Odisha news

ସୂର୍ଯ୍ୟମୁଖୀ ମଞ୍ଜି ପୋଷାକ ତତ୍ତ୍ୱରେ ଭରପୁର ଅଟେ, ଆଜି ହିଁ ନିଜ ଖାଦ୍ୟରେ ସାମିଲ କରନ୍ତୁ

0

ସୂର୍ଯ୍ୟମୁଖୀ ମଞ୍ଜି ଶରୀର ପାଇଁ ଖୁବ ହିତକର l ସୂର୍ଯ୍ୟମୁଖୀ ମଞ୍ଜିରେ ଜରୁରୀ ଫ୍ୟାଟି ଏସିଡ, ଭିଟାମିନ ଓ ମିନେରାଲ ଭରି ହୋଇ ରହିଛି l ସେଥିପାଇଁ ଏହାକୁ ସୁପର ଫୁଡ ବୋଲି ମଧ୍ୟ କୁହା ଯାଇଥାଏ l ଏହାକୁ ନିୟମିତ ନିଜ ଖାଦ୍ୟରେ ସାମିଲ କରିବା ଦ୍ୱାରା ଆପଣଙ୍କ ଶରୀରକୁ ପୋଷାକ ତତ୍ୱ ମିଳିବା ସହିତ ଅନେକ ରୋଗରୁ ଦୁରେଇ ହୋଇ ରହିବେ l

ଆସନ୍ତୁ ଜାଣିବା ସୂର୍ଯ୍ୟମୁଖୀ ମଞ୍ଜି ସେବନ କରିବାର ଲାଭ ବିଷୟରେ –

୧ – ସୂର୍ଯ୍ୟମୁଖୀ ମଞ୍ଜି ସେବନ ହାଡ଼କୁ ମଜବୁତ ରଖିବା ସହିତ ହାଡ଼ ଜନିତ ବିଭିନ୍ନ ସମସ୍ୟାରୁ ମଧ୍ୟ ରକ୍ଷା କରିଥାଏ l ସୂର୍ଯ୍ୟମୁଖୀ ମଞ୍ଜିରେ ଥିବା ମଗ୍ନେଶୀୟମ ହାଡ଼କୁ ଷ୍ଟ୍ରଙ୍ଗ କରିବାରେ ସାହାଯ୍ୟ କରେ l

୨ – ଶରୀରରେ ଥିବା ଏଷ୍ଟ୍ରୋଜେନ୍ ନାମକ ହର୍ମୋନ କୁ ସନ୍ତୁଳିତ ରଖିଥାଏ l କାରଣ ଏହି ହର୍ମୋନ ଅସନ୍ତୁଳିତ ହେବା ଦ୍ୱାରା ଥାଇରଏଡ, ମଧୁମେହ, ଓ ସ୍ତନ କର୍କଟ ସମସ୍ୟା ଦେଖିବାକୁ ମିଳିଥାଏ l ଏହି ସମସ୍ତ ରୋଗୀପାଇଁ ସୂର୍ଯ୍ୟମୁଖୀ ମଞ୍ଜି ସେବନ ଖୁବ ହିତକର l ଏଥିରେ ଥିବା ଫାଇଟୋଏଷ୍ଟ୍ରୋଜେନ୍ ଏଷ୍ଟ୍ରୋଜେନ୍ ନାମକ ହର୍ମୋନ ଙ୍କୁ ନିୟନ୍ତ୍ରିତ କରିଥାଏ l

୩ – ସୂର୍ଯ୍ୟମୁଖୀ ମଞ୍ଜିରେ ଭିଟାମିନ ଇ ରହିଥାଏ l ଯାହା ତ୍ୱଚାରେ ଚମକ ଆଣିଥାଏ l ସୂର୍ଯ୍ୟମୁଖୀ ତେଲ ବ୍ୟାକ୍ଟେରିଆ ବିରୁଧରେ ଲଢ଼ିବା ପାଇଁ ସାହାଯ୍ୟ କରିଥାଏ l

୪ – ସୂର୍ଯ୍ୟମୁଖୀ ମଞ୍ଜି ଏକ୍ସଟ୍ରା ଫ୍ୟାଟ ବିରୁଦ୍ଧରେ ସକ୍ରିୟ ଭାବରେ ଲଢ଼ିବାରେ ସାହାଯ୍ୟ କରିଥାଏ ଓ ମେଟାବୋଲିଯିମ କୁ ମଧ୍ୟ ଠିକ ରଖିବାରେ ସାହାଯ୍ୟ କରିଥାଏ l

୫ – ସୂର୍ଯ୍ୟମୁଖୀ ମଞ୍ଜିରେ କ୍ଳରୋଜେନିକ ଏସିଡ ରହିଛି  ଯାହା ବ୍ଲଡ଼ ସୁଗାର କୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ l

୬ – ସୂର୍ଯ୍ୟମୁଖୀ ମଞ୍ଜିରେ ଫାଇବର ରହିଥାଏ ଯାହାକି ପେଟ ଜନିତ ବିଭିନ୍ନ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ ଓ ପେଟ କୁ ସୁସ୍ଥ ରଖେ l

Leave A Reply

Your email address will not be published.