Odisha news

ଘର ବାହୁଡା ଦୂତିଙ୍କୁ ଭବ୍ୟସ୍ୱାଗତ

0

ଦୂତିଙ୍କୁ ୩ କୋଟିର ଚେକ୍‌ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଏସିଆଡରେ ଡବଲ ରୌପ୍ୟ ଜିତିଥିବା ଦୌଡ଼ରାଣୀ ଦୂତି ଚାନ୍ଦ ଭୁବନେଶ୍ୱର ଫେରିଛନ୍ତି । ଘରବାହୁଡା ଦୂତିଙ୍କୁ ପାଛୋଟି ଆଣିବା ପାଇଁ ଶୁକ୍ରବାର ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦରରେ ଗହଳି ଲାଗିଥିଲା । ଦୂତି ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟ ସଚିବାଳୟକୁ ନିଆଯାଇଥିଲା । ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୂତିଙ୍କୁ ସମ୍ବର୍ଦ୍ଧିତ କରିବା ସହ ପୂର୍ବ ଘୋଷିତ ୩ କୋଟି ଟଙ୍କାର ଚେକ ପ୍ରଦାନ କରିଥିଲେ । ଦୂତିଙ୍କ କୋଚ ନାଗପୁରି ରମେଶଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିବା ସହ ଉଭୟଙ୍କୁ ଶୁଭକାମନା ଜଣାଇଥିଲେ ।
ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଦୂତି ଅବତରଣ କରିବା ପରେ ତାଙ୍କ ଫ୍ୟାନ୍‌ ଓ ବହୁ ବିିିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ଶୁଭେଚ୍ଛା ଜଣାଇଥିଲେ । ସମସ୍ତଙ୍କ ଭଳ ପାଇବା ଓ ଆଶୀର୍ବାଦ ପାଇଁ ଆଜି ମୁଁ ଭାରତ ତଥା ରାଜ୍ୟକୁ ଦୁଇ ଦୁଇଟି ରୌପ୍ୟ ପଦକ ଦେଇପାରିଛି । ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର ରାଶି ପାଇଁ ମଧ୍ୟ ମୁଁ ଆନ୍ତରିକ କୃତଜ୍ଞତା ଜଣାଉଛି ବୋଲି ଦୂତି କହିଛନ୍ତି । ମୁଖ୍ୟମନ୍ତ୍ରୀ ମୋ ପାଇଁ ଲMି ଏବଂ ଭବିଶ୍ୟତରେ ମେଡ଼ାଲ ନେଇ ଦେଶକୁ ଗର୍ବିତ କରିବି ବୋଲି ଦୂତି ଆଶାବ୍ୟକ୍ତ କରିଛନ୍ତି ।
୧୮ତମ ଏସିଆଡ କ୍ରୀଡା ଇତିହାସରେ ଯାଜପୁର ଏକ୍ସପ୍ରେସ୍‌ ଭାବେ ପରିଚିତ ଦୂତି ଦୁଇଟି ରୌପ୍ୟ ପଦକ ଜିତିଥିଲେ । ତାଙ୍କ ପସନ୍ଦର ବର୍ଗ ୧୦୦ ମିଟରକୁ ୧୧.୩୨ ସେକେଣ୍ଡ ଏବଂ ୨୦୦ ମିଟରରେ ୨୩.୨୦ ସେକେଣ୍ଡ ଟାଇମିଂ ସହ ରୌପ୍ୟ ପଦକ ହାତେଇଥିଲେ । ଦୂତି ରକ୍ଷା ବନ୍ଧନ ଅବସରରେ ଏସୀୟ କ୍ରୀଡାର ୧୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ପ୍ରଥମ ପଦକ ହାତେଇଥିବା ବେଳେ ମେଜର ଧ୍ୟାନଚାନ୍ଦଙ୍କ ୧୧୩ତମ ଜନ୍ମ ଜୟନ୍ତୀରେ ଦ୍ୱିତୀୟ ରୌପ୍ୟ ଜିତି ଦେଶର ଗୌରବ ସାଜିଥିଲେ ।
ଆଥଲେଟିକ୍ସରେ ପ୍ରଥମ ଓଡ଼ିଆ ଭାବେ ଦୂତି ଚାନ୍ଦ ୨ଟି ପଦକ ଜିତିବାର ଗୌରବ ଆର୍ଜନ କରିଛନ୍ତି । ୧୯୯୮ ପରଠୁ ପଦକ ହାତେଇବାର ଦୁଃସ୍ୱପ୍ନରେ ଦୂତି ପୂର୍ଣ୍ଣଚ୍ଛେଦ ପକାଇଥିଲେ । ପଦକ ସଫଳତା ପରେ ଦୂତିଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୋନରେ କଥା ହୋଇଥିଲେ । କେବଳ ନବୀନ ନୁହଁନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରକ୍ରୀଡା ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋର ଓ ରାଜ୍ୟ କ୍ରୀଡାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରାଙ୍କ ସହ ବହୁ ଖେଳପ୍ରେମୀ ଓ ପ୍ରଶଂସକ ଦୂତିଙ୍କ ପ୍ରଶଂସାରେ ସତମୁଖ ହୋଇଥିଲେ ।

Leave A Reply