Odisha news

ପାରିବାରିକ କଳହରୁ ବେକରେ ରସି ଲଗାଇ ସ୍ବାମୀକଂ ଆତ୍ମହତ୍ୟା!

0
କୋଦଳା : (ସୁଶାନ୍ତ କୁମାର ପଟ୍ଟନାୟକ) : ଗଂଜାମ ଜିଲ୍ଲା ବେଗୁନିଆପଡ଼ା ଫାଣ୍ଡି ପଛପଟେ ଥିବା ଦିଗି ବନ୍ଧ ହୁଡା ଏକ ଗଛରୁ ଜଣେ ବ୍ଯକ୍ତିଙ୍କର ଝୁଲନ୍ତା ମୃତ୍ୟୁ ଶରୀରକୁ ଉଧ୍ଯାର କରିଛି ପୋଲିସ। ମୃତ ବ୍ଯକ୍ତି ଜଣକ ହେଲେ ଅଭି ମାଝୀ (୫୦)ଏବଂ ତାଙ୍କ ଘର ବେଗୁନିଆପଡ଼ା ତନ୍ତୀ ସାହି ବୋଲି ଜଣାପଡିଛି। ମୃତ ଅଭି ମାଝୀଙ୍କ ସ୍ତ୍ରୀ ଶିଶୁଳା ମାଝୀଙ୍କ କହିବା ଅନୁସାରେ ବୁଧବାର ଦିନ ୧୨ ଟା ବେଳେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ତାପରେ ସେ କୁଆଡେ ଚାଲି ଯାଇଥିଲେ। ପରେ ସ୍ତ୍ରୀ ଚାରିଆଡ଼େ ଖୋଜାଖୋଜି କରୁଥିବା ବେଳେ ଦିଗି ବନ୍ଧ ଠାରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ଯା କରିଥିବା ଖବର ପାଇଥିଲେ। ଘଟଣା ପ୍ରଚାରିତ ହେବା ପରେ ବେଗୁନିଆପଡ଼ା ଫାଣ୍ଡି ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ବ୍ଯବଛେଦ ପାଇଁ ପଠାଯିବ ବୋଲି କହିଛନ୍ତି ପୋଲିସ ଏ ଏସ୍ ଆଇ ଶରତଚନ୍ଦ୍ର ମହାପାତ୍ର।
Nalco
Leave A Reply