ମଙ୍କୁ ପରାସ୍ତ କରିବା ପାଇଁ ଶ୍ରୀଖଣ୍ଡୀର ସହର ନେଇଥିଲେ l ଶ୍ରୀଖଣ୍ଡୀ ମହାଭାରତର ଗୋଟିଏ ରହସ୍ୟମୟ ପତ୍ର ,ସେ ପୂର୍ବ ଜନ୍ମରେ ସ୍ତ୍ରୀ ଥିଲେ l ପରଜନ୍ମରେ ଶ୍ରୀଖଣ୍ଡୀ ନାରୀ ରୂପରେ ଜନ୍ମ ନେଇଥିଲେ ମଧ୍ୟ ପୁରୁଷ ହୋଇଯାଇଥିଲେ l

କିଏ ଥିଲେ ଶ୍ରୀଖଣ୍ଡୀ –

ଭୀଷ୍ମ ପିତାମହଃ ଶ୍ରୀଖଣ୍ଡୀଙ୍କ ବିଷୟରେ ଦୁର୍ଯ୍ୟଧନଙ୍କୁ କହିଥିଲେ ଯେଉଁ ସମୟରେ ହସ୍ତିନା ପୁରର ରାଜା ତାଙ୍କ ସାନଭାଇ ବିଚିତ୍ର ବୀର୍ଯ ଥିଲେ ,ସେହି ସମୟରେ ତାଙ୍କର ବିବାହ ପାଇଁ କାଶୀ  ରାଜାଙ୍କର ତିନୋଟି ପୁତ୍ରୀ ଅମ୍ବା ,ଅମ୍ବିକା ଓ ଅମ୍ବାଳିକାଙ୍କୁ ହରଣ କରି ନିଆଯାଇଥିଲା l କିନ୍ତୁ ଯେତେବେଳେ ଜଣ ପଡିଲା ଅମ୍ବl ରାଜା ଶାଲ୍ଵଙ୍କୁ ପ୍ରେମ କରୁଛନ୍ତି ,ସେହି ସମୟରେ ଅମ୍ବlଙ୍କୁ ସମ୍ମାନର ସହିତ ରାଜା ଶାଲ୍ଵଙ୍କ ପାଖକୁ ପଠାଇ ଦିଆଯାଇଥିଲା l କିନ୍ତୁ ରାଜା ଶାଲ୍ଵ ଅମ୍ବlଙ୍କୁ ଆପଣାଇବା ପାଇଁ ମନ କରିଦେଇଥିଲେ l ଏହାପରେ ଅମ୍ବl ଭିଷ୍ମଙ୍କ ଉପରେ ପ୍ରତିଶୋଧ ନେବାପାଇଁ ସ୍ଥିର କଲେ l ଅମ୍ବlଙ୍କର ସ୍ଥିତୀୟ ବିଷୟରେ ଯେତେବେଳେ ରାଜଶ୍ରୀ ହ୍ରତ୍ର ବାହାନ ଜାଣି ପାରିଲେ ସେ ଅମ୍ବlଙ୍କୁ ପର୍ଶୁରାମଙ୍କ ସହିତ ଦେଖାକରିବାକୁ କହିଲେ l

ଅମ୍ବl ନିଜ ସହିତ ଘଟିଥିବା ସମସ୍ତ ଘଟଣା ବିଷୟରେ ପର୍ଶୁରାମଙ୍କ କହିଲେ l ସେହି ସମୟରେ ପର୍ଶୁରାମ ଭୀଷ୍ମଙ୍କୁ ଅମ୍ବlଙ୍କ ସହିତ ବିବାହ କରିବା ପାଇଁ କହିଥିଲେ ,କିନ୍ତୁ ଭୀଷ୍ମ ନିଜର ପ୍ରତିଜ୍ଞା ଯୋଗୁ ବିବାହ କରିବାକୁ ମନ କରିଦେଇଥିଲେ l ପର୍ଶୁରାମ ଏହି କଥାରେ କ୍ରୋଧିତ ହୋଇ ଭିଷ୍ମଙ୍କ ସହିତ ଯୁଦ୍ଧ କରିବାକୁ ଲାଗିଲେ ,ସେହି ଯୁଦ୍ଧରେ ଭୀଷ୍ମ ପର୍ଶୁରାମଙ୍କୁ ପରାଜିତ କଲେ l ଯୁଦ୍ଧ ସମାପ୍ତ ହେଲାପରେ ଅମ୍ବl ଯମୁନା କୂଳରେ ତପସ୍ୟା କରିବାକୁ ଲାଗିଲେ ,କାରଣ ସେ ଭିଷ୍ମଙ୍କର ସର୍ବନାଶ କରିବାକୁ ଚାହୁଁଥିଲେ l ସେହି ତପସ୍ୟା ଅବସ୍ଥାରେ ସେ ତାଙ୍କର ଶରୀର ତ୍ୟାଗ କରିଥିଲେ l

