Odisha news

ଦେବସ୍ନାନ ପୂର୍ଣ୍ଣିମା

0

ସୌଭାଗ୍ୟ ରଂଜନ ମହାନ୍ତି(ସାମ୍ବାଦିକ ) : ଭଗବାନ ମଧ୍ୟ ମାନବୀୟ ଲୀଳାରେ ନିଜକୁ ହଜାଇ ଦେଇଥାନ୍ତି । ପ୍ରତିକାତ୍ମକ ଲୀଳା ଭାବେ ଏହି ଦେବସ୍ନାନ ପୂର୍ଣ୍ଣମା ଇତିହାସ ରଚିଛି । ଆମେ ପ୍ରତ୍ୟେକ ଦିନ ସ୍ନାନ କରୁଥିବାବେଳେ ଜଗତର ନାଥ ଜଗନ୍ନାଥ ମହାପ୍ରଭୁ ଭାଇଭଉଣୀ ନେଇ ବର୍ଷରେ ଥରେ ମହାସ୍ନାନ କରିଥାନ୍ତି । ଆମର ୨୪ ଘଂଟାରେ ଗୋଟିଏ ଦିନ ହେଉଥିବା ସ୍ଥଳେ ତାଙ୍କ ପାଇଁ ଆମର ହିସାବରେ ୩୬୫ ଦିନରେ ତାଙ୍କର ଗୋଟିଏ ଦିନ ହୋଇଥାଏ । ଏଣୁ ଆମ ହିସାବରେ ବର୍ଷକରେ ତାଙ୍କର ଗୋଟିଏ ଦିନ ସେହିଦିନ ମହାସ୍ନାନ ଆଷାଢ ମାସ ଶୁକ୍ଳପକ୍ଷ ଦେବସ୍ନାନ ପୂର୍ଣ୍ଣିମା ତିଥିରେ ଏହା ଅନୁଷ୍ଠିତ ହୋଇଥାଏ । ଯଦିଓ ପ୍ରତ୍ୟେକ ଦିନ ଠାକୂରଙ୍କ ପୂଜାବେଳେ ସ୍ନାନ ନିତିର ପରମ୍ପରା ରହିଛି କିନ୍ତୁ ବର୍ଷସାରା ଚତୁର୍ଦ୍ଧା ମୂର୍ତୀ କେବଳ ମନ୍ତ୍ର ସ୍ନାନ କରନ୍ତି, ମାତ୍ର ସ୍ନାନ ପୂର୍ଣ୍ଣିମା ଦିନ ତିନି ଠାକୁରଙ୍କ ଉପରେ ଜଳ ଲାଗି ହୋଇଥାଏ । ମନ୍ତ୍ର ସ୍ନାନ ଅର୍ଥାତ୍ ପ୍ରତିଦିନ ମହାପ୍ରଭୁଙ୍କ ପ୍ରତି ଛବିକୁ ପିତଳର ଦର୍ପଣରେ ସ୍ନାନ କରାଯାଇଥାଏ ।

ସେହି ଦର୍ପଣ ଆଗରେ ହିଁ ମହାପ୍ରଭୁଙ୍କର ଚନ୍ଦନ, କର୍ପୁର ଆଦି ପ୍ରଦାନ କରାଯାଇଥାଏ । ବର୍ଷକରେ ମାତ୍ର ଗୋଟିଏ ଦିନ ଚତୁର୍ଦ୍ଧାମୂର୍ତୀ ସ୍ନାନ ବେଦୀରେ ସ୍ନାନ କରିଥାନ୍ତି । ଶ୍ରୀମନ୍ଦିର ପରିସରରେ ଥିବା ସୁନା କୂଅରୁ ପାଣି ଆସେ । ମହାପ୍ରଭୁଙ୍କ ସ୍ନାନ ପାଇଁ ଶ୍ରୀମନ୍ଦିରରେ ଥିବା ଗରାବଡୁ ସେବାୟତ ଏହିପାଣି ଆଣିଥାନ୍ତି । ସ୍ନାନବେଦୀ ନିକଟରେ ଥିବା ଅଧିବାସ ଗୃହରେ ହିଁ ପ୍ରଥମେ ୧୦୮ ଗରା ପାଣିକୁ ସଂସ୍କାର କରାଯାଇଥାଏ । ଚୁଆ, ଚନ୍ଦନ, କର୍ପୂର ସହ ବିଭିନ୍ନ ପ୍ରକାର ଔଷଧୀୟ ଦ୍ରବ୍ୟ ମିଶାଯାଇ ସ୍ନାନ ପାଇଁ ଥିବା ଜଳକୁ ସଂସ୍କାର କରାଯାଏ । ଦେବସ୍ନାନ ପୂର୍ଣ୍ଣିମା ଦିନ ଚତୁର୍ଦ୍ଧାମୂର୍ତୀ ପହଣ୍ଡିରେ ଆସିଥାନ୍ତି ସ୍ନାନବେଦୀକୁ । ରନô ସିଂହାସନରୁ ପ୍ରଥମେ ଆସନ୍ତି ଗରୁଡ ସ୍ତମ୍ଭ ନିକଟକୁ ତାପରେ ସାତ ପାହାଚ ବାଟ ଦେଇ ବାଟ ଅଗଣା ଓ ସେଠାରୁ ଆନନ୍ଦ ବଜାର ଦେଇ ଯାଇଥାନ୍ତି ସ୍ନାନ ବେଦୀକୁ । ସେଠାରେ ହୁଏ ସ୍ନାନ ପରମ୍ପରା । ଠାକୁର ସ୍ନାନ କରନ୍ତି ସୁବାସିତ ଜଳରେ । ଆଉ ସ୍ନାନ ପରେ ହାତୀ ବେଶରେ ସାହାଣ ମେଲା ଦର୍ଶନ ଦିଅନ୍ତି ଭକ୍ତଙ୍କୁ ।

