ଅଦା ର ସ୍ୱାଦ ଖୁବ ରାଗୁଆ ଓ କଟୁ ହୋଇଥିଲେ ବି ସୁଧା ଗୁଣ ଖୁବ ହିତକର, ଅଦା ବାତ -କଫ ନାଶକ ଅଟେ, କିନ୍ତୁ ପିତ ସାମାନ୍ୟ ବୃଦ୍ଧି କରିଥାଏ, ଯଦି ଆମେ ଅଦା ର ଗୁଣ କହିବା ତେବେ ଏହା ସରିବ ନାହିଁ, ଅଦା ଶରୀରର ଉର୍ଜା ବୃଦ୍ଧି କରି କ୍ଷୁଦା ବୃଦ୍ଧି କରିଥାଏ l
ଆୟୁର୍ବେଦ ରେ ଅଦା କୁ ଶୁଣ୍ଠୀ ବୋଲି କୁହାଯାଏ, ଅଦା ଖାଲି ଖାଦ୍ୟ ର ସ୍ୱାଦ ବଢ଼ାଇ ନଥାଏ, ଏହା ପେଟ, ଗଣ୍ଠି, ସର୍ଦି , କାଶ ସହିତ ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ l ଅଦା ଗୋଟିଏ ଏଭଳି ପଦାର୍ଥ ଯାହାକି ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ରେ ସାହାଯ୍ୟ କରିଥାଏ l
– ଗଣ୍ଠି ଯନ୍ତ୍ରଣା, ଗଣ୍ଠି ଫୁଲl ପାଇଁ ଅଦା ଖୁବ ପ୍ରଭାବ ଶାଳୀ l
– ଯଦି କାଶ ଓ କଫ ସମସ୍ୟା ରେ ଆପଣ ପୀଡିତ ଅଟନ୍ତି ସେଥିପାଇଁ ଅଦା ବ୍ୟବହାର କରି ପାରିବେ l
– ଆପଣ ଯଦି ପେଟ ସମ୍ବନ୍ଧିତ କୌଣସି ସମସ୍ୟା ର ସମୁଖୀନ ହେଉଛନ୍ତି ଅଦା ର ବ୍ୟବହାର କରନ୍ତୁ l
– କଡୀ ଆପଣ ନିୟମିତ ଭାବରେ ଅଦା ର ବ୍ୟବହାର ଗୋଟିଏ ଔଷଧ ଭଳି କରିବେ ତେବେ ଏହା ଆପଣାକୁ ନିରୋଗୀ ରଖିବ l
* କିପରି ଅଦା କୁ ଗୋଟିଏ ଔଷଧ ଭଳି ବ୍ୟବହାର କରିବେ ?
* ପେଟ ପାଇଁ ଓ ଓଜନ ହ୍ରାସ ପାଇଁ –
– ପ୍ରତିଦିନ ମଧ୍ୟାହ୍ନ ଭୋଜନ ର ୩୦ ମିନିଟ ପୂର୍ବରୁ ଖଣ୍ଡିଏ ଫ୍ରେସ ଅଦା କୁ ନେଇ ତାର ରସ ବାହାର କରି ରଖନ୍ତୁ l
– ସେଥିରେ ସାମାନ୍ୟ ଲ୍ୱେମ୍ବୁ ରସ ଓ ସୈନ୍ଧବ ଲୁଣ ମିଶାଇ ନିଅନ୍ତୁ l
– ଏହାପରେ ଏହାକୁ ପିଅନ୍ତୁ, ପିଇବାର ଦୁଇ ମିନିଟ ପରେ ସାମାନ୍ୟ ଉଷୁମ ପାଣି ପିଇବେ l
– ନଚେତ ଅଦା ସ୍ଥାନରେ ଶୁଣ୍ଠୀ ମଧ୍ୟ ଗୁଣ୍ଡ କରି ସୈନ୍ଧବ ଲୁଣ ଏବଂ ଲେମ୍ବୁ ଚିପୁଡ଼ି ଦୁଇ ଚାମଚ ସେବନ କରିପାରିବେ l
– ପ୍ରତିଦିନ ଅଦା ରସକୁ ଲ୍ୱେମ୍ବୁ ଓ ଉଷୁମ ପାଇଁ ସହିତ ସେବନ କଲେ ଓଜନ ହ୍ରାସ ରେ ସାହାଯ୍ୟ ମିଳିଥାଏ l
* ସର୍ଦି କାଶ ପାଇଁ –
– ଯଦି ସର୍ଦି କାଶ ରେ ପୀଡିତ ତେବେ ଅଦା ର ରସକୁ ବାହାର କରି ନିଅନ୍ତୁ l
– ସେଥିରେ ସାମାନ୍ୟ ମାତ୍ରାରେ ଡ଼ାଲିଚୀନୀ ଓ ଲବଙ୍ଗ କୁ ଗୁଣ୍ଡ କରି ଓ ମହୁ ମିଶାଇ ନିଅନ୍ତୁ l
– ଏହାକୁ ଆପଣ ଦିନକୁ ୨ଥର ସକାଳେ ଓ ସନ୍ଧ୍ୟାରେ ସେବନ କରି ଉଷୁମ ପାଣି ଟୋପାଏ ପିଇ ନିଅନ୍ତୁ , ଆରାମ ମିଳିବ l
*ଗଣ୍ଠି ଯନ୍ତ୍ରଣା ଓ ଗଣ୍ଠି ଫୁଲା ପାଇଁ –
– ଯଦି ଆପଣଙ୍କ ଗଣ୍ଠି ଯନ୍ତ୍ରଣା ହେଉଛି ତେବେ ଶୁଣ୍ଠୀ ଗୁଣ୍ଡ, ହଳଦୀ ଗୁଣ୍ଡ ଓ ସୋରିଷ ତେଲ କୁ ଗରମ କରି ଗଣ୍ଠି ରେ ମାଲିସ କରନ୍ତୁ, ଏହା ଆପଣଙ୍କୁ ଆରାମ ଦେବ l
– ଏବଂ ପ୍ରତିଦିନ ଅଦା କୁ ଛେଚି ସୋରିଷ ତେଲରେ ଗରମ କରି କପଡା ରେ ବାନ୍ଧି ସେକ ନିଅନ୍ତୁ ଦେଖିବେ ଯନ୍ତ୍ରଣା କମିଯିବ l
