ଆଗରପଡ଼ା : ସରକାରଙ୍କ ତରଫରୁ ଜଣେ ହେଲେ ବି ଭୋକ ଉପାସରେ ନ ରହିବା ପାଇଁ ଅଗ୍ରୀମ ରାସନ ସାମଗ୍ରୀ ଯୋଗାଇ ଦିଆଯାଇଛି । ମାତ୍ର ଆଧାରକାର୍ଡ଼ ନମ୍ବର ଏକ ଥାଇ ସାଙ୍ଗଆ ପରିବର୍ତ୍ତନ ହୋଇସାରିଥିଲେ ବି ରାସନ ସାମଗ୍ରୀ ନମିଳିବା ପ୍ରଶାସନର କାର୍ଯ୍ୟଧାର ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ବ୍ଲକ ପୁରୁଷଣ୍ଢ ଗ୍ରାମ ପଞ୍ଚାୟତ ପୁରୁଷଣ୍ଢ ଗ୍ରାମର ସତ୍ୟଭାମା ପଣ୍ଡା ଓରଫ ଦାସ ନାମକ ଜଣେ ଗରିବ ମହିଳା ଅନ୍ତୋର୍ଦୟ ସମାଗ୍ରୀ ପାଇ ଆସୁଥିଲେ । ତାଙ୍କର ସ୍ୱାମୀ ଜଣେ ମାନସିକ ରୋଗୀ ଅଟନ୍ତି । ମାତ୍ର ଏହି ସାଙ୍ଗିଆ ପରିବର୍ତନକୁ ନେଇ ବ୍ଲକ ଯୋଗାଣ ଅଧିକାରୀଙ୍କ ତରଫରୁ ତାଙ୍କ ପରିବାରର ରାସନ ସମାଗ୍ରୀକୁ ବନ୍ଦ କରି ଦିଆଯାଇଛି । ତେବେ ଗତ ଏପ୍ରିଲ ୯ ତାରିଖରେ ବ୍ଲକରୁ ଅଫିସର ଆସି ରାସନ କାର୍ଡ଼ରେ ଏକ ହଜାରଟଙ୍କା ନେଇଥିବାର ଦସ୍ତଖତ ହୋଇଥିଲେ ବି ସତ୍ୟଭାମା ଏ ଯାବତ ଟଙ୍କା ପାଇ ନଥିବାର କହିଛନ୍ତି । ଏନେଇ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ବିନୀତା କିସ୍କୁଙ୍କୁ ସଂପୃକ୍ତ ମହିଳା ତାଙ୍କର ଦୁଃଖ ଜଣାଇବାରୁ ସେ ପୁରୁଷଣ୍ଢ ସରପଞ୍ଚଙ୍କୁ ତୁରନ୍ତ ରାସନ ସାମଗ୍ରୀ ଯୋଗାଇ ଦେବାକୁ କହିଛନ୍ତି ।