ଅମ୍ବl ଶିବଙ୍କୁ ମାଗିଥିଲେ ଭୀଷ୍ମଙ୍କୁ ପରାଜିତ କରିବାର ବରଦାନ –

ପର ଜନ୍ମରେ ଅମ୍ବl ବତ୍ସ ଦେଶର ରାଜାଙ୍କର ସନ୍ତାନ ହୋଇ ଜନ୍ମ ନେଲେ ଅମ୍ବl  ନିଜର ପୃବଜନ୍ମ ବିଷୟରେ ଜାଣିଥିଲେ ସେଥିପାଇଁ ସେ ଭୀଷ୍ମଙ୍କୁ ପାଖରୁ ପ୍ରତିଶୋଧ ନେପପାଇଁ ପୁନର୍ବାର ତପସ୍ୟା କରିବାକୁ ଆରମ୍ଭ କରିଦେଲେ l ଏହିଥର ତାଙ୍କର ତପସ୍ୟାରେ ଭଗବାନ ଶିବ ପ୍ରସନ ହୋଇ ବରଦାନ ମାଗିବାକୁ କହିଲେ l ତାପରେ ଅମ୍ବl ଭୀଷ୍ମଙ୍କୁ ପରାଜୟ କରିବାର ବରଦାନ ମାଗିଥିଲେ l ଭଗବାନ ଶିବ ତାଙ୍କୁ କହିଥିଲେ ଯେ ତମର ଯାହା ଇଛା ଅଛି ତାହା ମାଗ କିନ୍ତୁ ଅମ୍ବl କହିଥିଲେ ମୁଁ ଗୋଟିଏ ନାରୀ ହୋଇ ଭୀଷ୍ମଙ୍କୁ କିପରି ପରାଜିତ କରି ପାରିବି l

ଏହାପରେ ଶିବ କହିଥିଲେ ଅମ୍ବl ତୁମେ ଏହାର ପରଜନ୍ମରେ ପୁଣିଥରେ ନାରିହୋଇ ଜନ୍ମ ନେବା କିନ୍ତୁ ଯୁବାବସ୍ଥା ଆସିବାକ୍ଷଣି ପୁରୁଷ ହୋଇଯିବ ଓ ଭିଷ୍ମଙ୍କ ମୃତ୍ୟୁର କାରଣ ହେବ l ଏପରି ବରଦାନ ମିଳିବାପରେ ଅମ୍ବl ଗୋଟିଏ ଚିତା ତିଆରି କରିଥିଲେ ଓ ଭୀଷ୍ମଙ୍କୁ ବଦ୍ଧ କରିବାପାଇଁ ଅଗ୍ନିରେ ପ୍ରବେଶ କରିଗଲେ l

ମହାଭାରତ କାଳରେ ଅମ୍ବl ରାଜା ଦ୍ରୁପଦଙ୍କ ସନ୍ତାନ ଶ୍ରୀଖଣ୍ଡୀ ରୂପରେ ଜନ୍ମ ନେଲେ l ଗୋଟିଏ ଯକ୍ଷ ଶ୍ରୀଖଣ୍ଡୀଙ୍କ ସହାୟତା କରିବା ଉଦେଶ୍ୟରେ ନିଜର ପୁରୁଷତ୍ୱ ତାଙ୍କୁ ଦେଇ ଦେଇଥିଲା ଓ ତାଙ୍କ ସ୍ତ୍ରୀତ୍ଵ ସ୍ୱୟଂ ଧାରଣା କରିଥିଲା l ଯକ୍ଷ ଶ୍ରୀଖଣ୍ଡୀଙ୍କ କହିଥିଲା ଯେତେବେଳେ କାର୍ଯ୍ୟ ପୁର୍ଣ ହୋଇଯିବ ମୋର ପୁରୁଷତ୍ୱ ମତେ ଫେରାଇଦେବା l ଶ୍ରୀଖଣ୍ଡୀ ଏହି ପରି କରିବା ବୋଲି ବଚନ ଦେଇଥିଲା l ମହାଭାରତ ଯୁଦ୍ଧ ଯେତେବେଳେ ଆରମ୍ଭ ହେଲା ସେହି ସମୟରେ ପିତାମହଃ ଭୀଷ୍ମଙ୍କୁ ହରାଇବା ପାଇଁ ଶ୍ରୀଖଣ୍ଡୀ ଅର୍ଜୁନଙ୍କ ସହିତ ରଥ ଉପରେ ଚଢି ଭୀଷ୍ମ ପିତାମହଃଙ୍କ ଆଗକୁ ପଳାଇ ଆସିଲା l

ଭୀଷ୍ମ ପିତାମହଃ ନାରୀ ମାନଙ୍କ ଉପରେ ଅସ୍ତ୍ର ଉଠାଇବେ ନାହିଁ ବୋଲି ପ୍ରତିଜ୍ଞା କରିଥିଲେ l ଶ୍ରୀଖଣ୍ଡୀ ନାରୀରୁ ପୁରୁଷ ହୋଇଥିବା କାରଣରୁ ଭୀଷ୍ମ ପିତାମହଃ ନିଜର ଅସ୍ତ୍ର ତ୍ୟାଗ କରିଥିଲେ ସେହି ସମୟରେ ଅର୍ଜୁନ ଭୀଷ୍ମଙ୍କ ଉପରେ ଶର ବର୍ଷା କରି ଭୀଷ୍ମଙ୍କୁ ପରାଜିତ କରିଥିଲେ l ଅର୍ଜୁନଙ୍କ ଶର ବର୍ଷରେ ଭୀଷ୍ମ ପିତାମହଃ ସରଶଯ୍ୟାରେ ରହି ମହାଭାରତ ଯୁଦ୍ଧ ଦେଖିଥିଲେ l ଏହି ଭାବରେ ଶ୍ରୀଖଣ୍ଡୀ ଭୀଷ୍ମ ପିତାମହଃଙ୍କ ମୃତ୍ୟୁର କାରଣ ହୋଇଥିଲା l

Nalco

Comments are closed.