ଅନୁଗୁଳ: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଜିଲ୍ଲା ସଂଘ ଚାଳକ ବିଜୟ କୁମାର ସାହୁଙ୍କ ତତ୍ୱାବଧାନରେ ନାଲକୋନଗର ଶାଖା ପକ୍ଷରୁ ନାଲାକୋରେ କାର୍ଯ୍ୟରତ ଘରୋଇ ସୁରକ୍ଷା କର୍ମୀ ମାନଙ୍କୁ କରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କରାଯାଇଛି । ସୁରକ୍ଷା କର୍ମୀ ପ୍ରଭାତ ସାହୁ ଏବଂ ପ୍ରଦୀପ କୁମାର ପାଲ ଆଦି କର୍ମୀଙ୍କୁ ଫୁଲ ଚନ୍ଦନ ଏବଂ ଢ଼ୋ÷କନ ଦିଆଯାଇଥିଲା ।
ଏଥିରେ ବହୁ ସଂଖ୍ୟାରେ ସୁରକ୍ଷା କର୍ମୀ ଉପସ୍ଥିତ ଥିଲେ । ଜିଲ୍ଲା କାର୍ଯ୍ୟାବହ ପ୍ରଭାତ କୁମାର ସାହୁ ଏହି ଅବସରରେ ନିଜର ବକ୍ତବ୍ୟ ମାଧ୍ୟମରେ ସେନାଧ୍ୟକ୍ଷ ତଥା ଇଷ୍ଟେଟ ବିଭାଗ ଅଧିକାରୀ ମଣିରଜଂନ ପଟ୍ଟନାୟକଙ୍କ କରୋନା ଭୁତାଣୁ ସଂକ୍ରମଣକୁ ପ୍ରତିହତ କରିବା ନେଇ ଚଳାଇଥିବା ଅଦମ୍ୟ ଉଦ୍ୟମକୁ ଭୂୟଶୀ ପ୍ରଶଂସା କରିଥିଲେ । ସୁରକ୍ଷା କର୍ମୀ ମାନେ ଅହୋରାତ୍ର ଫାଟକ ନିକଟରେ ପ୍ରବେଶ-ପ୍ରସ୍ଥାନ ଉପରେ ତୀକ୍ଷ୍ଣ ନଜର ରଖୁଥବା ଓ ଯାଚଂ ପ୍ରକ୍ରିୟାକୁ ପ୍ରଶଂସା କରିଥିଲେ ।
ଏହି ସୁରକ୍ଷା କର୍ମୀଙ୍କ ଉଦ୍ୟମରେ ଅଦ୍ୟାବଧି ଟାଉନସିପ୍ ଅଚଂଳରେ କୋ÷ଣସି ଅଜଣା-ଅଚିହ୍ନା ରୋଗୀ ପଶିନାହିଁ ବା ଏଥିରେ କେହି ସଂକ୍ରମିତ ହୋଇନଥିବାରୁ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ନାଲକୋ ଅଫିସର ସଂଘର ଅଧିକାରୀ ଅଶୋକ ମୁଦୁଲି, ରଥୁ ମହାନ୍ତ, କିଶୋର କୁମାର ବେହେରା, ବନମାଳୀ ସେଠୀ ପ୍ରମୁଖ ଉପସ୍ଥିତ ରହି ସୁରକ୍ଷା କର୍ମୀ ମାନଙ୍କୁ ଉତ୍ସାହିତ କରିଥିଲେ । ସ୍ୱୟଂ ସେବକ ଶ୍ରୀବତ୍ସ ଖୁଟିଂଆ, ପର୍ଶୁରାମ ସ୍ୱାଇଁ, ଦେବରାଜ ମୂଳିଆ, ବିଶ୍ୱରଜଂନ ବାରିକ, ପ୍ରକାଶ ମଙ୍ଗରାଜ, ଚନ୍ଦ୍ରମଣି ବେହେରା, ପ୍ରମୁଖ ପରିଚାଳନା ଦିଗରେ ସହଯୋଗ କରିଥିଲେ । ନାଲକୋର ଅନ୍ୟାନ୍ୟ ଫାଟକ ନିକଟରେ ସ୍ୱୟଂ ସେବକ ମାନେ ପହଚିଂ ଉପସ୍ଥିତ ସୁରକ୍ଷା କର୍ମୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରିଥିଲେ ।