Odisha news

ବିଶ୍ୱ ପରିବେଶ ଦିବସର ଅନୁଚିନ୍ତା

0

ସୌଭାଗ୍ୟ ରଂଜନ ମହାନ୍ତି(ରାଜା)  : ‘ପରିବେଶ’ ଏକ ବ୍ୟାପକ ଶବ୍ଦ, ଯାହାକି ଏକ ମୌଳିକ ଅବବୋଧ ଉପରେ ପର୍ଯ୍ୟବେସିତ । ଏହାକୁ ସାଧାରଣତଃ କୃତ୍ରିମ ତଥା ପ୍ରାକୃତିକ ଦ୍ରବ୍ୟାଦି ବୁଝାଇଥାଏ । ମଣିଷ ସୁସ୍ଥ ଭାବରେ ଏବଂ ସ୍ୱଚ୍ଛଳ ରୀତିରେ ବଂଚିବାକୁ ଯାଇ ତାର ନିକଟବର୍ତୀ ପରିବେଷ୍ଟନୀରେ ଥିବା ବସ୍ତୁ ବା ପ୍ରାକୃତିକ ଶକ୍ତିକୁ ନେଇ ଗଠିତ ପ୍ରତ୍ୟେକ ଉପାଦାନ କୁ ସଦୂପ ଯୋଗ କରିଥାଏ । ଅନ୍ୟ ଯେକୌଣସି ଜୀବମାନଙ୍କ ଭଳି ମନୁଷ୍ୟ ମଧ୍ୟ ତା’ର ପରିବେଶ ଉପରେ ନିର୍ଭର କରିଥାଏ ଏବଂ ପରିସଂସ୍ଥାର ଅନ୍ୟ ଜୀବମାନଙ୍କର ପରିବେଶର ଏକ ଉପାଦାନ ଭାବେ କାର୍ଯ୍ୟ କରେ । ପ୍ରାକୃତିକ ପରିବେଶ ଦେଇ ଗତି କଲାବେଳେ ଜୈବିକ କଥା ମନକୁ ଆସେ । ଜର୍ମାନ୍ ବୈଜ୍ଞାନିକ ହେକେଲ୍ ଇକୋଲଜ ଶବ୍ଦର ପ୍ରଚଳନ କରିଥିଲେ । ଗ୍ରୀକ୍ ଶବ୍ଦ ଓଇକସ୍ (ଙଓକଙଝ) ର ଅର୍ଥ ଗୃହ ଓ ଲଗସ୍ (ଖଙଏଙଝ) ର ଅର୍ଥ ହେଉଛି ବିଶେଷ ଆଲୋଚନା ।

ଏଣୁ ତାଙ୍କର ମତାମତ ଅନୁସାରେ ପରିବେଶ କହିଲେ ‘ଜୀବନର ଗୃହ’ । ଏଣୁ ମନୁଷ୍ୟର ଚତୁଃପାଶ୍ୱର୍ରେ ରହିଥିବା ଏବଂ ତା’ର ଜୀବନକୁ ପ୍ରଭାବିତ କରୁଥିବା ସମସ୍ତ ସାମାଜିକ ଅର୍ଥନୈତିକ ଜୈବିକ, ଭୌତିକ ତଥା ରାସାୟନିକ ଅବସ୍ଥା ସମୂହକୁ ପରିବେଶ କୁହାଯାଏ । ପୃଥିବୀ ପୃଷ୍ଠରେ ବିଭିନ୍ନ ପ୍ରକାର ପ୍ରାଣୀ ଓ ଉଦ୍ଭିଦ ବାସ କରୁଥିବାର ଦେଖିବାକୁ ମିଳିଥାଏ । ଏହାକୁ ହିଁ କୁହାଯାଏ ଜୀବଜଗତ । ଭୂତାଣୁ, ଜୀବାଣୁ, ଏକ କୋଷୀ ପ୍ରାଣୀଙ୍କ ଠାରୁ ଆରମ୍ଭ କରି ବହୁ କୋଷୀ ପ୍ରାଣୀ ତିମି, ବିରାଟକାୟ ଉଦ୍ଭିଦ ଅନ୍ତର୍ଗତ । ଏହି ଜୀବମାନେ ଭିନ୍ନ ଭିନ୍ନ ଯାଗାରେ ଭିନ୍ନ ଭିନ୍ନ ରୂପରେ ଦେଖାଯାଏ । ଏହି ବିଭିନ୍ନତା ପାଇଁ ମୂଖ୍ୟତଃ ଜିନ୍ ଦାୟୀ । ଜୀବ ଶରୀରର କୋଷ ଦ୍ୱାରା ଏହା ଗଠିତ । ପ୍ରତ୍ୟେକ କୋଷର ମୁଖ୍ୟ ଅଂଶ କୁ ନିଷ୍ଟ୍ କୁହାଯାଏ ।

ଏହି ନିଷ୍ଟ୍ ମଧ୍ୟରେ ଅନେକ ଗୁଣ ସୂତ୍ର ଦେଖାଯାନ୍ତି । ଜିନ୍ ଗୁଡିକର ଏହି ଭିନ୍ନତା ପାଇଁ ଜୀବମାନଙ୍କର ବିଭିନ୍ନତାର କାରଣ ଅଟେ । ଏପରିକି ଜିନରେ ବେଳେବେଳେ ପରିବର୍ତନ ଘଟି ମୁ୍ୟଟେସନ୍ ହୋଇଥାଏ । ଯାହାରି ଫଳରେ ଜୈବ ବିଭିନ୍ନତା ସମ୍ଭବପର ହୋଇଥାଏ । ଯାହାର ଫଳରେ ବିଭିନ୍ନ ପ୍ରକାର ପରିସଂସ୍ଥା ପ୍ରକୃତିରେ ଦେଖାଯାଏ । ପୁନଶ୍ଚ କୌଣସି ପରିସଂସ୍ଥାର ସ୍ଥିତାବାସ୍ଥା ଜୈବ ବିଭିନ୍ନତା ଉପରେ ନିର୍ଭର କରେ । ଜୈବ ବିଭିନ୍ନତା ବ୍ୟତୀରେକେ ପରିସଂସ୍ଥାର କୌଣସି ଅର୍ଥ ନାହିଁ । ପରିବେଶର ସନ୍ତୁଳନ ନିମନ୍ତେ ଜୈବ ବିଭିନ୍ନତା ଏକାନ୍ତ ଆବଶ୍ୟକ । ବିଷମ ଜାତିର ଗୋଷ୍ଠୀ ହିଁ ପରିବେଶର ସନ୍ତୁଳନ ରକ୍ଷା କରିଥାନ୍ତି ଏବଂ ପରିସଂସ୍ଥା ପରିଚାଳିତ କରିଥାନ୍ତି । ପୁଣି ବିଭିନ୍ନ ପ୍ରକାରର ଆନୁବଂଶିକ ଭିନ୍ନତାର ଧ୍ୱଂସ ଯୋଗୁଁ ମଧ୍ୟ ବିଭିନ୍ନତା ଲୋପ ପାଇଥାଏ ।

ଯଦ୍ୱାରା ଅନେକ ଗୁଡିଏ ପ୍ରାଣୀ ଓ ଉଦ୍ଭିଦ ଲୋପ ପାଇବାକୁ ବସିଲାଣି । ବର୍ତମାନ ଜନସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ସେମାନଙ୍କର ଥଇଥାନ ଓ ବଂଚିବା ପାଇଁ ଅନ୍ୟମାନଙ୍କୁ ବଳି ଦିଆଯାଉଛି । ତା ଦ୍ୱାରା ଜୈବ ବିଭିନ୍ନତା କମି କମି ଶେଷକୁ କେତେକ ନାମ ମାତ୍ର ଉଦ୍ଭିଦ ଓ ପ୍ରାଣୀ ବଂଚି କରି ରହିବେ ବୋଧ ହୁଏ । ପରିବେଶର ଏହି ପରି ଅଧଃପତନ ଯୋଗୁଁ ଅନେକ ଜନବସତି ମଧ୍ୟ ନଷ୍ଟ ହେବାକୁ ବସିଲାଣି ଏବଂ ଅନେକ ପରିସ୍ଥାନ ନଷ୍ଟ ହେବକୁ ବସିଲାଣି । ପରିସ୍ଥାନ ଓ ବସତିର ନଷ୍ଟ ଯୋଗୁଁ ପ୍ରାକୃତିକ ବସିତି ନଷ୍ଟ ହୋଇଥାଏ । ତଦ୍ୱାରା ସେଇଠି ବସବାସ କରୁଥିବା ପ୍ରାଣୀମାନେ ଓ ଉଦ୍ଭିଦ ମୃତୁ୍ୟ ମୁଖରେ ପଡ଼ନ୍ତି । ବିଭିନ୍ନ ପ୍ରକାର ଉଦ୍ଭିଦ ଓ ପ୍ରାଣୀ ଦେଖାଯାନ୍ତି । ପରିବେଶ ନଷ୍ଟ ହେଲେ ସେହିଠାରୁ ପ୍ରାଣୀ ବା ଉଦ୍ଭିଦ ଉଭେଇ ଯାଇଥାଆନ୍ତି । ପରିବେଶ ପ୍ରଦୂଷଣ ମଧ୍ୟ ମନୁଷ୍ୟକୃତ । ଏହା ଅନ୍ୟ ଏକ କାରଣ । ଏହା ଦ୍ୱାରା ସେଠାରେ ଜଳବାୟୁ, ସ୍ଥଳଭାଗ ଦୂଷିତ ହେଉଛି । ଏହି ଦୂଷିତକରଣ ଯୋଗୁଁ ଜଳ, ସ୍ଥଳ ଓ ବାୟୁମଣ୍ଡଳରେ ବସବାସ କରୁଥିବା ପ୍ରାଣୀ ଉଦ୍ଭିଦ ଉପରେ କୂପ୍ରଭାବ ପକାଏ ।

ଆଉ ଗୋଟିଏ ମୂଖ୍ୟକାରଣ ହେଲା ଶଙ୍କର ଜାତୀୟ ଉଦ୍ଭିଦ ଲଗାଇବା । ଯଦ୍ୱାରା ଏହା ଅନେକ ଭଲ ଫଳ ଦିଏ, କିନ୍ତୁ କେବଳ ଶଙ୍କର ଜାତୀୟ ବଂଚି ରହିବା ଦ୍ୱାରା ଅନ୍ୟଗଛ ସବୁ ମରିଯାଆନ୍ତି । ଏହାକୁ ଜୈବ ସଙ୍କିର୍ଣ୍ଣତା କୁହାଯାଏ । ତେଣୁ ପ୍ରକୃତିକୁ ବଂଚେଇବାକୁ ହେଲେ ପ୍ରକୃତିର ସନ୍ତୁଳନ ପ୍ରତି ଗୁରୁତ୍ୱ ଦେବାକୁ ପଡ଼ିବ । ପୃଥିବୀ ପୃଷ୍ଠରେ ଦେଖାଯାଉଥିବା ଷୋହଳ ଲକ୍ଷ ପ୍ରଜାତିର ଜୀବ ମଧ୍ୟରୁ ଅନେକ ପ୍ରଜାତି ଲୋପ ପାଇବାକୁ ବସିଲାଣି । ମନୁଷ୍ୟ କୃତ ଲୋପ ପାଇଥିବା ପ୍ରଜାତିର ସଂଖ୍ୟା ଅଧିକ । ବର୍ତମାନ ଜନ ଜାଗରଣର ଆବଶ୍ୟକତା ହେଉଛି ଯେ ପରିସଂସ୍ଥାର ସଙ୍କଟ ନ ଉପୁଜିବା ପାଇଁ ଜଙ୍ଗଲ, ବନ୍ୟ ଜନ୍ତୁ, ଜଳଜ ଜୀବ ଆଦି ଜୀବର ପରିସରକୁ ସୁରକ୍ଷା ଯୋଗାଇଦେବା । ବର୍ତମାନ ସରକାରୀ ବେସରକାରୀ ସଂସ୍ଥା ଗଣ ଜୈବ ବିଭିନ୍ନତା ସଂରକ୍ଷଣ ଆବଶ୍ୟକତା ଉପରେ ଉପଲବ୍ଧି କରି ତା’ର ସଂରକ୍ଷଣ ପାଇଁ ଆଲୋଚନା, ସଚେତନତା, ପ୍ରଚାର, ପ୍ରସାର, ପଥପ୍ରାନ୍ତ ନାଟକ ମାଧ୍ୟମରେ ରାସ୍ତା ଖୋଜିବାକୁ ବସିଲେଣି । ବିଭିନ୍ନ ଉପାୟରେ ଗଣମାଧ୍ୟମ ସହାୟତାରେ ଲୋକମାନଙ୍କ ମଧ୍ୟରେ ସଚେତନା ସୃଷ୍ଟି ଜାରି ରହିଛି ।

