Odisha news

ସାଇ ଗୁରୁକୂଳ ଆବାସିକ ବିଦ୍ୟାଳୟ ପକ୍ଷରୁ ଶୁଖିଲା ଖାଦ୍ୟ ପୁଡିଆ ପ୍ରଦାନ

0

ଭଞ୍ଜନଗର : ସ୍ଥାନୀୟ ସାଇ ଗୁରୁକୂଳ ଆବାସିକ ବିଦ୍ୟାଳୟ ପକ୍ଷରୁ ୨୦ ପକେଟ ଶୁଖିଲା ଖାଦ୍ୟ ପୁଡିଆ ପ୍ରସ୍ତୁତ କରାଯାଇ ଭଞ୍ଜନଗର ବିଡିଓ ଅନୀଲ କୁମାର ସେଠୀଙ୍କୁ ପ୍ରଦାନ କରାଯାଇଛି । ବିଡିଓ ସେଠୀ ଉକ୍ତ ଶୁଖିଲା ଖାଦ୍ୟ ପୁଡିଆକୁ ବ୍ଲକର କିଛି ଅସହାୟ ପରିବାରଙ୍କୁ ବଣ୍ଟନ କରିବାକୁ ବିଦ୍ୟାଳୟ ପକ୍ଷରୁ ଅନୁରୋଧ କରାଯାଇଛି । ବିଡିଓଙ୍କ ଦ୍ୱାରା ଏହା ପ୍ରଦାନ କରାଗଲେ ବାସ୍ତବରେ ଏହା ଠିକ୍ ଲୋକଙ୍କ ପାଖରେ ପହଞ୍ଚି ପାରିବ ସେହି ଆଶାରଖି ବିଦ୍ୟାଳୟ ପକ୍ଷରୁ ଏଭଳି ବ୍ୟବସ୍ଥା କରାଯାଇଥିବା ଅନୁଷ୍ଠାନର ଅଧ୍ୟକ୍ଷ ଅଜିତ୍ କୁମାର ଶତପଥୀ ଓ ନିଦେ୍ର୍ଦଶକ ଗୌରଚନ୍ଦ୍ର ରାଉତ ଉଲ୍ଲେଖ କରିଛନ୍ତି । ଏହି ଶୁଖିଲା ଖାଦ୍ୟ ପୁଡିଆରେ ଚାଉଳ, ଡାଲି ଠାରୁ ଆରମ୍ଭ କରି ବିସ୍କୁଟ ଆଦି ରହିଥିବା ସୂଚନା ଦିଆଯାଇଛି । ଅପରପକ୍ଷରେ ସାଇ ଗୁରୁକୂଳର ଏଭଳି ପ୍ରୟାସକୁ ବିଡିଓ ଅନୀଲ କୁମାର ସେଠୀ ଭୁୟଶୀ ପ୍ରଶଂସା କରିଛନ୍ତି ।

Leave A Reply