Odisha news

ଆଜି ବିଶ୍ୱ ପରିବେଶ ଦିବସ : ପରିବେଶ ସୁରକ୍ଷା-ଜୀବନ ରକ୍ଷା

0

ହିମାଂଶୁ ଶେଖର ଆଚାର୍ଯ୍ୟ : ସମ୍ପ୍ରତି ପରିବେଶ ପ୍ରଦୂଷଣ,ଅସହନୀୟ ତାପମାତ୍ରା ବୃଦ୍ଧି ଓ ଜଳବାୟୁରେ ଅସ୍ୱାଭାବିକ ପରିବର୍ତ୍ତନ ସମଗ୍ର ଜୀବଜଗତପାଇଁ ସତର୍କର ଘଣ୍ଟି ବଜାଇ ସାରିଲାଣି । ପରିଣାମ ସ୍ୱରୂପ, ଋତୁ ଚକ୍ରରେ ମଧ୍ୟ ପରିବର୍ତ୍ତନ ଘଟିଲାଣି । ଛଅ ଋତୁ ଆଜି ସାତ ସପନ । ପୌଷ ଓ ମାଘର ହାଡ ଭଙ୍ଗା ଶୀତ ଆଉ ନାହିଁ । ଶୀତର ପ୍ରଭାବ ଢେର କମି ଗଲାଣି । ଗରମ ପୋଷାକ ଆଗ ଭଳି ଦରକାର ପଡୁନି । ବରଂ ଘରେ ଫ୍ୟାନ୍ର ଆବଶ୍ୟକତା ପଡୁଛି । ଫାଲ୍ଗୁନ-ଚୈତ୍ର ନା ଥାଏ ଖରା ନା ଶୀତ । ମଳୟ ପବନ ସାଥେ ଭାସିଆସେ କୋଇଲିର କୁହୁତାନ । ମୃଦୁ ମଳୟ ପବନ ତନୁମନରେ ଶିହରଣ ଆଣେ । କିନ୍ତୁ ଆଗଭଳି ଶୁଭୁନାହିଁ କୋଇଲିର ସ୍ୱର କି ବହୁନାହିଁ ସୁଲୁସୁଲିଆ ପବନ । ହେମନ୍ତ ଓ ଶରତ ଋତୁର କଥା ନକହିବା ଭଲ । ଗ୍ରୀଷ୍ମଋତୁର ଅବଧି ବଢି ବଢି ·ଲିଛି । କେବଳ ବୈଶାଖ-ଜ୍ୟେଷ୍ଠ ନୁହେଁ ବର୍ଷର ଅନେକ ସମୟରେ ମୁଣ୍ଡଫଟା ଖରା । ସବୁଠି ହା-ହୁତାଶମୟ ପରିବେଶ । ଘରେ ଗରମ ତ -ବାହାରେ ଅଗ୍ନିବର୍ଷା । ଅସହନୀୟ ହେଉଛି ଜୀବନ ଯାତ୍ରା । ଆଦ୍ୟ ଆଷାଢ଼ର ପହିଲି ବର୍ଷାର ମହକ ଆଉ ନାହିଁ । ସାରୁ ଗଛମୂଳରୁ ଶୁଭୁନି ବେଙ୍ଗର ରଡି । ଏବେ ମୌସୁମୀର ରହୁନି ଠିକଣା । ଧାରା ଶ୍ରାବଣ ହରାଇ ବସିଛି ତା’ର ପ୍ରାସଙ୍ଗିକତା ।