ବ୍ୟାଘ୍ର, ସିଂହ ଆଦି ପଶୁମାନେ କ୍ଷୁଧା କବଳିତ ନହେବା ପର୍ଯ୍ୟନ୍ତ ଶିକାର କରିନଥାନ୍ତି । କିନ୍ତୁ ମଣିଷର ଆବଶ୍ୟକତା ଅନେକ । ତା’ର ସୀମାହୀନ ଆକାଂକ୍ଷାକୁ ସାକାର ତଥା ଚରିତାର୍ଥ କରିବା ପାଇଁ ସେ ପରିବେଶକୁ ତା’ର ଏକ ଚାଟିଆ ସମ୍ପତି ଭାବେ ବିଚାର କରି ବନ୍ୟପ୍ରାଣୀ ତଥା ଜଙ୍ଗଲ ଉପରେ ଅତ୍ୟାଚାର କରି ଚାଲିବା ଠିକ୍ ନୁହେଁ । ମନୁଷ୍ୟ ତା’ର ନିଜର ଖାଦ୍ୟକୁ ଛାଡିଦେଲେ ପୋଷାକ, ଘରବାଡି, ବୈଦୁ୍ୟତିକ ଉପକରଣ ମୋଟର ଗାଡି ଓ ଏପରି ଅନେକ ଆବଶ୍ୟକତା ପୁରଣ ପାଇଁ ପରିବେଶକୁ ଅନ୍ୟ ପ୍ରାଣୀଙ୍କ ତୁଳନାରେ ଯଥେଷ୍ଟ ଭାବରେ ଲୁଣ୍ଠନ କରିଚାଲିଛି । କେବଳ ସେତିକି ନୁହେଁ ଏହି ସବୁ ଦ୍ରବ୍ୟର ଉତ୍ପାଦନ, ବ୍ୟବହାର ଏବଂ ବ୍ୟବହାର ଉପରେ ବିସର୍ଜନ କରିବାରେ ପ୍ରକୃତିକୁ ଅନେକାଂଶରେ ନଷ୍ଟ ଓ ଦୂଷିତ କରିଚାଲିଛି । ହି୍ରଂସ୍ର ଜନ୍ତୁମାନେ ପରିବେଶକୁ ତାଙ୍କ ନିଜ ପାଇଁ ଉପଯୋଗ କରିବାରେ ନୈତିକତା ରକ୍ଷା କରିଥାନ୍ତି । କିନ୍ତୁ ମନୁଷ୍ୟ ଅତି ବୁଦ୍ଧିମାନ ହୋଇ ବି ଲାଭ କଣ । ହିଂସ୍ର ଜନ୍ତୁମାନେ ନିଜର ଖାଦ୍ୟକୁ ଛାଡି ଦେଲେ(ଶିକାର) ଅନ୍ୟ କାହାରିକୁ ଆଦୌ କ୍ଷତି ପହଂଚାଇ ନଥାନ୍ତି । କିନ୍ତୁ ଆମେ ପ୍ରାଣୀଙ୍କ ଠାରୁ ଆରମ୍ଭ କରି ଉଦ୍ଭିଦ ତଥା ଜଳ, ବାୟୁ, ମୃତିକା ଇତ୍ୟାଦି ଉପରେ କ୍ଷତି ପହଂଚାଇବା ପାଇଁ ପଛାଇ ନଥାନ୍ତି । ମନୁଷ୍ୟର ଯଦିଓ ଚିନ୍ତା କରିବାର ଶକ୍ତି ରହିଛି କିନ୍ତୁ ତାହା ଠିକ୍ ମାର୍ଗରେ ନିୟୋଜିତ କରିନଥାନ୍ତି । ବରଂ ନିଜର ସ୍ୱାର୍ଥକୁ ଚରିତାର୍ଥ କରିବା ନିମନ୍ତେ ପରିବେଶର ସଂରକ୍ଷଣ କରିବା ପରିବର୍ତେ ତାକୁ ଧ୍ୱଂସ କରିବାରେ ଲାଗିଛି । କିନ୍ତୁ ଟିକେ ଗଭୀର ଭାବରେ ଚିନ୍ତା କଲେ ନିଜର ଭବିଷ୍ୟତ ବଂଶଧରଙ୍କ ପାଇଁ ଏକ ସନ୍ତୁଳିତ ପୃଥିବୀ(ପ୍ରକୃତି) ଛାଡିଯିବା(ଗତିକାର) ଦାୟିତ୍ୱ ବର୍ତମାନର ଯୁବ ପିଢିଙ୍କର ।

