ନଡ଼ିଆ ବିନା ସମସ୍ତ ପୂଜାପାଠ ଅଧୁରା l ପୂଜା-ପାଠ, ଯଜ୍ଞ, ହୋମ ପ୍ରତିଟି ସ୍ଥାନରେ ନଡ଼ିଆର ପ୍ରୟୋଗ କରାଯାଇ ଥାଏ l ଏହି ପରମ୍ପରା ଖୁବ ପୁରୁଣା ଅଟେ ଓ ଅନେକ ଦିନରୁ ଏହି ପୃଥିବୀ ପୃଷ୍ଠରେ ଚାଲିଛି l ମହିଳାମାନେ ପୂଜାରେ ନଡ଼ିଆ ଅର୍ପଣ କରିଥିଲେ ସୁଦ୍ଧା କଦାପି ଭାଙ୍ଗି ନଥାଆନ୍ତି l
କଣ ରହିଛି ଏହା ପଛରେ ଧାର୍ମିକ ମାନ୍ୟତା ଆସନ୍ତୁ ଜାଣିବା -:
* ପୌରାଣିକ ମାନ୍ୟତା ଅନୁସାରେ ଯେତେବେଳେ ଭଗବାନ ବିଷ୍ନୁ ପୃଥିବୀ ରେ ଅବତାର ନେଇଥିଲେ ସେତେବେଳେ ସେ ନିଜ ସହିତ ୩ଟି ଜିନିଷ ଆଣିଥିଲେ l ଲକ୍ଷ୍ମୀ, ନଡ଼ିଆ ଗଛ ଓ କାମଧେନୁ, ଏହି ୩ଟି ଜିନିଷ ମଣିଷ ପାଇଁ ବରଦାନ ଅଟେ l ଏହି କାରଣରୁ ନଡ଼ିଆ ଗଛକୁ କଳ୍ପ ବୃକ୍ଷ କୁହାଯାଏ l
* ନଡ଼ିଆରେ ୩ ଦେବତାଙ୍କ ବାସ ହୋଇଥାଏ, ବ୍ରହ୍ମା, ବିଷ୍ନୁ ଓ ମହେଶ୍ୱର l ଏହି ୩ ଦେବତାଙ୍କ ଉପସ୍ଥିତି କାରଣରୁ ମହିଳାମାନେ ନଡ଼ିଆ ଭାଙ୍ଗିବା ଉଚିତ ନୁହେଁ l
* ନଡ଼ିଆ କୁ ବିଷ୍ନୁ ପୃଥିବୀ ପୃଷ୍ଠାକୁ ଆଣିଥିଲେ l ତେଣୁ ନଡ଼ିଆ ଉପରେ ସମ୍ପୂର୍ଣ ଅଧିକାର ମାତା ଲକ୍ଷ୍ମୀଙ୍କ ର ତେଣୁ ମହିଳାମାନେ ନଡ଼ିଆ ଭାଙ୍ଗିବା ଉଚିତ ନୁହେଁ l
* ନଡ଼ିଆରେ ୩ଟି ଆଖି ରହିଥାଏ, ଶାସ୍ତ୍ରର ମାନ୍ୟତା ଅନୁସାରେ ଏହି ୩ଟି ଆକ୍ଷି ତ୍ରିନେତ୍ର ଅଟନ୍ତି l ତେଣୁ ମହିଳାମାନେ ନଡ଼ିଆ ଭାଙ୍ଗିବା ଉଚିତ ନୁହେଁ l
* ନଡ଼ିଆକୁ ଗୋଟିଏ ମଞ୍ଜି ବା ଫଳ ଭାବରେ ଗ୍ରହଣ କରାଯାଇ ଥାଏ, ତେଣୁ ମହିଳା ଗୋଟିଏ ସନ୍ତାନ କୁ ପ୍ରସବ କରୁଛି ତେଣୁ ନଡ଼ିଆ ଭାଙ୍ଗିବା ଉଚିତ ନୁହେଁ l