ଆଜି ବିଶ୍ୱ ପରିବେଶ ଦିବସ । ପରିବେଶ ପାଇଁ ଚିନ୍ତା କରିବାର ଦିନଟିଏ । ପରିବେଶ ଦିନକୁ ଦିନ ପ୍ରଦୂଷିତ ହେବାରେ ଲାଗିଛି ଓ ଏହା ସମଗ୍ର ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଛି । ଏହି କଥାକୁ ଆଖି ଆଗରେ ରଖି ୧୯୭୨ ମସିହାରେ ମିଳିତ ଜାତିସଂଘର ସାଧାରଣ ପରିଷଦ ପ୍ରତିବର୍ଷ ଜୁନ୍ ୫ ତାରିଖକୁ ବିଶ୍ୱ ପରିବେଶ ଦିବସ ରୂପେ ପାଳନ କରିବାପାଇଁ ସ୍ଥିର କରଥିଲା ।ତଦନୁଯାୟୀ ୧୯୭୪ ମସିହା ଠାରୁ ଜୁନ୍ ୫ ତାରିଖକୁ ବିଶ୍ୱ ପରିବେଶ ଦିବସ ରୂପେ ପାଳନ କରାଯାଇଆସୁଅଛି । ଏହି ଦିବସ ପାଳନ କରିବାର ଉଦେ୍ଦଶ୍ୟ ହେଉଛି ପ୍ରଦୂଷଣର ଭୟଙ୍କରତା ସମ୍ବନ୍ଧରେ ପ୍ରତ୍ୟେକ ଦେଶର ଜନସାଧାରଣଙ୍କୁ ସଚେତନ କରିବା ଓ ଏହି ପ୍ରଦୂଷଣର ଦୂରୀକରଣ ପାଇଁ ସର୍ବତ୍ର ଜନସହଯୋଗକୁ ଉସôାହିତ କରିବା । ଯାହାଫଳରେ ପରିବେଶର ସୁରକ୍ଷା ହେବା ସଙ୍ଗେ ସଙ୍ଗେ ଆଗାମୀ ପିଢି ପାଇଁ ପରିବେଶ ସଂରକ୍ଷିତ ହୋଇ ରହିପାରିବ । ଏସବୁ ସତ୍ତ୍ୱେ ପୃଥିବୀ ସମେତ ଆମ ଦେଶ ତଥା ରାଜ୍ୟରେ ପ୍ରତିଦିନ ହଜାର ହଜାର ହେକ୍ଟର ଜଙ୍ଗଲ ଧ୍ୱଂସ ପାଉଛି । ଫଳରେ ପରିବେଶ ପ୍ରଦୂଷଣକୁ ରୋକିବାରେ ଆମର ପ୍ରଚେଷ୍ଟା ସେତେ ସନ୍ତୋଷଜନକ ହୋଇପାରୁନାହିଁ । ଫଳସ୍ୱରୂପ, ତାପାୟନ ବଢି ଚାଲିଛି, ଭୂତଳ ଜଳସ୍ତର ନିମ୍ନଗାମୀ ହେଉଛି, ମୃତ୍ତିକା କ୍ଷୟ ବଢିବାରେ ଲାଗିଛି, ବୃଷ୍ଟିପାତ ହ୍ରାସ ପାଉଛି ଓ ଉତ୍ପାଦନ ବ୍ୟାହତ ହେଉଛି ।

ଗତ ୨୦୧୬ ମଇ ୨୩ ତାରିଖରେ ରାଜଧାନୀ ଭୁବନେଶ୍ୱର, କଟକ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ଲୀଳାକୁ ଦେଖି ଲାଗୁଥିଲା ଯେପରି ମହାବାତ୍ୟା ହେଉଛି । ଗତବର୍ଷ ଭୟଙ୍କର ଭୂମିକମ୍ପ ନେପାଳର ଜନଜୀବନ ଓ ଅର୍ଥନୀତିକୁ ଧ୍ୱସ୍ତବିଧ୍ୱସ୍ତ କରିଦେଇଥିବା ବେଳେ ଆମ ଦେଶ ତଥା ରାଜ୍ୟରେ ମଧ୍ୟ ଏହାର ପ୍ରଭାବ ଅନୁଭୂତ ହୋଇଥିଲା । ଏହି ଭୂକମ୍ପର ନିର୍ଘାତ ପ୍ରହାରରେ ନେପାଳ ସମେତ ସିକିମ୍,ଭୁଟାନ,ଭାରତ,ପାକିସ୍ତାନ ପର୍ଯ୍ୟନ୍ତ ଏସୀୟ ଭୂଖଣ୍ଡ ଥରିଉଠିଥିଲା । ହିମାଳୟରେ ବାଦଲଫଟା ବର୍ଷାରୁ ସୃଷ୍ଟ ଉତ୍ତରାଖଣ୍ଡ ମହାପ୍ରଳୟକୁ ଏବେ ତିନିବର୍ଷ ପୂରିବାକୁ ଯାଉଛି । ସେହି ମହାପ୍ରଳୟର କଥା ମନେ ପଡିଲେ ଏବେବି ଲୋମ ଟାଙ୍କୁରି ଉଠେ, ଦୀର୍ଘଶ୍ୱାସ ବାହରି ଆସେ । ବିଗତ ଦିନରେ ଜାପାନରେ ଘଟିଯାଇଥିବା ଭୂମିକମ୍ପ ଓ ସୁନାମି ପ୍ରକୃତିର କ୍ରୁରତା ଓ ପରିବେଶ ପ୍ରଦୂଷଣ ଭୟାବହତାର ଜ୍ୱଳନ୍ତ ଦୃଷ୍ଟାନ୍ତ । ସେହିପରି ୧୯୯୯ ମସିହାରେ ମହାବିନାଶକାରୀ ମହାବାତ୍ୟା ଓ ୧୯୯୮ର ଅଂଶୁଘାତ ଜନିତ ପରିସ୍ଥିତିକୁ ଆମେ ଭୁଲିପାରିବା ନାହିଁ । ଆଗାମୀ

Leave A Reply