ଏକ ପରିସଂଖ୍ୟାନ ରିପୋର୍ଟରୁ ଜଣାପଡ଼ିଛି ଯେ ପ୍ରତିବର୍ଷ ୧୨ ଲକ୍ଷ ହେକ୍ଟର ଜମିର ଜଙ୍ଗଲ କଟାଯାଉଥିବାବେଳେ, ଏହାର ଏକ ତୃତୀୟାଂଶ ଅଂଚଳରେ ନୂତନ ଜଙ୍ଗଲ ସୃଷ୍ଟି କରାଯାଇପାରୁନାହିଁ । ଏହାର ପ୍ରଭାବ ପରିବେଶ ଉପରେ ପ୍ରଭାବ ପଡୁଛି । ଆଧୁନିକ ଶିଳ୍ପ ଉପରେ ମଧ୍ୟ ଏହାର ପ୍ରଭାବ ପଡୁଛି । ଏହା ସଙ୍ଗେ ସଙ୍ଗେ ପାଣିପାଗ ଉପରେ ବି କୂପ୍ରଭାବ ପଡୁଛି । ଆଧୁନିକ ଶିଳ୍ପ ସଭ୍ୟତା ଏବଂ ରାସ୍ତା ସମ୍ପ୍ରସାରଣ ଉଭୟେ ଜଙ୍ଗଲ କ୍ଷୟର ପ୍ରଧାନ କାରଣ ବୋଲି କୁହାଯାଇପାରେ । ଯାହାକି ପାରିପାଶ୍ୱିର୍କ ଗୁରୁତର ବିପର୍ଯ୍ୟାୟ ସୃଷ୍ଟି କରିପାରେ । ଏହି ଦିଗ ପ୍ରତି ସଚେତନ ହୋଇ ଦୃଷ୍ଟି ଦେଇ ପ୍ରତିକାର ବ୍ୟବସ୍ଥା ଗ୍ରହଣ ନକଲେ ଦେଶର ତଥା ପୃଥିବୀର ଅବସ୍ଥା ବିପର୍ଯ୍ୟାସ୍ତ ହୋଇପଡ଼ିବ । ଏକଦା ଯେଉଁ ଅରଣ୍ୟ, ମଣିଷକୁ ଆହାର ସହ ବାସସ୍ଥାନ ଯୋଗାଇ ଆସୁଥିଲା, ଅତ୍ୟାବଶ୍ୟକ ଚାହିଦା ପୁରଣ କରୁଥିଲା ଆଜି ସେହି ଅରଣ୍ୟ ଆଉ ଅରଣ୍ୟ ହୋଇ ରହିନାହିଁ । ସେଇଠି ଗଢି ଉଠିଛି ଶିଳ୍ପ ସଭ୍ୟତା, ସହର ସଭ୍ୟତା ପଲ୍ଲ୍ୀ ସଭ୍ୟତା । ଅରଣ୍ୟ ହିଁ ଥିଲା ମଣିଷର ଶୈଶବର ଦୋଳି । କିନ୍ତୁ ଆଜି ମଣିଷ ଆଧୁନିକତାର ଦ୍ୱାହି ଦେଇ ନିଜ ଗୋଡରେ ନିଜେ କୁରାଢି ମାରିବାକୁ ଯାଉଛି । ଯେଉଁ ବୃକ୍ଷ ଆମକୁ ଅତ୍ୟନ୍ତ ୧୦ଟି ଅମୂଲ୍ୟ ଉପାଦାନ ଦେଇଥାଏ ଯଥା – ଅମ୍ଲଜାନ, ଜଳ, ମୃତିକା, ତାପ, ଶକ୍ତି, ଖାଦ୍ୟ, ବସ୍ତ୍ର, ଆଶ୍ରୟ, ଔଷଧ, ଜାଳେଣି, ଦ୍ରବ୍ୟ ଓ ଛାୟା ।

