Odisha news

ସୀମାରେ ଯୁଦ୍ଧ ବନ୍ଦ କିନ୍ତୁ ଦେଶ ଭିତରେ ଜାରି ରହିଛି ଆତଙ୍କବାଦ ବିରୋଧ ରେ କାର୍ଯ୍ୟାନୁଷ୍ଠାନ

0
କଥାରେ ଅଛି ଘର ଭିତରର ଅଳିଆ ସଫା ହେଲେ ହିଁ ବାହାର ରହିବ ପରିସ୍କାର, ନିକଟରେ ପହଁଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଏଥିରେ କୌଣସି ନିଜ ଲୋକର ସମ୍ପୃକ୍ତି ରହିଛି ବୋଲି NIA ଦ୍ୱାରା ସୂଚନା ମିଳି ସାରିଛି, ଏହାପରେ ସରକାର ଆସିଥିଲେ ଆକ୍ସନ ମୋଡ଼ କୁ ଏବଂ ଯବାନ ମାନଙ୍କୁ ଦେଇଥିଲେ  ଖୋଲା ଛୁଟ , ଏହାକୁ ନେଇ ବର୍ତମାନ ମଧ୍ୟ  ଆତଙ୍କବାଦ ର ବିନାଶ ପାଇଁ ସେନା ର ପଦକ୍ଷେପ ଜାରି ରହିଛି l

ପହଁଲଗାମ ଆକ୍ରମଣ କୁ ନେଇ ଭାରତୀୟ ସେନା ପକ୍ଷରୁ ଅପରେସନ ସିନ୍ଦୁର କରାଯାଇ ଥିଲା  ଏବଂ ଶେଷରେ ପାକିସ୍ତାନ ଭୟ ଭୀତ ହୋଇ ଆମେରିକାର ଗୋଡ଼ ଧରିଥିଲା ଓ ଆମେରିକା ଉଭୟ ଦେଶ ସହିତ କଥା ହୋଇ ସିଜ- ଫାୟାର ଘୋଷଣା କରିଥିଲା l ବର୍ତମାନ ବର୍ଡ଼ର ରେ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ବନ୍ଦ ରହିଥିଲେ ମଧ୍ୟ ଭିତରେ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରହିଛି l

ଭାରତ ପାକିସ୍ତାନ ମଧ୍ୟରେ ସିଜ -ଫାୟାର ହୋଇଥିଲେ ମଧ୍ୟ ଭାରତୀୟ ସେନା ଜାରି ରଖିଛି ନିଜର କାମ, ସୋମବାର ୧୨ ତାରିଖ ଦିନ ଷ୍ଟେଟ ଇନ୍ଭେଷ୍ଟିଗେଟିଙ୍ଗ ଏଜେନ୍ସି ( SIA ) ପକ୍ଷରୁ ଲସ୍କର -ଏ-ତୟବା ଓ ଜୈସ ମହମ୍ମଦ ଭଳି ଆତଙ୍କବାଦୀ ସଂଗଠନ ସହିତ ଜଡିତ ନେଟୱାର୍କ କୁ ଧ୍ୱସ୍ତ କରିବା ପାଇଁ ଦକ୍ଷିଣ କାଶ୍ମୀର ରେ ୨୦ ଟି ସ୍ଥାନ ଉପରେ ଚଢ଼ାଉ କରିଛି, କାହିଁକି ନା ପହଁଲଗାମ ଆକ୍ରମଣ ରେ କୌଣସି ଭିତର ଲୋକର ସମ୍ପୃକ୍ତି ବୋଲି ସୂଚନା ମିଳିଛି l

କାଶ୍ମୀର ଘାଟିରେ ଆତଙ୍କବାଦୀ କାର୍ଯ୍ୟ କଲ୍ପ କୁ ବୃଦ୍ଧି କରୁଥିବା ଆତଙ୍କବାଦୀ ଙ୍କ ଇକୋ ସିଷ୍ଟମ କୁ ଧ୍ବଂସ କରିବା SIA  ର ମୂଳ ଉଦେଶ୍ୟ, କାହିଁକିନା ନିକଟରେ ହୋଇଥିବା ପହଁଲଗାମ ଆକ୍ରମଣ ରେ ଏହାର ସମ୍ବନ୍ଧ ରହିଛି l ତେଣୁ SIA ପକ୍ଷରୁ ସୀମାବର୍ତୀ ଅଂଚଳର ୧୨ ଟି ଗାଁ ୟୁପିଏ କରାଯାଇଛି , ଏହି ଚଢ଼ାଉ ସମୟରେ ମୋବାଇଲ ଫୋନ, ଲାପଟପ ସହିତ ଅନେକ ଇଲେକ୍ଟ୍ରୋନିକ୍ସ ଡିଭାଇସ ଜବତ ହୋଇଛି l

ଏଥିରେ ୨୦ ଜଣ ସନ୍ଦିଗ୍ଧ ଙ୍କୁ ପଚରା ଉଚରା ଜାରି ରହିଛି, ଯାଞ୍ଚ ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ ଏହି ମାନଙ୍କ ମଧ୍ୟରୁ କିଛି ଲୋକ ପହଁଲଗାମ ଆକ୍ରମଣ ରେ ସାମିଲ ରହିଛନ୍ତି, SIA ର ସୂଚନା ଅନୁସାରେ କୁହାଯାଇଛି ଯେ ସନ୍ଦିଗ୍ଧ ମାନେ ଏନକ୍ରିପଟେଡ଼ ମେସେଜିଙ୍ଗ ଆପ ଜରିଆରେ ଆତଙ୍କବାଦୀ ଙ୍କୁ ସୁରକ୍ଷା ଦେଉଥିଲେ ଓ ସେନା ଏବଂ ସମ୍ବେଦନଶୀଳ ସ୍ଥାନ ବିଷୟରେ ସମସ୍ତ ତଥ୍ୟ ଦେଉଥିଲେ l ଯାହାକି ରାଷ୍ଟ୍ରୀୟ ସୁରକ୍ଷା ପାଇଁ ଗୋଟିଏ ବଡ଼ ବିପଦର କାରଣ ଅଟେ l

Leave A Reply