Odisha news

କ୍ୟାପଟେନ  ଯାଶିକା ତ୍ୟାଗୀ : ଭାରତର ପ୍ରଥମ ମହିଳା ଲଜୀଷ୍ଟିକସ୍ ଅଧିକାରୀ ଓ କାର୍ଗିଲ ଯୁଦ୍ଧର ଗର୍ଭବତୀ ଅଗ୍ରଦୂତ

0

ବର୍ତମାନ ଭାରତ -ପାକିସ୍ତାନ ମଧ୍ୟରେ ସ୍ଥିତି ରହିଛି ସମ୍ବେଦନଶୀଳ ଅବସ୍ଥାରେ,ବର୍ତମାନ ସମୟରେ ଏଭଳି ଜଣେ ଯୋଦ୍ଧା ନାରୀ ଙ୍କ ର ବିଷୟରେ ଚର୍ଚା ଚାଲିଛି ଯିଏକି ଗୋଟିଏ ଛୁଆ କୁ କୋଳରେ ଓ ଆଉ ଗୋଟିଏ ଛୁଆ କୁ ଗର୍ଭ ରେ ଧାରଣ କରି କାର୍ଗିଲ ଯୁଦ୍ଧରେ ଶତ୍ରୁ ପକ୍ଷ ବିରୁଦ୍ଧରେ ବନ୍ଧୁକ ଉଠାଇଥିଲେ, ସେ ହେଉଛନ୍ତି କାର୍ଗିଲ  ଯୁଦ୍ଧର ଅନୁଭବୀ କ୍ୟାପଟେନ ଯାଶିକା ତ୍ୟାଗୀ ଯିଏକି ଭାରତୀୟ ସେନା ର ରସଦ ବିଭାଗ ର l ଗର୍ଭାବସ୍ଥା ରେ ଦେଶ ପାଇଁ ନିଜର ସେବା ଦେଇ ଇତିହାସ ରେ ନିଜର ନାମ ଉଲେଖ କରିଛନ୍ତି l

୧୯୯୯ ରେ ଅପରେସନ ବିଜୟ ରେ ତାଙ୍କର ଅସାଧାରଣ ଯୋଗଦାନ ରହିଥିଲା, ସୈନ୍ୟଙ୍କ ପାଇଁ ଗୋଳାବାରୁଦ ଠାରୁ ନେଇ ଯୁଦ୍ଧ ସରଞ୍ଜାମ କୁ ସ୍ଥିର କରିବା ଥିଲା ମୁଖ୍ୟ ଉଦେଶ୍ୟ l ସେହି ସମୟ ରେ  ଯାଶିକା ତ୍ୟାଗୀ ୫ମାସ ର ଗୋଟିଏ ଶିଶୁକୁ ନିଜ ଗର୍ଭରେ ଧାରଣ କରିଥିଲେ, ଏହା ସତ୍ୱେ ,ମଧ୍ୟ କ୍ୟାପଟେନ  ଯାଶିକା ତ୍ୟାଗୀ ଦୃଢ଼ତା ଓ ନେତୃତ୍ୱ ତାଙ୍କ ୨ଟି ପଦକ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ l

ଯାଶିକା ତ୍ୟାଗୀ ଙ୍କ କାହାଣୀ ପ୍ରତ୍ୟେକ ମହିଳାଙ୍କ ପାଇଁ ଗୋଟିଏ ପ୍ରେରଣା କହିଲେ ଅତ୍ୟୁକ୍ତି ହେବ ନାହିଁ,  ଯାଶିକା ତ୍ୟାଗୀ ଙ୍କ ଯାତ୍ରା ଗୋଟିଏ ସୈନ୍ୟ ପରିବାର କୁ ନେଇ , ସେ ୧୯୬୨, ୬୫ ଓ ୭୧ ରେ ଯୁଦ୍ଧ ଲଢ଼ିଥିବା ଗୋଟିଏ ସେନା ଅଧିକାରୀ ଙ୍କ ଘରେ ଜନ୍ମିତ ହୋଇଥିଲେ, ସେ ତାଙ୍କ ପିତାଙ୍କ ନିଧନ ପରେ ସେନାର ପୋଷାକ ପିନ୍ଧିବା ପାଇଁ ସ୍ଥିର କରିଥିଲେ l  ଯାଶିକା ତ୍ୟାଗୀ ଙ୍କ ସ୍ୱାମୀ ମଧ୍ୟ ଜଣେ ସେନା ଅଧିକାରୀ, କାର୍ଗିଲ ଯୁଦ୍ଧ ସମୟ ରେ ସେ ଳେହ ରୁ ସିଆଚିନ ପର୍ଯ୍ୟନ୍ତ ସେନାଙ୍କ ପାଇଁ ଗୋଳା ବାରୂଦ ସହିତ ଯୁଦ୍ଧ ସରଞ୍ଜାମ ସେନାଙ୍କୁ ଯୋଗାଉଥିଲେ l

କ୍ୟାପଟେନ  ଯାଶିକା ତ୍ୟାଗୀ ଙ୍କ ଯୋଗଦାନ କାର୍ଗିଲ ଯୁଦ୍ଧରେ ଖୁବ ଗୁରୁତ୍ୱପୂର୍ଣ ଥିଲା, ସେ ଗୋଟିଏ ଇଣ୍ଟରଭିୟୁ ରେ କହିଥିଲେ ତାଙ୍କୁ ଯେତେବେଳେ ସେନା ପକ୍ଷରୁ ୧ହଜାର କଫିନ ପ୍ରସ୍ତୁତ କରିବାକୁ କୁହାଯାଇଥିଲା ସେତେବେଳେ ସେ  ଚମକି ପଡ଼ିଥିଲେ ଓ କହିଥିଲେ ମୁଁ ମୋ ସାଥୀଙ୍କ ପାଇଁ ଏହା ପୂର୍ବରୁ କରି ପାରିବିନାହିଁ କାହିଁକିନା ଏହା ମୋର ଚିନ୍ତାଧାରା ନୁହେଁ l

Leave A Reply