ଉପରୋକ୍ତ ବିଷୟଗୁଡିକ ମଧ୍ୟରୁ ଅମ୍ଲଜାନ ଓ ଜଳ ପ୍ରାଣୀ ଜଗତର ଜୀବନ । ଏ ସବୁ ମଣିଷ ସମାଜ ଜାଣି ବି ଅଜଣା । ବିଶେଷ କରି ଉଦ୍ଭିଦ ବଂଶ ଲୋପ ପାଇବା ଦ୍ୱାରା ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ଗ୍ୟାସର ଅହେତୁକ ବୃଦ୍ଧି ପାଉଥିବା ହେତୁ ତାପାମାତ୍ରା ମଧ୍ୟ ଅଦ୍ୟବିଧି ୦.୨ ପ୍ରତିଶତ ବୃଦ୍ଧି ପାଇଛି । କିନ୍ତୁ ଭବିଷ୍ୟତରେ ଏହା ୨.୦ ପ୍ରତିଶତ ବୃଦ୍ଧି ପାଇବ ବୋଲି ଭୌଗଳିକବିତ୍ କେଉଁ ପୁରାତନ କାଳରୁ ବରଫ ହୋଇ ରହି ଆସିଥିବା ହ୍ରଦ ତରଳିବାକୁ ଆରମ୍ଭ କଲାଣି । ଏହା ବିଶ୍ୱ ପାଇଁ ଶୁଭ ସୂଚନା ନୁହଁ । ଯଦି ଏଭଳି ପୁରାତନ ବରଫ ତରଳିବାକୁ କ୍ରମାଗତ ଆରମ୍ଭ କରେ ନିଶ୍ଚିତ ସମୁଦ୍ରର ଜଳ ପତନ ବୃଦ୍ଧି ପାଇବ । ଏହା ସ୍ଥଳ ଭାଗ ଆଡକୁ ମାଡି ଆସିବ । ଏହା ପ୍ରାକୃତିକ ନୁହଁ, ମଣିଷ କୃତ । ଏଣୁ ବର୍ତମାନ ବି ସମୟ ଅଛି ମଣିଷ ସଚେତନ ହେଉ । ଜଙ୍ଗଲ କ୍ଷୟ କରିବା ପରିବର୍ତେ, ବନ୍ୟଜନ୍ତୁର ସଂରକ୍ଷଣ ପ୍ରତି ଧ୍ୟାନ ଦେଇ ବିଶ୍ୱକୁ ଧ୍ୱଂସ ମୁଖରୁ ରକ୍ଷା କରୁ । ନହେଲେ ନିଜେ, ନିଜର ଭାବି ବଂଶଧର କେବଳ ଜଳିପୋଡି ହୋଇ ବଂଚି ରହିବେ ସିନା ଅନ୍ୟ କିଛି ଉପାୟ ନଥିବା ବର୍ଦ୍ଧିଷ୍ଣୁ ଜନସଂଖ୍ୟାର ଚାହିଦା ମେଂଟାଇବା ସକାଶେ ବାସ ଗୃହ ସହିତ ଦୃତ ଶିଳ୍ପ ଓ ଆର୍ଥିକ ଅଗ୍ରଗତି ଯୋଗୁଁ ଆମର ପରିବେଶ ଉପରେ ନାହିଁ ନଥିବା ସୃଷ୍ଟି ହୋଇଛି । ଏହାଦ୍ୱାରା ମୃତିକା କ୍ଷୟ, ଜମିର ଉର୍ବରତା ହ୍ରାସ, ଭୂତଳ ହ୍ରାସ, ଜଳବାୟୁ ପରିବର୍ତନ, ପ୍ରଜାତିକି ବିଲୁପ୍ତି, ପ୍ରଦୂଷଣ, ପ୍ରାକୃତିକି ସମ୍ପଦର ଅବକ୍ଷୟ ଘଟିଥାଏ ।

Leave A Reply