ଭୁବନେଶ୍ୱରରୁ ଛାଡିବାକୁ ଥିବା 01020 ଭୁବନେଶ୍ୱର-ମୁମ୍ବାଇ ଛତ୍ରପତି ଶିବାଜୀ ମହାରାଜ ଟର୍ମିନାସ କୋଣାର୍କ ବିଶେଷ ଟ୍ରେନ ଭୁବନେଶ୍ୱରରୁ କଲ୍ୟାଣ ଷ୍ଟେସନ୍ ପର୍ଯ୍ୟନ୍ତ ଚାଲିବ
ଆସନ୍ତା ୨୨ ଓ ୨୩ ଜାନୁଆରୀ (ଶୁକ୍ରବାର ଏବଂ ଶନିବାର) ଦିନ ଭୁବନେଶ୍ୱରରୁ ଛାଡିବାକୁ ଥିବା 01020 ଭୁବନେଶ୍ୱର-ମୁମ୍ବାଇ ଛତ୍ରପତି ଶିବାଜୀ ମହାରାଜ ଟର୍ମିନାସ କୋଣାର୍କ ବିଶେଷ ଟ୍ରେନ ଭୁବନେଶ୍ୱରରୁ କଲ୍ୟାଣ ଷ୍ଟେସନ୍ ପର୍ଯ୍ୟନ୍ତ ଚାଲିବ ଏବଂ କଲ୍ୟାଣ ଷ୍ଟେସନ ଠାରୁ ମୁମ୍ବାଇ ଛତ୍ରପତି ଶିବାଜୀ ମହାରାଜ ଟର୍ମିନାସ ମଧ୍ୟରେ ବାତିଲ ରହିବ I
କେନ୍ଦ୍ରୀୟ ରେଳପଥ ମୁମ୍ବାଇ ରେଳମଣ୍ଡଳ ଅନ୍ତର୍ଗତ ଥାନେ ଏବଂ ମୁଲୁଣ୍ଡ ଷ୍ଟେସନ୍ ମଧ୍ୟରେ କୋପାରୀ ରୋଡ୍ ଓଭର ବ୍ରିଜ୍ (ROB) ରେ ଗାର୍ଡର୍ ସ୍ଥାପନ ସହିତ ସଂରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ କୋଣାର୍କ ବିଶେଷ ଟ୍ରେନ କୁ କଲ୍ୟାଣ ଷ୍ଟେସନ ଠାରୁ ମୁମ୍ବାଇ ଛତ୍ରପତି ଶିବାଜୀ ମହାରାଜ ଟର୍ମିନାସ ମଧ୍ୟରେ ଆଂଶିକ ବାତିଲ କରାଯାଇଅଛି |