ତେବେ ସାହାଣ ମେଲା ଦର୍ଶନ ପରେ ଠାକୁର ଆଉ ଫେରିନଥାନ୍ତି ରନô ବେଦୀକୁ । ସ୍ନାନ ବେଦୀରୁ ସିଧା ଯାଇଥାଆନ୍ତି ଅଣସର ଗୃହକୁ । ୧୫ ଦିନ ପର୍ଯ୍ୟନ୍ତ ମହାପ୍ରଭୁ କାହାକୁ ଦର୍ଶନ ଦିଅନ୍ତି ନାହିଁ । ଅଣସର ଘରେ ଠାକୁରଙ୍କର ଉପଚାର ବିଧି ହୋଇଥାଏ । ୧୫ ଦିନ ପରେ ସୁସ୍ଥ ହୋଇ ନବଯୌବନ ବେଶରେ ସିଧା ଆସନ୍ତି ରଥ ଉପରକୁ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବାପାଇଁ । ତାପରେ ନବ ଦିନାତ୍ମକ ରଥଯାତ୍ରା କରିବା ପରେ ଫେରି ଯାଇଥାନ୍ତି ରନô ସିଂହାସନଙ୍କୁ । ଦାରୁ ବ୍ରହ୍ମଙ୍କ ଲୀଳା କ୍ଷେତ୍ର ପୁରୁଷୋତମ କ୍ଷେତ୍ରରେ ମହାପ୍ରଭୁଙ୍କ ସ୍ନାନ ଉସôବ ଏକ ଶାସ୍ତ୍ରୀୟ ଭିତି ଭୂମିର ଲୀଳା ମହାପ୍ରଭୁଙ୍କ ଆବିର୍ଭାବ ବେଳେ ପ୍ରଥମେ ଏଇ ସ୍ନାନ ହୋଇଥିବାରୁ ଏହାକୁ ଶ୍ରୀଦାରୁ ବ୍ରହ୍ମଙ୍କ ଆଦ୍ୟଲୀଳା ବୋଲି କୁହାଯାଏ । ମହାପ୍ରଭୁଙ୍କୁ ଦାରୁ ବ୍ରହ୍ମ ରୂପ ଧାରଣ ପରେ ପ୍ରଥମ ମଙ୍ଗଳମୟ ମୁହୁର୍ତରେ ରାଜା ଇନ୍ଦ୍ରଦୁ୍ୟମ୍ନ ଠାକୁରଙ୍କୁ ସ୍ନାନ କରାଇଥିଲେ । ସେତେବେଳେ ସ୍ନାନ ମଣ୍ଡପ ନଥିବାରୁ ଏକ କାଠର ମଂଚ ନିର୍ମାଣ କରାଇ ତା ଉପରେ ସ୍ନାନ ବିଧି ସମାପନ କରାଇଥିଲେ ।

