ଆଗରପଡ଼ା: କରୋନା ସଂକ୍ରମଣ ରୋକିବା ନିମନ୍ତେ ସରକାର ଲକଡ଼ାଉନ ଜାରୀ କରିଥିବା ବେଳେ ସାଧାରଣ ଲୋକମାନେ ଘରୁ ବାହାରି ପାରୁ ନାହାନ୍ତି । ଅପରପକ୍ଷେ ଲୋକେ ବଜାରଘାଟ, କୋର୍ଟ କଚେରୀକୁ ଯିବାକୁ ସୁବିଧା ମଣୁ ନାହାନ୍ତି । ପୁଲିସ କର୍ମ·ରୀମାନେ ଲକଡ଼ାଉନ କାର୍ଯ୍ୟରେ ବ୍ୟସ୍ତ ରହୁଥିବାରୁ ପାରିବାରିକ ହିଂସା ତୀବ୍ରରୂପ ଧାରଣ କରିବାରେ ଦେଖା ଯାଉଛି । ଏଭଳି ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି ଆଗରପଡ଼ା ଥାନା ଅଣିଜୋ ଗ୍ରାମରେ । ସଂପୃକ୍ତ ଗ୍ରାମର କମଳା ନାୟକ ଙ୍କ ଜମିବାଡ଼ି ନେଇ ତାଙ୍କ ଅଂଶୀଦାର ଅଭିମନୁ୍ୟ ନାୟକଙ୍କ ସହିତ ଗଣ୍ଡଗୋଳ ହୋଇ ଭଦ୍ରକ ସଭିଲ ଜଜକୋର୍ଟରେ କେଶ ବି·ରାଧିନ ରହିଛି । ମାନନୀୟ କୋର୍ଟ ସ୍ଥିତାବସ୍ଥା ବଜାୟ ରଖିବାକୁ ମାର୍ଚ୍ଚ ୫ ତାରିଖରେ ଆଦେଶ ଦେଇଛନ୍ତି ଓ ଏହାର ଏକକିତା ନକଲ ଆଗରପଡ଼ା ଥାନାକୁ ଦିଆଯାଇଛି । ତେବେ ଗ୍ରାମରୁ ଲୋକେ ବାହାରକୁ ଆସିବା ନିରାପଦ ମଣୁ ନଥିବା ବେଳେ ଅଭିମନୁ୍ୟ ତାଙ୍କ ଦୁଇପୁତ୍ର କାହ୍ନୁ ଚରଣ ଓ ରମାକାନ୍ତଙ୍କ ସହାୟତାରେ କମଳାଙ୍କ ସ୍ୱାମୀ ଆନନ୍ଦ ନାୟକଙ୍କୁ ମାରି ଜଖମ କରିଥିବା ଥାନାରେ ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ କମଳା ତାଙ୍କ ସ୍ୱାମୀଙ୍କୁ ୧୦୮ ଆମ୍ଭୁଲାନ୍ସରେ ଆଣି ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିସôିତ କରାଉଥିବାର ଜଣାପଡ଼ିଛି । ଖବର ପାଇ ଆଗରପଡ଼ା ପୁଲିସ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ପୀଡ଼ିତଙ୍କ ବୟାନ ନେବା ସହିତ ଘଟଣାର ତଦନ୍ତ ଜାରୀ ରଖିଛି । ବିଭାଗୀୟ ଉଚ୍ଚକତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବାକୁ ସଂପୃକ୍ତ ଅଞ୍ଚଳବାସୀ ଦାବୀ କରିଛନ୍ତି ।