ଶାସ୍ତ୍ରମତରେ ୧୦୮ ସୁନାକଳସରେ ଜଳ ଅଭିମନ୍ତ୍ରିତ ହୋଇ ମହାପ୍ରଭୁଙ୍କୁ ସ୍ନାନ କରାଇଥିଲେ । ଶାସ୍ତ୍ର ମତେ ଜ୍ୟେଷ୍ଠ ପୂର୍ଣ୍ଣୀମାରେ ଠାକୁରଙ୍କର ଆବିର୍ଭାବ ହୋଇଥିଲା । ରଥ ଯାତ୍ରାବେଳେ ଗଜପତିଙ୍କର ଛେରାପହଁରା ଭଳି ସ୍ନାନ ବେଦୀରେ ମଧ୍ୟ ଏହି ଛେରା ପହଁରା ନୀତି ରହିଛି । ଗଜପତି ତାଙ୍କ ତାନଦାନରେ ଆସି ୨୨ ପାହାଚ ଦେଇ ସ୍ନାନ ବେଦୀକୁ ଯାଇ ସେଠାରେ ସେ ମହାପ୍ରଭୁଙ୍କ ବସ୍ତ୍ର, ତୁଳସୀ, ପୁଷ୍ପାଞ୍ଜଳୀ ଅର୍ପଣ କରି ଆଳତୀ କରିବା ପରେ ଛୋରାପହଁରା ହୁଏ ସ୍ନାନ ବେଦୀରେ ଚାରି କଡରେ ସର୍ବମୋଟ ୩ ଘେରା ଛେରା ପହଁରା କରାଯାଇଥାଏ । ଜ୍ୟେଷ୍ଟ ପୂର୍ଣ୍ଣୀମାରେ ମହାପ୍ରଭୁଙ୍କ ପ୍ରଥମ ସ୍ନାନ ଲୀଳାକୁ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଦର୍ଶନ କରୁଥିବାରୁ ଏହି ଲୀଳାକୁ ପତିତବାପନ ଲୀଳା କୁହାଯାଏ । ଦେବା ଦେବୀମାନେ ମାନବୀୟ ଲୀଳାରେ ସ୍ନାନାଦି ଆଦି କାର୍ଯ୍ୟ ସମାପନ କରିଥାନ୍ତି ।

ଏହାହିଁ ହେଉଛି ମଣିଷ ଓ ପ୍ରକୃତି ମଧ୍ୟରେ ମିଳନ । ପ୍ରତି ଗ୍ରାମରେ ଗ୍ରାମ ଦେବୀଙ୍କୁ ମଧ୍ୟ ସ୍ନାନ କରାଯିବାର ପରମ୍ପରା ରହିଛି । ମା ତାରିଣୀଙ୍କର ଏହି ସ୍ନାନ ପରମ୍ପରା ରହିଛି । କିନ୍ତୁ ଜଗତର ନାଥ ଜଗନ୍ନାଥଙ୍କ ସ୍ନାନକୁ ମହାସ୍ନାନ କୁହାଯିବା ସଙ୍ଗେ ସଙ୍ଗେ ଏହି ମହାସ୍ନାନର ସ୍ୱତନ୍ତ୍ରତା ରହିଛି । ଜଗତରେ ଏପରି ସ୍ନାନ ପଦ୍ଧତି ଅନ୍ୟ କୌଣସି ଠାକୁରଙ୍କ ଠାରେ ଦେଖାଯାଏନାହିଁ ।

ସେଇଥିପାଇଁ ଦୁନିଆରେ ବିଭିନ୍ନ କୋଣରୁ ଅନେକ ହଜାର ହଜାର ଭକ୍ତ ଏହି ଅଲୌକିକ ସ୍ନାନ ପ୍ରକ୍ରିୟା ଦେଖିବାକୁ ଚାଲି ଆସନ୍ତି ଜ୍ୟେଷ୍ଟ ମାସ ଶୁକ୍ଲପକ୍ଷ ପୂର୍ଣ୍ଣିମା ବେଳକୁ । ଯେଉଁ ଠାକୁରଙ୍କର ସବୁ କିଛି ମହାନ୍ ତାଙ୍କର ସ୍ନାନ ଯାତ୍ରା ଛୋଟ ବା ହୁଅନ୍ତା କିପରି? ମହାପ୍ରଭୂଙ୍କ ସ୍ନାନରେ ଶ୍ରୀଜଗନ୍ନାଥଙ୍କ ର ସ୍ନାନରେ ୬୦ ଜଣ ସେବକ, ବଳଭଦ୍ରଙ୍କ ସେବାରେ ୫୦ଜଣ ସେବକ, ମା ଶୁଭଦ୍ରାଙ୍କ ସେବାରେ ୩୦ଜଣ ସେବକ ନିୟୋଜିତ ହେବାବେଳେ ସୁଦର୍ଶନଙ୍କ ସେବାରେ ୨୦ଜଣ ସେବକ ନିୟୋଜକିତ ହୋଇଥାନ୍ତି ।

Leave A Reply

Your email address will not be published.